ଏମିତି ବଦଳିଥିଲା ଅଭିନେତ୍ରୀ ଅନୁଷ୍କାଙ୍କ ଭାଗ୍ୟ

Key Points
ଯୋଗ ଶିଖାଇ କାଟୁଥିଲେ ଜୀବନ
ଭାଗ୍ୟ ବଦଳାଇଦେଲା ମୋଡ
ଯୋଗ ଗୁରୁରୁ ସିଧା ଅଭିନେତ୍ରୀ
ଦିନେ ଥିଲେ ଯୋଗ ଗୁରୁ। ଆଜି ସେ ଟଲିଉଡ ଇଣ୍ଡଷ୍ଟ୍ରିର ସବୁଠାରୁ ଆଗଧାଡିର ଅଭିନେତ୍ରୀ। ଆଜ୍ଞା ହଁ, ଆମେ କହୁଛି ଅଭିନେତ୍ରୀ ଅନୁଷ୍କା ସେଟ୍ଟିଙ୍କ କଥା। ନିଜର ସୁନ୍ଦର ଅଭିନୟ ମାଧ୍ୟମରେ ସମସ୍ତଙ୍କ ହୃଦୟରେ ରାଜ କରୁଥିବା ଅନୁଷ୍କା ଦିନେ ଯୋଗ ଶିଖାଉଥିଲେ। ଆଉ ତା ପରେ ବଦଳିଥିଲା ତାଙ୍କ ଭାଗ୍ୟ। ଭାଗ୍ୟ ଏକ ଅଦ୍ଭୁତ ଜିନିଷ । କେହି ଜାଣନ୍ତି ନାହିଁ କେବେ ବଦଳିଯିବ । ଅନେକ ଉଦାହରଣ ରହିଛି, କେହି କେହି ଅତି ଗରୀବରୁ ହୋଇଛନ୍ତି ଧନୀ । ଏମିତି ହିଁ ଭାଗ୍ୟ ସାଥ୍ ଦେଇଥିଲା ଜଣେ ଅଭିନେତ୍ରୀଙ୍କୁ । ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି ପୂର୍ବରୁ ସେ ଯୋଗ ଶିକ୍ଷକ ଥିଲେ । କିନ୍ତୁ ଫିଲ୍ମରେ ଏଣ୍ଟ୍ରି କରିବା ପରେ ସେ ହୋଇଗଲେ ଦକ୍ଷିଣର ଶ୍ରେଷ୍ଠ ଅଭିନେତ୍ରୀ । ଏହି ଶ୍ରେଷ୍ଠ ଅଭିନେତ୍ରୀ ଆଉ କେହି ନୁହଁନ୍ତି ବରଂ ସାଉଥ୍ ଅଭିନେତ୍ରୀ ଅନୁଷ୍କା ସେଟ୍ଟି । କୁହାଯାଉଛି କି ବର୍ତ୍ତମାନ ଅନୁଷ୍କାଙ୍କ ମୋଟ ସମ୍ପତ୍ତି ୧୪୦ କୋଟି । ସେ ଏବେ ଲଗଜୁରୀ ଲାଇଫ୍ ଷ୍ଟାଇଲ୍ ମେଣ୍ଟେନ୍ କରୁଛନ୍ତି ।
ଅନୁଷ୍କା ସେଟ୍ଟି ସାଉଥ୍ ଇଣ୍ଡଷ୍ଟ୍ରିରେ ଏକ ବଡ଼ ନାଁ । ସେ ସାଉଥ୍କୁ ସର୍ବାଧିକ ଆୟକାରୀ ଫିଲ୍ମ ଦେଇଛନ୍ତି । ଅନୁଷ୍କାଙ୍କ ଜନ୍ମ ୭ ନଭେମ୍ବର ୧୯୮୧ରେ ହୋଇଥିଲା। ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିବା ପୂର୍ବରୁ ଅଭିନେତ୍ରୀ ଯୋଗ ପ୍ରଶିକ୍ଷକ ଭାବରେ କାମ କରୁଥିଲେ । ସେ ଲୋକମାନଙ୍କୁ ଯୋଗ ଶିଖାଉଥିଲେ । ଯୋଗ ଶିଖାଇବା ବେଳେ ନିର୍ଦ୍ଦେଶକ ମେହେର ରମେଶଙ୍କ ଉପରେ ତାଙ୍କର ପଡିଥିଲା ନଜର । ନିର୍ଦ୍ଦେଶକ ପ୍ରଥମ ଦେଖାରେ ଅନୁଷ୍କାଙ୍କୁ କରିଥିଲେ ପସନ୍ଦ । ସେ ତାଙ୍କୁ ଫିଲ୍ମରେ କାମ କରିବାକୁ ଦେଇଥିଲେ ପ୍ରସ୍ତାବ ।
ସେହି ଗୋଟିଏ ସୁଯୋଗ ଅନୁଷ୍କାଙ୍କୁ ଯୋଗ ପ୍ରଶିକ୍ଷକରୁ ସିଧାସଳଖ କରିଥିଲା ନାୟିକା । ଅନୁଷ୍କା ଶର୍ମାଙ୍କ ପ୍ରଥମ ଫିଲ୍ମ 'ସୁପର' ୨୦୦୫ ମସିହାରେ ମୁକ୍ତିଲାଭ କରିଥିଲା। କିନ୍ତୁ ତାଙ୍କର ପ୍ରଥମ ଫିଲ୍ମ ବକ୍ସ ଅଫିସରେ କିଛି ଖାସ୍ କରିପାରିନଥିଲା । ଏହାପରେ ତାଙ୍କୁ 'ମହାନଦୀ' ଫିଲ୍ମରେ କାମ କରିବାର ମିଳିଥିଲା ସୁଯୋଗ । କିନ୍ତୁ ଅନୁଷ୍କାଙ୍କୁ ପରିଚୟ ଦେଇଥିଲା ଏସଏସ ରାଜାମୌଲିଙ୍କ ଗୋଟିଏ ଫୋନ୍ କଲ । ଏହି ଫୋନ୍ କଲ୍ ଅନୁଷ୍କାଙ୍କ ପୁରା ଭାଗ୍ୟ ବଦଳାଇ ଦେଇଥିଲା ।
ଦକ୍ଷିଣର ବଡ଼ ନିର୍ଦ୍ଦେଶକ ରାଜାମୌଲି । ତାଙ୍କ ବ୍ଲକବଷ୍ଟର ଫିଲ୍ମ 'ବାହୁବଳୀ'ରେ ଦେବସେନା ଭୂମିକା ପାଇଁ ଅନୁଷ୍କା ଶର୍ମାଙ୍କ ସହ କଥା ହୋଇଥିଲେ । ଆଉ ତୁରନ୍ତ ରାଜି ହୋଇଗଲେ ଅନୁଷ୍କା । ଅଭିନେତ୍ରୀ ଦେବସେନା ହୋଇ ସମସ୍ତଙ୍କ ହୃଦୟ ଜିତିଲେ । 'ବାହୁବଳୀ'ରେ ଦେବସେନାଙ୍କ ଚରିତ୍ରକୁ ଲୋକଙ୍କଠାରୁ ବହୁତ ଭଲ ମିଳିଥିଲା । ଏହାପରେ, ସେ 'ରୁଦ୍ରମାଦେବୀ', 'ଅରୁନ୍ଧତୀ' ଏବଂ 'ବେଦମ' ଭଳି ବ୍ଲକବଷ୍ଟର ଫିଲ୍ମରେ ମଧ୍ୟ କାମ କରିଥିଲେ । ସବୁଠାରୁ ଖାସ୍ କଥା ହେଉଛି ବାହୁବଳୀ ଏବଂ ବାହୁବଳୀ ୨ ଏକାକି ହିଁ ୨୪୦୦କୋଟିର କଲେକ୍ସନ୍ କରିଥିଲା । ଆଉ ଏବେ ଅନୁଷ୍କା ସାଉଥର ବଡ ବଡ ଅଭିନେତ୍ରୀଙ୍କ ତାଲିକାରେ ଅଛନ୍ତି।