Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

କରନ ଜୋହରଙ୍କ ଆଗାମୀ ଫିଲ୍ମ ‘ହୋମବାଉଣ୍ଡ’ର ପ୍ରଥମ ପୋଷ୍ଟର ରିଲିଜ

Ritu Das
Browse all articles by Ritu Das
·1 year ago·1 min read
କରନ ଜୋହରଙ୍କ ଆଗାମୀ ଫିଲ୍ମ ‘ହୋମବାଉଣ୍ଡ’ର ପ୍ରଥମ ପୋଷ୍ଟର ରିଲିଜ

Key Points

ଫିଲ୍ମ ନିର୍ମାତା କରନ ଜୋହରଙ୍କ ଆଗାମୀ ଫିଲ୍ମ ‘ହୋମବାଉଣ୍ଡ’ର ପ୍ରଥମ ପୋଷ୍ଟରକୁ ଗୁରୁବାର ଜାରି କରାଯାଇଛି।

ଫିଲ୍ମ ନିର୍ମାତା କରନ ଜୋହରଙ୍କ ଆଗାମୀ ଫିଲ୍ମ ‘ହୋମବାଉଣ୍ଡ’ର ପ୍ରଥମ ପୋଷ୍ଟରକୁ ଗୁରୁବାର ଜାରି କରାଯାଇଛି। କରନଙ୍କ ଧର୍ମା ପ୍ରଡକ୍ସନ ପକ୍ଷରୁ ଫିଲ୍ମର ପୋଷ୍ଟର ରିଲିଜ୍‌ ହୋଇଛି। ଉକ୍ତ ପୋଷ୍ଟରରେ ଅଭିନେତା ଇଶାନ ଖଟ୍ଟରଙ୍କ କାନ୍ଧରେ ଅଭିନେତା ବିଶାଲ ଜେଠଓ୍ବା ଖୁସିରେ ଝୁଲୁଥିବାର ଦେଖିବାକୁ ମିଳିଛି। ଏହାସହ ଫିଲ୍ମରେ ଅଭିନେତ୍ରୀ ଜାହ୍ନବୀ କପୁରଙ୍କୁ ମଧ୍ୟ ଦେଖିବାକୁ ମିଳିବ ବୋଲି ଏହି ପୋଷ୍ଟରରେ ସୂଚନା ଦିଆଯାଇଛି। ଧର୍ମା ପ୍ରଡକ୍ସନ ପକ୍ଷରୁ କରାଯାଇଥିବା ଏହି ପୋଷ୍ଟର କ୍ୟାପ୍‌ଶନ୍‌ରେ ଲେଖାଯାଇଛି, ଆସନ୍ତା ୨୧ ତାରିଖରେ ପ୍ରସିଦ୍ଧ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ନୀରଜ ଘାୟଓ୍ବାନଙ୍କ ନିର୍ଦ୍ଦେଶିତ ‘ହୋମବାଉଣ୍ଡ’କୁ ପ୍ରଦର୍ଶିତ କରାଯିବ।


ଏହି ଫିଲ୍ମରେ ଉତ୍ତର ଭାରତର ଏକ ଛୋଟ ଗ୍ରାମରେ ପୋଲିସ ଅଫିସର ହେବାକୁ ସ୍ବପ୍ନ ଦେଖୁଥିବା ୨ ବାଲ୍ୟ ବନ୍ଧୁଙ୍କର କାହାଣୀକୁ ଦେଖିବାକୁ ମିଳିବ। ତେବେ ପୋଲିସ ଅଫିସର ଭାବେ ସ୍ଥାନୀୟ ଲୋକଙ୍କଠାରୁ ସମ୍ମାନ ପାଇବାର ସ୍ବପ୍ନ ଦେଖୁଥିବା ଏହି ୨ ବାଳକ ସମୟ କ୍ରମେ ବଡ଼ ହେବା ସହ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଫଳରେ ଉଭୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥାଏ। ଏହି ଫିଲ୍ମରେ ଯୁବପିଢ଼ିଙ୍କ ଆଶା, ମହତ୍ତ୍ୱକାଂକ୍ଷା ଏବଂ ଭାଙ୍ଗିଯାଇଥିବା ବନ୍ଧୁତାର ଭାବନାକୁ ଭଲ ଭାବେ ଚିତ୍ରଣ କରାଯାଇଛି ବୋଲି ବିଭିନ୍ନ ରିପୋର୍ଟରେ ପ୍ରକାଶ ପାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-first-poster-of-karan-johars-upcoming-film-homebound-has-been-release | Argus News