Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ସୈଫ ଅଲ୍ଲୀ ଖାନ୍‌ଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ ବାଂଲାଦେଶୀ

Smruti Parija
Browse all articles by Smruti Parija
·1 year ago·1 min read
ସୈଫ ଅଲ୍ଲୀ ଖାନ୍‌ଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ ବାଂଲାଦେଶୀ

Key Points

ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ ବାଂଲାଦେଶୀ ହେଉଛି ମହମ୍ମଦ ଆଲିୟାନ ।

ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ ବାଂଲାଦେଶୀ ହେଉଛି ମହମ୍ମଦ ଆଲିୟାନ । ସେ ହିଁ ଜାନୁଆରୀ ୧୬ ରାତିରେ ସୈଫଙ୍କୁ ଆଟାକ୍ କରିଥିବା ନେଇ ପୋଲିସ ଆଗରେ ସ୍ବୀକାର କରିଛି । ଅଭିଯୁକ୍ତ ବାଂଲାଦେଶୀ ବେଆଇନ ଭାବେ ଭାରତରେ ପ୍ରବେଶ କରିଥିଲା । ତା ପରେ ସେ ତାର ନାଁ ବଦଳାଇଛି । ୬ ମାସ ତଳେ ସେ ମୁମ୍ବାଇ ଆସି ଆଖପାଖ ଏରିଆରେ ରହୁଥିଲା । ସେ ଭାରତୀୟ ହେବାର କୌଣସି ପ୍ରମାଣ ନାହିଁ ବୋଲି କହିଛନ୍ତି ମୁମ୍ବାଇ ଜୋନ୍-୯ ଡିସିପି ।


ଗତକାଲି ମହାରାଷ୍ଟ୍ରର ଥାନେରୁ ମହମ୍ମଦ ଆଲିୟାନକୁ ମୁମ୍ବାଇ ପୋଲିସ ଗିରଫ କରିଛି । ଅଭିଯୁକ୍ତ ମହମ୍ମଦ ଆଲିୟାନ ଥାନେର ରକିସ୍ ବାରରେ ୱେଟର ଭାବେ କାମ କରୁଛି । ସୈଫଙ୍କୁ ଆକ୍ରମଣ କରିବା ପରେ ମହମ୍ମଦ ଆଲିୟାନ ପୋଲିସଠାରୁ ବଞ୍ଚିବା ଲାଗି ନିଜ ନାମ ପରିବର୍ତ୍ତନ କରି ବିଜୟ ଦାସ କରିଥିଲା । ୩ ଦିନ ତଳେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ବାସଭବନରେ ସୈଫ ଅଲ୍ଲୀ ଖାନଙ୍କ ଉପରକୁ ଛଅ ଥର ଛୁରାମାଡ ହୋଇଥିଲା । ତାଙ୍କ ମେରୁଦଣ୍ଡ ନିକଟରେ ଗୁରୁତର ଆଘାତ ଲାଗିଥିଲା । ପ୍ରାୟ ୫ଘଣ୍ଟା ଧରି ଚାଲିଥିଲା ଅପରେସନ୍ । ଏବେ ସୈଫ୍ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The accused who attacked Saif Ali Khan is a Bangladeshi | Argus News