୧୬ ବର୍ଷ ପରେ କାହିଁକି ଅଲଗା ହେଲେ ଟିଭିର ଲୋକପ୍ରିୟ ଯୋଡି ?

Key Points
ଭାଙ୍ଗିଲା ୧୬ ବର୍ଷର ବିବାହ
ଅଲଗା ହେଲେ ଅକ୍ଷରାଙ୍କ ବାପା-ମାଆ
ପୋଷ୍ଟ ସେୟାର କରି ଲତା କହିଲେ
ପୁଣି ଅଲଗା ହେଲେ ଆଉ ଦୁଇ ସେଲିବ୍ରେଟି ଯୋଡି। ଦୀର୍ଘ ୧୬ ବର୍ଷ ପରେ ଅଲଗା ହୋଇଛନ୍ତି ଏହି ଯୋଡି। ଯାହାକୁ ନେଇ ସୋସିଆଲ ମିଡିଆରେ ପୁଣି ଚର୍ଚ୍ଚା କି ଏମିତି କଣ ହୋଇଗଲା ଯେ ଏତେ ଦିନ ଧରି ଏକାଠି ଥିବା ଯୋଡି ବି ଶେଷରେ ଅଳଗା ହୋଇଯାଇଛନ୍ତି। ଲୋକପ୍ରିୟ ହିନ୍ଦୀ ଟେଲି ଶୋ' 'ୟେ ରିସ୍ତ କ୍ୟା କେହଲାତା ହେ' । ଲତା ସବରୱାଲ ଏବଂ ସଞ୍ଜୀବ ସେଠଙ୍କ ଯୋଡ଼ି ଟିଭିରେ ଲୋକପ୍ରିୟତା ସାଉଁଟିଥିଲା। ପ୍ରଶଂସକମାନେ ଅକ୍ଷରାଙ୍କ ପିତାମାତା ଭାବରେ ଉଭୟଙ୍କ ଭୂମିକାକୁ ପସନ୍ଦ କରିଥିଲେ। ଏବେ ଦୁହେଁ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଶୋ'ରେ ଉଭୟ ହିନା ଖାନ ଅର୍ଥାତ୍ ଅକ୍ଷରାଙ୍କ ଅନସ୍କ୍ରିନ୍ ପିତାମାତା ରାଜଶ୍ରୀ ଏବଂ ବିଶମ୍ବର ମାହେଶ୍ୱରୀଙ୍କ ଭୂମିକାରେ ଅଭିନୟ କରିଥିଲେ।
ଲତା ସବରୱାଲ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ଦୀର୍ଘ ନୀରବତା ପରେ, ମୁଁ ଘୋଷଣା କରୁଛି ଯେ ମୁଁ (ଲତା ସବରୱାଲ) ମୋ ସ୍ୱାମୀ (ସଞ୍ଜୀବ ସେଠ୍)ଙ୍କଠାରୁ ଅଲଗା ହୋଇଛି। ମୋତେ ଏକ ସୁନ୍ଦର ପୁଅ ଦେବା ପାଇଁ ମୁଁ ତାଙ୍କ ପ୍ରତି କୃତଜ୍ଞ। ତାଙ୍କ ଭବିଷ୍ୟତ ଜୀବନ ପାଇଁ ମୁଁ ତାଙ୍କୁ ଶୁଭକାମନା ଜଣାଉଛି। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଦୟାକରି ମୋତେ ଏବଂ ମୋ ପରିବାରର ଶାନ୍ତିକୁ ସମ୍ମାନ ଦିଅନ୍ତୁ ଏବଂ ଏ ବିଷୟରେ କୌଣସି ପ୍ରଶ୍ନ ପଚାରନ୍ତୁ ନାହିଁ କିମ୍ବା ଫୋନ୍ କରନ୍ତୁ ନାହିଁ। ଧନ୍ୟବାଦ।’
ଉଲ୍ଲେଖଯୋଗ୍ୟ, ‘ୟେ ରିସ୍ତ କ୍ୟା କେହଲାତା ହେ’ର ସୁଟିଂ ସମୟରେ ଲତା ସବରୱାଲ ଏବଂ ସଞ୍ଜୀବ ସେଠ ପରସ୍ପରର ପ୍ରେମରେ ପଡ଼ିଥିଲେ। ସୁଟିଂ ସେଟ୍ରୁ ହୋଇଥିଲା ଦେଖା । ପରେ ଦୁହେଁ ଦୁହିଁଙ୍କୁ ହୃଦୟ ଦେଇଥିଲେ । ବିବାହ ପାଇଁ ପତ୍ନୀଙ୍କଠୁ ନେଇଥିଲେ ଅନୁମତି । ଯାହା ପରେ ଉଭୟ ୨୦୧୦ ମସିହାରେ ବିବାହ କରିଥିଲେ। ଏହି ଦମ୍ପତିଙ୍କର ଏକ ପୁଅ ମଧ୍ୟ ଅଛି। ଲତା ଏବଂ ସଞ୍ଜୀବ ଅନ୍ୟାନ୍ୟ ଅନେକ ଶୋ' ଏବଂ ଫିଲ୍ମରେ କାମ କରିଛନ୍ତି। ଏମିତି ପୁରଣ ହୋଇଥିବା ଟିଭି ସିରିୟଲ 'ୟେ ରିସ୍ତା କ୍ୟାୟା କେହେ ଲାତା ହୈ' ଲୋକପ୍ରିୟ ଯୋଡ଼ିଙ୍କ ପ୍ରେମ କାହାଣୀ । ଏବେ ବିବାହର ୧୬ ବର୍ଷ ପରେ ସ୍ବାମୀ ସଞ୍ଜୀବ ସେଠ୍ଙ୍କଠୁ ଛାଡ଼ପତ୍ର ନେବାକୁ ନିଷ୍ପତ୍ତି ନେଇଛନ୍ତି ଲତା । ହଠାତ୍ ଏଭଳି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ୧୬ ବର୍ଷର ବିବାହ ପରେ ଏହି ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଛି। ଏ ନେଇ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଫ୍ୟାନ୍ସଙ୍କୁ ସୂଚନା ଦେଇ ଇମୋସନାନ ପୋଷ୍ଟ କରିଛନ୍ତି ଲତା ।