Actor Dies In accident / ଭୟଙ୍କର ସଡ଼କ ଦୁର୍ଘଟଣା: ଚାଲିଗଲା ଅଭିନେତା ଓ ସିନେମାଟୋଗ୍ରାଫରଙ୍କ ଜୀବନ
·4 months ago·2 min read

Key Points
ଭୟଙ୍କର ସଡ଼କ ଦୁର୍ଘଟଣା
ଚାଲିଗଲା ସାଉଥ୍ ଅଭିନେତାଙ୍କ ଜୀବନ
ସାଉଥ୍ ସିନେମାରେ ଶୋକର ଛାଇ
ଚାଲିଗଲା ସାଉଥ୍ ଅଭିନେତାଙ୍କ ଜୀବନ
ସାଉଥ୍ ସିନେମାରେ ଶୋକର ଛାଇ
ସଡ଼କ ଦୁର୍ଘଟଣା ନେଲା ଅଭିନେତାଙ୍କ ଜୀବନ। ଆଖି ସାମ୍ନାରେ ଛଟପଛ ହୋଇ ଚାଲିଗଲା ଜୀବନ। ସାଉଥ ଇଣ୍ଡଷ୍ଟ୍ରିରୁ ଆସିଛି ଏକ ଅତ୍ୟନ୍ତ ଦୁଃଖଦ ଖବର। ତେଲୁଗୁ ଅଭିନେତା ତଥା କଣ୍ଟେଣ୍ଟ କ୍ରିଏଟର ଭରତ କାନ୍ତ ଏବଂ ସିନେମାଟୋଗ୍ରାଫର ଜି. ସାଇ ତ୍ରିଲୋକଙ୍କର ମୃତ୍ୟୁ ଘଟିଛି। ମାତ୍ର ୩୧ ବର୍ଷ ବୟସରେ ଏହି ଦୁଇ କଳାକାରଙ୍କ ଦେହାନ୍ତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଭରତଙ୍କ ମୃତ୍ୟୁ ଖବର ପାଇବା ପରେ ସାଉଥ୍ ସିନେମାର ଅନେକ ସେଲିବ୍ରିଟି ଗଭୀର ଶୋକ ପ୍ରକାଶ କରିଛନ୍ତି।
. କିଏ ଏହି ଭରତ କାନ୍ତ ?
ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲାର ବାସିନ୍ଦା ଭରତ କାନ୍ତ ତେଲୁଗୁ ସିନେମା ଏବଂ ଡିଜିଟାଲ୍ ମନୋରଞ୍ଜନରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ତାଙ୍କର ନୃତ୍ୟ ଭିଡିଓ, ଅଭିନୟ ପ୍ରୋଜେକ୍ଟ ଏବଂ ସୋସିଆଲ ମିଡିଆରେ ତାଙ୍କର ଅନେକ ଖ୍ୟାତି ରହିଛି। ସେ ୱେବ୍ କଣ୍ଟେଣ୍ଟ ଏବଂ ସର୍ଟ-ଫର୍ମାଟ୍ ଡିଜିଟାଲ୍ ପ୍ରୋଜେକ୍ଟରେ କାମ କରିବା ବ୍ୟତୀତ ଗ୍ରାମମ୍ ଏବଂ ଟେନାଣ୍ଟ ଭଳି ଫିଲ୍ମରେ ଅଭିନୟ କରିଥିଲେ। ଭରତ ଜଣେ YouTuber ଏବଂ ଦର୍ଶକଙ୍କ ମଧ୍ୟରେ ନିଜର କଣ୍ଟେଣ୍ଟ ପାଇଁ ଖୁବ ସକ୍ରିୟ ଥିଲେ।ଏହାସହ ଇନଷ୍ଟାଗ୍ରାମରେ 40,000 ରୁ ଅଧିକ ଫଲୋଅର୍ସ ଏବଂ YouTube ରେ ହଜାର ହଜାର ସବସ୍କ୍ରାଇବର୍ ରହିଛନ୍ତି।
ଦୁହେଁ ଏକାସାଥେ ଯାଉଥିବା ସମୟରେ ଏହି ସଡ଼କ ଦୁର୍ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। ଯାହା ପରେ ଦୁହିଁଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଭରତଙ୍କ ସହ ଯାତ୍ରା କରୁଥିବା ଜି. ସାଇ ତ୍ରିଲୋକ ଅନେକ ଅନଲାଇନ୍ ଏବଂ ଫିଲ୍ମ ପ୍ରୋଜେକ୍ଟ ସହିତ ଜଡିତ ଜଣେ ସିନେମାଟୋଗ୍ରାଫର ଏବଂ ଡିଜିଟାଲ୍ କ୍ରିଏଟର୍ ଭାବରେ କାମ କରିଥିଲେ। ରବିବାର ବିଳମ୍ବିତ ରାତିରେ ହାଇଦ୍ରାବାଦରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ବିଜୟଙ୍କ ଶପଥ ଗ୍ରହଣ ପରେ ତ୍ରିଷାଙ୍କ ପ୍ରଥମ ପୋଷ୍ଟ ଭାଇରାଲ: କହିଲେ, 'ପ୍ରେମର ସ୍ୱର ସବୁବେଳେ ବଡ଼'
ମିଳିଥିବା ସୂଚନା ଅନୁଯାୟୀ, ଭରତ ଓ ସାଇ ନେଲଲୋରରୁ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରୁଥିଲେ। ହାଇଦ୍ରାବାଦର ଆଦିବାଟଲା ଥାନା ଅନ୍ତର୍ଗତ ସେମାନଙ୍କ କାର୍ ଏକ କଣ୍ଟେନର ଟ୍ରକ ସହ ପଛପଟୁ ଧକ୍କା ହୋଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।'' ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ବୋଲି କହିଛି।"
ଭରତ କାନ୍ତଙ୍କ ଆକସ୍ମିକ ମୃତ୍ୟୁ ପରେ ଶୋକର ଛାଇ ଖେଳିଯାଇଛି। ତାଙ୍କର ବନ୍ଧୁ, ପ୍ରଶଂସକ ଏବଂ ସେଲିବ୍ରିଟିମାନେ ଭାବପ୍ରବଣ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି । ଅଭିନେତ୍ରୀ ଏବଂ ପୂର୍ବତନ ବିଗ୍ ବସ୍ ତେଲୁଗୁ ପ୍ରତିଯୋଗୀ ଆଶୁ ରେଡ୍ଡୀ ତାଙ୍କୁ ତାଙ୍କର "ଶ୍ରେଷ୍ଠ ବନ୍ଧୁ" ଏବଂ "ପରିବାର" ଭାବରେ ମନେ ପକାଇ ଶୋକ ବ୍ୟକ୍ତ କରିଛନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Related Topics
Explore more stories