Videos
|
Entertainment

"ଦି ବେଙ୍ଗଲ୍ ଫାଇଲ୍ସ" ଥିଏଟର ବ୍ୟାନ୍ ସତ୍ତ୍ୱେ କୋଲକାତାରେ ହେବ ପ୍ରଥମ ସ୍କ୍ରିନିଂ

Ritu Das
Browse all articles by Ritu Das
·1 year ago·1 min read
"ଦି ବେଙ୍ଗଲ୍ ଫାଇଲ୍ସ" ଥିଏଟର ବ୍ୟାନ୍ ସତ୍ତ୍ୱେ କୋଲକାତାରେ ହେବ ପ୍ରଥମ ସ୍କ୍ରିନିଂ

Key Points

ସେପ୍ଟେମ୍ବର ୫ ତାରିଖରେ ପୁରା ଭାରତରେ ରିଲିଜ ହୋଇଥିଲା ମୁଭି " ଦ ବେଙ୍ଗଲ ଫାଇଲ୍ସ। ଏବେ ଶେଷରେ ସବୁ ବିବାଦର ଅନ୍ତ ଘଟାଇ ଏହି ମୁଭି ଏବେ କୋଲକାତାରେ ରିଲିଜ ହେବାକୁ ଯାଉଛି।

ସେପ୍ଟେମ୍ବର ୫ ତାରିଖରେ ପୁରା ଭାରତରେ ରିଲିଜ ହୋଇଥିଲା ମୁଭି " ଦ ବେଙ୍ଗଲ ଫାଇଲ୍ସ। ଏବେ ଶେଷରେ ସବୁ ବିବାଦର ଅନ୍ତ ଘଟାଇ ଏହି ମୁଭି ଏବେ କୋଲକାତାରେ ରିଲିଜ ହେବାକୁ ଯାଉଛି। ତେବେ ଥିଏଟରରେ ନୁହେଁ ମିଥୁନ୍ ଚକ୍ରବର୍ତ୍ତୀଙ୍କ ଅଭିନୟର “ଦି ବେଙ୍ଗଲ୍ ଫାଇଲ୍ସ” ଫିଲ୍ମର ପ୍ରଥମ ସ୍କ୍ରିନିଂ ସେପ୍ଟେମ୍ବର ୧୩ ତାରିଖରେ ଅପରାହ୍ନ ୪ଟାରେ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ ଭାଷା ଭବନରେ ବିଶେଷ ପ୍ରଦର୍ଶନ ହେବ।


ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶନାରେ ହୋଇଥିବା ଏହି ମୁଭି ବହୁ ବିବାଦ ପରେ ପ୍ରତି ଥିଏଟରରେ ରିଲିଜ ହୋଇଥିଲା। କିନ୍ତୁ କୋଲକାତାରେ ଏହି ମୁଭିକୁ ରିଲିଜ କରିବାକୁ ଦେଇ ନ ଥିଲେ ମମତା ସରକାରଙ୍କ କର୍ମୀମାନେ। ଏହି ଫିଲ୍ମର କାହାଣୀରେ ପଶ୍ଚିମବଙ୍ଗରେ ପୂର୍ବରୁ ଘଟିଥିବା ହିଂସା, ସାମ୍ପ୍ରଦାୟିକ ସଂଘର୍ଷ ଏବଂ ପୀଡ଼ିତ ପରିବାରମାନଙ୍କ କଥାକୁ ଦେଖାଯାଇଛି। ନିର୍ମାତାମାନଙ୍କ କହିବା ଅନୁଯାୟୀ, ଏହା ସତ୍ୟ ଘଟଣାରୁ ପ୍ରେରିତ ହେଲେ ମଧ୍ୟ, ଫିଲ୍ମଟି କୌଣସି ରାଜନୈତିକ ଦଳକୁ ଲକ୍ଷ୍ୟ କରୁନାହିଁ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ସମ୍ପର୍କିତ ଖବର...


ସେପ୍ଟେମ୍ବରର ପ୍ରଥମ ସପ୍ତାହରୁ କିଛି ସାମାଜିକ ସଂଗଠନ ଏବଂ ପାର୍ଟିମାନେ ଏହାର ପ୍ରଦର୍ଶନ ବିରୋଧ କରିଥିଲେ। କିଛି ସିନେମା ହଲ୍‌ରୁ ପ୍ରଦର୍ଶନ ବାତିଲ୍ ହୋଇଥିବାରୁ, ନିର୍ମାତାମାନେ ପ୍ରାଇଭେଟ୍ ସ୍କ୍ରିନିଂର ବ୍ୟବସ୍ଥା କରିଛନ୍ତି। ଏହି ମୁଭିରେ ମିଥୁନ ଚକ୍ରବର୍ତ୍ତୀ, ଅନୁପମ ଖେର, ଦର୍ଶନ କୁମାର, ସିମରତ କୌର, ପ୍ରିୟାଂଶୁ ଚାଟାର୍ଜୀ, ଏବଂ ଶାଶ୍ବତ ଚଟାର୍ଜୀ ମୁଖ୍ୟ ଭୂମିକାରେ ଅଛନ୍ତି। ମୁଭିକୁ କୋଲକାତାର ସିନେମା ଘରେ ରିଲିଜ କରିବାକୁ ଦିଆଯାଇ ନ ଥିଲା।