Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଦ୍ୱିତୀୟ ଥର ମାଆ ହେଲେ ଇଲିଆନା, ପ୍ରିୟଙ୍କା କହିଲେ...

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଦ୍ୱିତୀୟ ଥର ମାଆ ହେଲେ ଇଲିଆନା, ପ୍ରିୟଙ୍କା କହିଲେ...

Key Points

ଦ୍ୱିତୀୟ ଥର ମାଆ ହେଲେ ଇଲିଆନା ଡି'କ୍ରୁଜ୍
ଫଟୋ ସେୟାର କରି ଦେଲେ ସୂଚନା

ପୁଣି ଥରେ ମାଆ ହୋଇଛନ୍ତି ଅଭିନେତ୍ରୀ ଇଲିଆନା ଡି'କ୍ରୁଜ୍। ଅଭିନେତ୍ରୀ ତାଙ୍କର ସୋସିଆଲ ମିଡିଆ ପୋଷ୍ଟରେ ଦ୍ୱିତୀୟ ଥର ପାଇଁ ମାଆ ହେବାର ଖୁସି ଖବର ଦେଇଛନ୍ତି । ଏଖବର ପରେ ତାଙ୍କ ଫ୍ୟାନ୍ସମାନେ ବି ଖୁସି ହୋଇଛନ୍ତି। ୨୭ ଜୁନ ରାତିରେ ଇଲିଆନା ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଦ୍ୱିତୀୟ ସନ୍ତାନ ଜନ୍ମ ହେବାର ଖୁସି ଖବର ଦେଇଥିଲେ । ଅଭିନେତ୍ରୀ ତାଙ୍କ ଦ୍ୱିତୀୟ ସନ୍ତାନର ଏକ ଝଲକ ମଧ୍ୟ ସେୟାର କରିଛନ୍ତି । ଅଭିନେତ୍ରୀ ତାଙ୍କ ପୁଅର ଏକ ବ୍ଲାକ ଆଣ୍ଡ ହ୍ୱାଇଟ ଫଟୋ ସେୟାର କରିଛନ୍ତି । ଏହା ସହିତ, ଅଭିନେତ୍ରୀ କହିଛନ୍ତି ଯେ ତାଙ୍କର ଦ୍ୱିତୀୟ ସନ୍ତାନ ୧୯ ଜୁନ୍ ୨୦୨୫ ରେ ଜନ୍ମ ହୋଇଥିଲା ।


ଇଲିଆନା ଏହି ଖୁସି ଖବର ପୋଷ୍ଟରେ ଲାଲ ହାର୍ଟ ଇମୋଜି ସହ କ୍ୟାପସନରେ ଲେଖିଛନ୍ତି, 'ଆମେ ବହୁତ ଖୁସି' । ଅଭିନେତ୍ରୀ ତାଙ୍କ ପୁଅର ନାମ କିନୁ ମାଇକେଲ୍ ଡୋନାଲ୍ ରଖିଛନ୍ତି । ଅଭିନେତ୍ରୀ ତାଙ୍କର ଦ୍ୱିତୀୟ ସନ୍ତାନର ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଇଲିଆନା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ଏନେଇ ପୋଷ୍ଟରେ ଅଭିନେତ୍ରୀ ତାଙ୍କ ପୁଅର ନାମ ଏବଂ ତାଙ୍କ ଜନ୍ମ ତାରିଖ ମଧ୍ୟ ପ୍ରକାଶ କରିଛନ୍ତି । ଏହି ଖବର ଆସିବା ପରେ ଇଲିଆନାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ । ଫ୍ୟାନ୍ସଙ୍କ ସମେତ ତମାମ ସେଲିବ୍ରିଟି ଅଭିନେତ୍ରୀଙ୍କୁ ଶୁଭକାମନା ଜଣାଇଛନ୍ତି । ପ୍ରିୟଙ୍କା ଚୋପ୍ରା ଏବଂ ଅନେକ ସେଲିବ୍ରିଟି ଇଲିଆନାଙ୍କ ମାଆ ହେବା ପାଇଁ ଅଭିନେତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-couple-welcomed-their-second-son-on-june-19-2025-our-hearts-are-so-full-ileana-captioned-the-post-congratulating-the-new-mother-her-barfi-co-star-priyanka-c | Argus News