Videos
|
Entertainment

ପ୍ରଭାସଙ୍କ ସହ ରୋମାନ୍ସ କରିବେ ଦୀପିକା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପ୍ରଭାସଙ୍କ ସହ ରୋମାନ୍ସ କରିବେ ଦୀପିକା

Key Points

ଫି ବଢ଼ାଇଲେ ବଲିଉଡର ମସ୍ତାନୀ ଦୀପିକା ପାଦୁକୋନ

ଫିଲ୍ମ "ସ୍ପିରିଟ୍" ପାଇଁ ଦୀପିକାଙ୍କ ଫି ୨୦ କୋଟି ବଢ଼ାଇଲେ ଦୀପିକା


ଫି ବଢ଼ାଇଲେ ବଲିଉଡର ମସ୍ତାନୀ ଦୀପିକା ପାଦୁକୋନ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବର୍ତ୍ତମାନ, ଦୀପିକା ଫିଲ୍ମ 'ସ୍ପିରିଟ୍' ପାଇଁ ଚର୍ଚ୍ଚାରେ ଅଛନ୍ତି । 'ଆନିମଲ' ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ଏହି ଫିଲ୍ମରେ ପ୍ରଭାସ ମୁଖ୍ୟ ଭୂମିକାରେ ରହିବେ । ପୂର୍ବରୁ ଏହି ଯୋଡ଼ି 'କଲକି 2898 AD' ଭଳି ସୁପରହିଟ୍ ଫିଲ୍ମ ଦେଇଛନ୍ତି । ପୁଣିଥରେ ଦୀପିକା ଏହି ଫିଲ୍ମ ସହ ପ୍ରଭାସଙ୍କ ନାୟିକା ହେବେ। ତେବେ ଦୀପିକାଙ୍କୁ ଫିଲ୍ମ "ସ୍ପିରିଟ୍" ପାଇଁ ଏକ ଅଯିକ ଫି ମିଳିଛି। ରିପୋର୍ଟ ଅନୁସାରେ, ଫିଲ୍ମ "ସ୍ପିରିଟ୍" ପାଇଁ ଦୀପିକାଙ୍କ ଫି ୨୦ କୋଟି ଟଙ୍କା ବୋଲି କୁହାଯାଉଛି ।


କହିବାକୁ ଗଲେ ଦୀପିକା ଆଜି ପର୍ଯ୍ୟନ୍ତ ତାଙ୍କର କୌଣସି ଫିଲ୍ମ ପାଇଁ ଏତେ ଟଙ୍କା ପାଇନାହାଁନ୍ତି । ସେହିପରି, ଏହା ମଧ୍ୟ କୁହାଯାଉଛି ଯେ ରଣବୀର ସିଂ ଫି ମାମଲାରେ ତାଙ୍କ ପତ୍ନୀ ଦୀପିକାଙ୍କ ପଛରେ ଅଛନ୍ତି । ରଣବୀରଙ୍କୁ "ସିଙ୍ଘମ ଏଗେନ୍" ଫିଲ୍ମ ପାଇଁ ୧୦ କୋଟି ଟଙ୍କା ଫିସ୍ ମିଳିଥିଲା । ବର୍ତ୍ତମାନ ରଣବୀର ଫିଲ୍ମ "ଧୁରନ୍ଧର"ର ସୁଟିଂ କରୁଛନ୍ତି ।

ବର୍ତ୍ତମାନ ଅଭିନେତ୍ରୀ ତାଙ୍କ ମାତୃତ୍ୱ ସମୟକୁ ଉପଭୋଗ କରୁଛନ୍ତି । ସେ ତାଙ୍କ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଛନ୍ତି ଏବଂ ସେବେଠାରୁ ସେ କୌଣସି ଫିଲ୍ମରେ ଦେଖାଯାଉନାହାଁନ୍ତି । କିନ୍ତୁ ଖୁବଶୀଘ୍ର ତାଙ୍କ ଫିଲ୍ମ ଆସିବାକୁ ଯାଉଥିବାବେଳେ ସମସ୍ତେ ଖୁବ ଉତ୍ସାହିତ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
the-report-stated-that-while-the-news-had-not-been-officially-confirmed-insiders-claim-that-deepika-would-receive-rs-20-crore-for-her-role | Argus News