ଆଉ ଫିଲ୍ମ କରିବେନି ବିଜୟ, ଶେଷ ମୁଭି ପାଇଁ ପାଇଁ ୨୭୫ କୋଟି...

Key Points
ଥଲାପତିଙ୍କ କ୍ୟାରିଅରର ଶେଷ ଫିଲ୍ମ ‘ଜନ ନାୟଗନ’!
ମୁଭି ପାଇଁ ଅଭିନେତା ନେଇଛନ୍ତି ୨୭୫ କୋଟି ଟଙ୍କା
ଚର୍ଚ୍ଚାରେ ସାଉଥ ଅଭିନେତା ଥଲାପତି ବିଜୟ। କୁହାଯାଉଛି ଯେ, ସେ ଆଉ ଫିଲ୍ମ କରିବେନି। ସେ କୁଆଡେ ତାଙ୍କ ଫିଲ୍ମ କ୍ୟାରିୟରର ଶେଷ ଫିଲ୍ମ କରିବାକୁ ଯାଉଛନ୍ତି । ଜନ ନାୟଗନ ପରେ ସେ ଆଉ ଫିଲ୍ମ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଏକ ରିପୋର୍ଟ ଅନୁସାରେ ବିଜୟ ଏହି ଫିଲ୍ମ ପାଇଁ ୨୭୫ କୋଟି ଟଙ୍କା ନେଇଛନ୍ତି । ଫିଲ୍ମର ଲାଭରେ କିନ୍ତୁ ତାଙ୍କୁ କୌଣସି ଅଂଶ ମିଳିବ ନାହିଁ । ଏହି ଫିଲ୍ମକୁ ଏଚ ବିନୋଦ ନିର୍ଦ୍ଦେଶନା ଦେଉଛନ୍ତି । କେଭିଏନ ପ୍ରଡକ୍ସନ ଏହାର ମେକର୍ସ ରହିଛି । ବିଜୟଙ୍କ ଏହି ଚର୍ଚ୍ଚିତ ଫିଲ୍ମରେ ବବି ଦେଓଲ ଓ ପୂଜା ହେଗଡେ ଗୁରୁତ୍ୱପୂର୍ଣ୍ଣ ଭୂମିକା କରୁଛନ୍ତି ।
ରାଜନୀତିରେ ପ୍ରବେଶ କରିବା ପରେ ଆଉ ଫିଲ୍ମ କରିବେ ନାହିଁ ବୋଲି ଏହି ସୁପରଷ୍ଟାରଜଣଙ୍କ କହିଥିଲେ । ୧୯୯୨ରେ ବାପା ଏସଏ ଚନ୍ଦ୍ରଶେଖରଙ୍କ ଫିଲ୍ମ ନାଲେୟା ଥୀରପୁ ମାଧ୍ୟମରେ ସେ ପଦାର୍ପଣ କରିଥିଲେ । ପୁଲୀ ଫିଲ୍ମ ପରେ ତାଙ୍କର ଆଉ କୌଣସି ଫିଲ୍ମ ଫ୍ଲପ ହୋଇ ନାହିଁ । ବୀଷ୍ଟ, ୱାରିସୁ ଓ ଦି ଗ୍ରେଟେଷ୍ଟ ଅଫ ଅଲ ଟାଇମର ରିଭ୍ୟୁ ଭଲ ନ ଥିଲେ ମଧ୍ୟ ଏହା ଭଲ ଆୟ କରିଥିଲା । ଜାନୁୟାରୀ ୨୦୨୫ରେ ଏହି ଫିଲ୍ମର ନାମ ଘୋଷଣା କରାଯାଇଥିଲା । ଫେବୃୟାରୀ ୨୦୨୪ରେ ବିଜୟ ତାଙ୍କର ନୂତନ ରାଜନୈତିକ ପାର୍ଟି ତାମି ଲଗା ବେତ୍ରି କଲଗାମର ଘୋଷଣା କରିଥିଲେ ।