Videos
|
Entertainment

କାମ ଦେବାକୁ କହି ଭୁଲିଗଲେ ବୋନି: ସୋଏବ

Banajyotshna Ray
Browse all articles by Banajyotshna Ray
·11 months ago·1 min read
କାମ ଦେବାକୁ କହି ଭୁଲିଗଲେ ବୋନି: ସୋଏବ

Key Points

କଥା ଦେଇ କଥା ରଖିଲେନି ବୋନି କପୁର

ବଡ଼ ଅଭିଯୋଗ ଆଣିଲେ ଅଣିଲେ ଅଭିନେତା ସୋଏବ

ବର୍ତ୍ତମାନ ଫିଲ୍ମ ଦୁନିଆରୁ ଦୂରରେ


ବୋନି କପୁର କାମ ଦେବାକୁ ପ୍ରତିଶୃତି କରିଥିଲେ। ଏହାର ଅପେକ୍ଷା କରି କରି ଟିଭି ଅଭିନେତା। ଏମିତି କିଛି କହିଗଲେ ଅଭିନେତା ଜଣକ। ଦୁଇ ବର୍ଷ ପୂର୍ବରୁ ଟିଭି ଅଭିନେତା ସୋଏବ ଇବ୍ରାହିମ ଡ୍ୟାନ୍ସ ରିଆଲିଟି ଶେେର 'ଝଲକ ଦିଖଲାଜା ୧୧'ରେ ଆସିଥିଲେ। ଏଥିରେ ଡ୍ୟାନ୍ସ ସହ ଫେସିଆଲ ଏକ୍ସପ୍ରେସନର ବହୁତ ପ୍ରଶଂସା କରିଥିଲେ। ଏହାସହ ବୋନି କପୁର ଏହା ମଧ୍ୟ କହିଥିଲେ ଯେ, ଏହି ଅଭିନେତାଙ୍କ କ୍ୟାରିୟର ବହୁତ ବ୍ରାଇଟ।


ଏହାସହ ସେ ଆଗକୁ ଫିଲ୍ମରେ କାମ ଦେବେ। ଏବେ ନିକଟରେ ସୋଏବ ଇଷ୍ଟାଗ୍ରାମରେ ପ୍ରଶ୍ନ-ଉତ୍ତର ରାଉଣ୍ଡ କରିଥିଲେ। ଜଣେ ଫ୍ୟାନ୍ସ ତାଙ୍କୁ ପଚାରିଥିଲେ ଯେ, ବୋନି କପୁର ଆପଣଙ୍କୁ କାମ ଦେବାକୁ ପ୍ରତିଶୃତି କରିଥିଲେ। ଏକଥା କଣ ହେଲା। ? ସୋଏବ ଜବାବ ଦେବା ସମୟରେ ଲେଖିଥିଲେ ଯେ, ମୁଁ ନିଜେ ତାଙ୍କ ଫୋନ କଲର ଅପେକ୍ଷାରେ ଅଛି। ବୋନି କପୁରଙ୍କୁ ସୋଏବ ଟ୍ୟାଗ ବି କରିଛନ୍ତି। ଏହାସହ ଲଜକରୁଥିବା ଇମୋଜି ମଧ୍ୟ ଛାଡିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କହିବାକୁ ଗଲେ ସୋଏବ ବର୍ତ୍ତମାନ କୌଣସି ସିରିଏଲ କରୁନାହାନ୍ତି। ନିଜ ଫିଟନେସର ଯତ୍ନ ନେଉଛନ୍ତି। ୟୁଟ୍ୟୁବରେ ଫ୍ୟାନ୍ସଙ୍କ ସହ ବ୍ଲକ କରୁଥିବାର ନଜର ଆସିଛନ୍ତି। ଏହାସହ ନିଜ ସ୍ତ୍ରୀ ଦୀପିକାଙ୍କର ଯତ୍ନ ମଧ୍ୟ ନେଉଛନ୍ତି ସୋଏବ। ଦିପିକାଙ୍କର ଏବେ ଏବେ ସର୍ଜରୀ ହୋଇଛି। ଦିପିକାଙ୍କର ଷ୍ଟେଜ ୪ ଲିଭର କ୍ୟାନ୍ସ ହୋଇଥିଲା। ଯାହାର ଅପରେସନ ହୋଇଛି।


The quote "Boney forgot to give me work: Shoaib" || Argus News | Argus News