Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Dimple Hayati / ତେଲୁଗୁ ଅଭିନେତ୍ରୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ: ଘରୋଇ ସହାୟିକାଙ୍କୁ ଦେଉଛନ୍ତି ନିର୍ଯାତନା

Ritu Das
Browse all articles by Ritu Das
·9 months ago·2 min read
ତେଲୁଗୁ ଅଭିନେତ୍ରୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ: ଘରୋଇ ସହାୟିକାଙ୍କୁ ଦେଉଛନ୍ତି ନିର୍ଯାତନା

Key Points

ଅଡୁଆରେ ତାମିଲ ଓ ତେଲ୍‌ଗୁ ଫିଲ୍ମ ଅଭିନେତ୍ରୀ ଡିମ୍ପଲ ହାୟାତି । ହାଇଦ୍ରାବାଦ ପୋଲିସ ଅଭିନେତ୍ରୀ ଡିମ୍ପଲ ଓ ତାଙ୍କ ସ୍ବାମୀ ଡେଭିଡଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ଅଡୁଆରେ ତାମିଲ ଓ ତେଲ୍‌ଗୁ ଫିଲ୍ମ ଅଭିନେତ୍ରୀ ଡିମ୍ପଲ ହାୟାତି । ହାଇଦ୍ରାବାଦ ପୋଲିସ ଅଭିନେତ୍ରୀ ଡିମ୍ପଲ ଓ ତାଙ୍କ ସ୍ବାମୀ ଡେଭିଡଙ୍କ ବିରୋଧରେ ମାମଲା ରୁଜୁ କରିଛି । ଦମ୍ପତ୍ତିଙ୍କ ଘରେ ରହୁଥିବା ସହାୟିକା ଆଣିଛନ୍ତି ସାଂଘାତିକ ଅଭିଯୋଗ । ଉତ୍ପୀଡନ, ମାରପିଟ ଓ ଦୁର୍ବ୍ୟବହାରର ଅଭିଯୋଗ ଆଣି ଫିଲ୍ମ ନଗର ଥାନାର ଦ୍ବାରସ୍ଥ ହୋଇଛନ୍ତି । ୨୨ ବର୍ଷୀୟ ପୀଡିତାଙ୍କର ଘର ରାୟଗଡା ଜିଲ୍ଲାରେ । ସେ ରୋଜଗାର ପାଇଁ ଓଡ଼ିଶା ଛାଡି ହାଇଦ୍ରାବାଦ ଯାଇଥିଲେ ।

ବୟସ ବଢ଼ୁଛି କି ? ମଲାଇକାଙ୍କ ପରି କରନ୍ତୁ ଏହି ବ୍ୟାୟାମ, ସଙ୍ଗେ ସଙ୍ଗେ କମିବ ବୟସ...

ସେଠାରେ ସେ ଅଭିନେତ୍ରୀ ଡିମ୍ପଲ ହାୟାତିଙ୍କ ଘରେ ସହାୟକ ଭାବରେ କାମ କରୁଥିଲେ । ତେବେ ଅଭିନେତ୍ରୀ ଓ ତାଙ୍କ ସ୍ବାମୀ ପୀଡିତାଙ୍କୁ ଦେଉଥିଲେ ନିର୍ଯାତନା । ପ୍ରଥମେ ପ୍ରଥମେ ସବୁ ଠିକ ଚାଲିଥିଲା । ଧିରେ ଧିରେ ଅସଲ ରୂପ ଦେଖାଇବା ଆରମ୍ଭ କରିଦେଇଥିଲେ ଉଭୟ । ପୀଡିତାଙ୍କୁ ନିର୍ଯାତନା ଦେବା ସହ ଖାଇବାକୁ ଦେଉନଥିଲେ । ମୋ ଜୀବନ ତାଙ୍କ ଜୋତା ସହ ସମାନ ନୁହେଁ ବୋଲି ମଧ୍ୟ କହୁଥିଲେ ।ଏତିକିରେ ମନ ଶାନ୍ତି ହେଲାନି ଯେ ଖରାପ ଭାଷାରେ ଗାଳିଗୁଲଜ ଶୁଣିବାକୁ ମିଳୁଥିବା ସଂଗୀନ ଅଭିଯୋଗ ଆଣିଛନ୍ତି ପୀଡିତା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଜୁବିନଙ୍କ ମ୍ୟାନେଜର ଓ ସିଙ୍ଗାପୁର ଇଭେଣ୍ଟ ଆୟୋଜକଙ୍କୁ ଗିରଫ କଲା ଆସାମ ସିଆଇଡି

ସୋମବାର ସନ୍ଧ୍ୟା ପ୍ରାୟ ସାଢେ ୭ଟା ସମୟ । ଦଂପତ୍ତିଙ୍କ ପୋଷା କୁକୁର ଭୋକିବାରୁ ଡିମ୍ପଲ ଓ ଡେଭିଡ ପୀଡିତାଙ୍କ ଉପରେ ରାଗିଯାଇ ଖରାପ ବ୍ୟବହାର କରିଥିଲେ । ଯାହାର ଭିଡିଓ ରେକର୍ଡିଂ କରିବାରୁ ଡେଭିଡ ମୋବାଇଲ ଛଡାଇ ନେଇ ଫିଙ୍ଗିଦେଇଥିଲେ । ଏମିତିକି ମୋତେ ମାରିବାକୁ ମଧ୍ୟ ଉଦ୍ୟମ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ପୀଡିତାଙ୍କ ଅଭିଯୋଗ ଆଧାରରେ ଫିଲ୍ମ ନଗର ପୋଲିସ ବିଭିନ୍ନ ଦଫାରେ ମାମଲା ରୁଜୁ କରିଛି । ଡିମ୍ପଲ ଓ ଡେଭିଡଙ୍କୁ ଥାନାରେ ହାଜର ପାଇଁ ନୋଟିସ୍‌ ହୋଇଛି ।

Sponsored
Serious Allegations Against Telugu Actress: Domestic Help Accuses of Harassment | Argus News | Argus News