Videos
|
Entertainment

Cursed film: ଏହି ଫିଲ୍ମ ଦେଖିଛି ଅନେକଙ୍କ ମୃତ୍ୟୁ !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Cursed film: ଏହି ଫିଲ୍ମ ଦେଖିଛି ଅନେକଙ୍କ ମୃତ୍ୟୁ !

Key Points

ଫିଲ୍ମଟି ୧୯୮୬ ମସିହା ମେ ୨୭ରେ ବଡ଼ ପରଦାରେ ମୁକ୍ତିଲାଭ କରିଥିଲା ।

"ଲଭ୍ ଆଣ୍ଡ ଗଡ" ଫିଲ୍ମର ସୁଟିଂ ୧୯୬୩ ମସିହାରେ ଆରମ୍ଭ ହୋଇଥିଲା।

ଆପଣ ଅନେକ କିଛି ଅଭଶପ୍ତ ଶୁଣିଥିବେ । ଯେମିତିକି ଅଭିଶପ୍ତ ଘର, ଅଭିଶପ୍ତ ଗାଁ, ଅଭିଶପ୍ତ ଗାଡ଼ି ମଟର ଇତ୍ୟାଦି । କିନ୍ତୁ କେବେ କୌଣସି ଫିଲ୍ମ ଅଭିଶପ୍ତ ବୋଏଲି ଶୁଣିନଥିବେ । ଆଜି ଆମେ ଆପଣଙ୍କୁ ଠିକ୍‌ ଏମିତି ଏକ କାହାଣୀ କହିବୁ, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ଆମେ କହୁଛୁ ବଲିଉଡର ସେହି ଫିଲ୍ମ କଥା । ଯାହାକୁ ପ୍ରସ୍ତୁତ କରିବା ପାଇଁ ଅନେକ ସମୟ ଲାଗିଥିଲା। ଆପଣ ଏବେ ଟିକେ ଦ୍ୱନ୍ଦ୍ୱରେ ପଡ଼ୁଥିବେ । ଭାବୁଥିବେ ଏହା କେଉଁ ଫିଲ୍ମ ? ତେବେ ସେହି ଫିଲ୍ମଟି ହେଲା, ଲଭ୍‌ ଆଣ୍ଡ ଗଡ୍‌ । ଯାହାକୁ କୈସ ଓ ଲୈଲା ମଧ୍ୟ କହନ୍ତି ପିଲ୍ମ ପ୍ରେମୀ ।

ଫିଲ୍ମଟି ୧୯୮୬ ମସିହା ମେ ୨୭ରେ ବଡ଼ ପରଦାରେ ମୁକ୍ତିଲାଭ କରିଥିଲା । ଅନେକ ଏହାକୁ ପସନ୍ଦ ମଧ୍ୟ କରିଥିଲେ । କିଛି ଦର୍ଶକ ଏହାକୁ ନାପସନ୍ଦ ମଧ୍ୟ କରିଥିଲେ । ତେବେ ସବୁଠାରୁ ବଡ଼ କଥା ହେଲା, ଏହି ଫିଲ୍ମରେ ଯେଉଁ ବି ଅଭିନେତାଙ୍କୁ ନିଆଗଲା ସେମାନଙ୍କ ମୃତ୍ୟୁ ହେଲା । ଏମିତିକି ନିର୍ଦେଶକଙ୍କ ମଧ୍ୟ ଜୀବନ ଚାଲାଗଲା । ପ୍ରଥମେ ଜଣେ ଅଭିନେତାଙ୍କ ମୃତ୍ୟୁ ପରେ ଅନ୍ୟ ଜଣେ ଅଭିନେତାଙ୍କୁ ନିଆଯାଇଥିଲା, କିନ୍ତୁ ତାଙ୍କର ମଧ୍ୟ ମୃତ୍ୟୁ ହୋଇଗଲା।

"ଲଭ୍ ଆଣ୍ଡ ଗଡ" ଫିଲ୍ମର ସୁଟିଂ ୧୯୬୩ ମସିହାରେ ଆରମ୍ଭ ହୋଇଥିଲା। ସେହି ସମୟରେ ଏହି ଫିଲ୍ମରେ ମୁଖ୍ୟ ଅଭିନେତା ଅର୍ଥାତ୍ କୈସ ଭୂମିକାରେ ଗୁରୁଦତ୍ତଙ୍କୁ ସାଇନ କରାଯାଇଥିଲା। ସେହିପରି ଲୈଲା ଭୂମିକାରେ ନିମ୍ମୀ ନାମକ ଜଣେ ଅଭିନେତ୍ରୀ ଥିଲେ। କିନ୍ତୁ ୧୯୬୪ରେ ଗୁରୁଦତ୍ତଙ୍କର ଅଚାନକ ମୃତ୍ୟୁ ହୋଇଗଲା ଏବଂ ଏହି ଫିଲ୍ମ ଅଧାରେ ରହିଗଲା। ଏହାପରେ ଫିଲ୍ମଟିର ସୁଟିଂ ବନ୍ଦ କରାଯାଇଥିଲା। ପରେ ଫିଲ୍ମର ନିର୍ଦ୍ଦେଶକ କେ. ଆସିଫ ସଞ୍ଜୀବ କୁମାରଙ୍କୁ ମୁଖ୍ୟ ଅଭିନେତା ଭାବେ ସାଇନ କଲେ। ୧୯୭୦ରେ ପୁଣି ଥରେ ଫିଲ୍ମର ସୁଟିଂ ଆରମ୍ଭ ହେଲା, କିନ୍ତୁ ସୁଟିଂ ଚାଲିଥିବା ବେଳେ ଫିଲ୍ମର ନିର୍ଦ୍ଦେଶକ ତଥା ପ୍ରଯୋଜକ କେ. ଆସିଫଙ୍କର ମୃତ୍ୟୁ ହୋଇଗଲା। ଏହାପରେ ୧୯୭୧ରେ ଫିଲ୍ମର ସୁଟିଂ ବନ୍ଦ ହୋଇଗଲା।

କେ. ଆସିଫଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ପ୍ରଥମ ଏବଂ ଶେଷ ଫିଲ୍ମ, ଯାହାର ରିଲିଜ ସେ ଦେଖି ପାରିନଥିଲେ। ପରେ କେ. ଆସିଫଙ୍କ ପତ୍ନୀ ଅଖତର ଆସିଫ କେସି ବୋକାଡ଼ିଆଙ୍କ ସାହାଯ୍ୟରେ ଫିଲ୍ମଟିକୁ ରିଲିଜ କରିବାକୁ ନିଷ୍ପତ୍ତି ନେଲେ।

ଫିଲ୍ମର ବାକି ସୁଟିଂ ତିନୋଟି ଭିନ୍ନ ଷ୍ଟୁଡିଓରେ ଶେଷ କରାଯାଇ ଫିଲ୍ମଟି ରିଲିଜ କରାଗଲା। କିନ୍ତୁ ରିଲିଜ ପୂର୍ବରୁ ୧୯୮୫ରେ ଫିଲ୍ମର ମୁଖ୍ୟ ଅଭିନେତା ସଞ୍ଜୀବ କୁମାରଙ୍କର ମଧ୍ୟ ମୃତ୍ୟୁ ହୋଇଗଲା। ତାଙ୍କ ମୃତ୍ୟୁ ପରେ ଯେକୌଣସି ଉପାୟରେ ଏହି ଫିଲ୍ମଟି ୧୯୮୬ ମସିହା ମେ ୨୭ ତାରିଖରେ ବଡ଼ ପରଦାରେ ରିଲିଜ ହେଲା। ଲଗାତର ଏଭଳି ଘଟଣା ଘଟିବା କାରଣରୁ ଏହି ଫିଲ୍ମଟିକୁ ଏବେ ଅଭିଶପ୍ତ ବୋଲି କୁହାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
That unfortunate film of bollywood industry took 23 years to be made all the actors and director died during shoot | Argus News