Videos
|
Entertainment

ପ୍ରଥମ ଓଡିଆ ସିନେମାକୁ ୯୦ ବର୍ଷ, ଆଜିର ଦିନରେ ମୁକ୍ତିଲାଭ କରିଥିଲା 'ସୀତା ବିବାହ'

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ପ୍ରଥମ ଓଡିଆ ସିନେମାକୁ ୯୦ ବର୍ଷ,  ଆଜିର ଦିନରେ ମୁକ୍ତିଲାଭ କରିଥିଲା 'ସୀତା ବିବାହ'

ଆଜିକାଲିର ଫିଲ୍ମ ଭଳି ସେଥିରେ ନଥିଲା ଗ୍ରାଫିକ୍ସର ତଡକା କିମ୍ବା ଇଫେକ୍ଟର ଧମାକା, ନା ଥିଲା ଫାଇଟିଂ ନାଥିଲା ରଙ୍ଗୀନ୍ । ହେଲେ ଓଡ଼ିଆ ମନୋରଞ୍ଜନ ଜଗତ ପାଇଁ ଏହା ଏକ ମାଇଲ ଖୁଣ୍ଟ। ଓଡ଼ିଆ ମନୋରଞ୍ଜନ ଦୁନିଆରେ ନୂଆ ଯୁଗର ମୂଳଦୁଆ ପକାଇଥିଲା ଏହି ସିନେମା। ୧୯୩୬ ମସିହା ଏପ୍ରିଲ ୨୮ ତାରିଖ ଅର୍ଥାତ ଆଜିର ଦିନରେ ମୁକ୍ତିଲାଭ କରିଥିଲା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ସୀତା ବିବାହ। ଏହା ମଧ୍ୟରେ ୯୦ ବର୍ଷ ଅତିକ୍ରମ ହୋଇସାରିଛି। ଏହି ୯୦ ବର୍ଷର ଦୀର୍ଘ ଯାତ୍ରା ମଧ୍ୟରେ ଓଡ଼ିଆ ଚଳଚ୍ଚିତ୍ର ଜଗତ ଅନେକ କିଛି ପାଇଛି ଓ ଅନେକ ହରାଇଛି ମଧ୍ୟ । କିନ୍ତୁ ଦର୍ଶକଙ୍କୁ ବାନ୍ଧିରଖିବାର ନୂଆ ନୂଆ କୌଶଳ ଆପଣାଇବାର ପରୀକ୍ଷୀ ନିରୀକ୍ଷା ବନ୍ଦ କରିନି । ଓଡ଼ିଆ ସିନେମାର ମୂଳଦୁଆ ପକାଇଥିବା ସୀତା ବିବାହର ମୁକ୍ତିଲାଭ ଦିନକୁ ଓଡ଼ିଆ ସିନେମା ଦିବସ ଭାବେ ପାଳନ କରିବା ଲାଗି ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ପକ୍ଷରୁ ସରକାରଙ୍କୁ ନିବେଦନ କରାଯାଇଛି।

୨୮ ଏପ୍ରିଲ୍ ୧୯୩୬ ରେ ପୁରୀ ରାମଚଣ୍ଡୀ ସାହି ସ୍ଥିତ ‘ଲକ୍ଷ୍ମୀ ଟକିଜ୍’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’I ଚଳଚ୍ଚିତ୍ରର ପ୍ରଯୋଜକ ତଥା ନିର୍ଦେଶକ ମୋହନ ସୁନ୍ଦର ଦେବ ଗୋସ୍ଵାମୀ ନିଜେ ଏହି ଫିଲ୍ମରେ ‘ବିଶ୍ଵାମିତ୍ର’ ଭୂମିକାରେ ଅଭିନୟ କରିଥିଲେ। ଏଥିରେ ରାମଙ୍କ ଚରିତ୍ରରେ ଅବତୀର୍ଣ୍ଣ ହୋଇଥିଲେ ମାଖନଲାଲ ବାନାର୍ଜୀ ଆଉ ସୀତା ଭୂମିକାରେ ଅଭିନୟ କରିଥିଲେ ପ୍ରଭାବତୀ ଦେବୀ, ଆଦିତ୍ୟ ବଲ୍ଲଭ ମହାନ୍ତି ଲକ୍ଷ୍ମଣ ଭୂମିକାରେ ଆସିଥିଲେ। ଫିଲ୍ମର ସଂପୂର୍ଣ୍ଣ ସୁଟିଂ କୋଲକାତାର ଏକ ଷ୍ଟୁଡିଓରେ ହୋଇଥିଲା। ୨୩ ମାର୍ଚ୍ଚ ୧୯୩୬ରେ ନିର୍ମାଣ ଶେଷ ହୋଇଥିଲା। ସେତେବେଳେ ଏହି ଫିଲ୍ମର ବଜେଟ ଥିଲା ମାତ୍ର ୨୯ହଜାର ୭୮୧ ଟଙ୍କା ୧୦ ଅଣା । ଏହି ଟଙ୍କାର କିଛି ଭାଗ ସେ ଦାନ ସୂତ୍ରରେ ପାଇଥିଲେ ଏବଂ ଅବଶିଷ୍ଟ ଅର୍ଥ ପତ୍ନୀଙ୍କ ଗହଣା ବିକି ଓ ନିଜର ଘର ବନ୍ଧା ରଖି ଯୋଗାଡ଼ କରିଥିଲେ। ଏବେ ବହୁ ହାଇ ବଜେଟର ଫିଲ୍ମ ଓଡ଼ିଶାରେ ତିଆରି ହେଉଛି । ଏପରିକି ବର୍ଷକୁ ୨୫ ରୁ ୩୦ ଫିଲ୍ମ ନିର୍ମାଣ କରାଯାଉଛି । ହେଲ
ଆଗଭଳି ଆଉ ଓଡ଼ିଆ ସିନେମାର କ୍ରେଜ୍ ନାହିଁ। ଏହାର ବଡ଼ କାରଣ ହେଉଛି ସିନେମା ହଲର ଅଭାବ। ୧୯୯୯ ମହାବାତ୍ୟା ପରଠାରୁ ଲଗାତାର ଭାବେ ସିନେମା ହଲ ସଂଖ୍ୟା ହ୍ରାସ ପାଇ ଆଉ ହାତ ଗଣିତି ସିନେମା ହଲ ଓଡ଼ିଶାରେ ରହିଛି।

ଓଡ଼ିଆ ସିନେମା କଥା ଚର୍ଚ୍ଚା ହେବ ଆଉ ବାରିପଦା କଥା ସେଥିରେ ନଥିବା ତାହା ସେହି କଳାର ମାଟି ପ୍ରତି ବଡ଼ ଅନ୍ୟାୟ ହେବ। ୯୦ ବର୍ଷର ଓଡ଼ିଆ ସିନେମାର ଯାତ୍ରାରେ ବାରିପଦାର ରହିଛି ଏକ ଗୁରୁତ୍ବପୂର୍ଣ୍ଣ ଯୋଗଦାନ। ଅଜିତ ଦାସ, ବିଜୟ ମହାନ୍ତି, ଉତ୍ତମ ମହାନ୍ତି, ଅସିତ ପତିଙ୍କ ଠାରୁ ଆରମ୍ଭ କରି ଆଜିର ପିଢିର ବାବୁସାନ ଓ ସ୍ୱରାଜ ବାରିକଙ୍କ ଯାଏ ଅନେକ କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ ଓ ସଙ୍ଗୀତଜ୍ଞ ଜନ୍ମ ନେଇଛନ୍ତି ଏହି ମାଟିରେ । ସେମାନଙ୍କ ଅବଦାନ ଓଡ଼ିଆ ସିନେ ଜଗତରେ ଯୋଡ଼ିଛି ସ୍ବର୍ଣ୍ଣିମ ଅଧ୍ୟାୟ।

ଓଡ଼ିଆ ସିନେମାର କ୍ରେଜ କମିଛି। କିନ୍ତୁ ଏଯାଏ ସଂପୂର୍ଣ୍ଣ ମୁହଁ ବୁଲାଇନାହାନ୍ତି ଓଡ଼ିଆ ଦର୍ଶକ। ଭଲ ଓଡ଼ିଆ ସିନେମା ଆସିଲେ ଏବେି ପ୍ରେକ୍ଷାଳୟ ଭରି ଯାଉଛି । ତେଣୁ ସେହି ଭଲ ସିନେମା ନିର୍ମାଣର ଧାରା ଆଗକୁ ଅଧିକ ପରିମାଣରେ ଜାରି ରହିଲେ ଓଡ଼ିଆ ସିନେମା ପୁଣି ତାର ଚମକ ଯେ ଫେରିନପାଇବ ଏକଥାକୁ ଏଡ଼ାଯାଇନପାରେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The first Odia film turns 90, 'Sita Bhavva' released in today date | Argus News