Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜୁନିୟର ଏନଟିଆରଙ୍କୁ ଜନ୍ମଦିନରେ ଭେଟି, ‘ୱାର୍-୨’ ଟିଜର ରିଲିଜ୍

Entertainment

ଜୁନିୟର ଏନଟିଆରଙ୍କୁ ଜନ୍ମଦିନରେ ଭେଟି, ‘ୱାର୍-୨’ ଟିଜର ରିଲିଜ୍

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଜୁନିୟର ଏନଟିଆରଙ୍କୁ ଜନ୍ମଦିନରେ ଭେଟି, ‘ୱାର୍-୨’ ଟିଜର ରିଲିଜ୍

Key Points

ଖୁବଶୀଘ୍ର ଆସିବାକୁ ଯାଉଛି ଫିଲ୍ମ 'ଓ୍ୱାର ୨'

'WAR 2'ରେ ହ୍ରିତିକ୍ ରୋଶନ ଏବଂ ଜୁନିଅର ଏନଟିଆରଙ୍କ ଦମ୍‌ଦାର ଆକ୍ସନ

ଦୁଇ ସୁପରଷ୍ଟାର ଏକାଠି ଆସିବେ ନଜର। ମାନେ ଖୁବଶୀଘ୍ର ଆସିବାକୁ ଯାଉଛି ଫିଲ୍ମ 'ଓ୍ୱାର ୨'। ଫିଲ୍ମକୁ ନେଇ ଲୋକଙ୍କ ମଧ୍ୟ ଉତ୍ସାହ ବଢ଼ିବାରେ ଲାଗିଛି। ଏହି ଫିଲ୍ମରେ ପ୍ରଥମ ଥର ଦେଖିବାକୁ ମିଳିବ ଦୁଇ ଷ୍ଟାରଙ୍କୁ । YRF ସ୍ପାଇ ୟୁନିଭର୍ସର ଫିଲ୍ମ 'WAR 2'ରେ ହ୍ରିତିକ୍ ରୋଶନ ଏବଂ ଜୁନିଅର ଏନଟିଆରଙ୍କ ଦମ୍‌ଦାର ଆକ୍ସନ ଦେଖିବାକୁ ମିଳିଛି। ହ୍ରିତିକ୍-ଏନଟିଆରଙ୍କ ବ୍ୟତୀତ ପ୍ରଶଂସକମାନଙ୍କ ନଜର କିଆରା ଆଡଭାନୀଙ୍କ ଉପରେ ମଧ୍ୟ ଅଛି । ତାଙ୍କ ବୋଲ୍ଡ ଲୁକ୍‌ ସମସ୍ତଙ୍କୁ ଦିୱାନା କରିଛି । ୧ ମିନିଟ୍ ୩୪ ସେକେଣ୍ଡର ଟିଜରଟି ଜୁନିଅର NTRଙ୍କ ଭଏସ୍ ଓଭରରୁ ଆରମ୍ଭ ହୁଏ। 


ଯେଉଁଥିରେ ସେ ହ୍ରିତିକ୍ ରୋଶନଙ୍କ ଚରିତ୍ର କବୀରଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି। ସେ କବୀରଙ୍କୁ ଭାରତର ସର୍ବୋତ୍ତମ ସୈନିକ ଏବଂ RAW ର ସର୍ବୋତ୍ତମ ଏଜେଣ୍ଟ କହିବା ସହ ତାଙ୍କୁ ୱାର ପାଇଁ ପ୍ରସ୍ତୁତ ହେବାକୁ କୁହନ୍ତି। ଟିଜରରେ ଜୁନିଅର ଏନଟିଆର ଏବଂ ହ୍ରିତିକ୍ ରୋଶନଙ୍କ ମଧ୍ୟରେ ଜବରଦସ୍ତ ଫାଇଟ୍‌ ଦେଖିବାକୁ ମିଳିଛି। ଏହି ଫିଲ୍ମ ମାଧ୍ୟମରେ ଦକ୍ଷିଣ ସୁପରଷ୍ଟାର ଜୁନିଅର ଏନଟିଆର ବଲିଉଡରେ ଡେବ୍ୟୁ କରୁଛନ୍ତି। ଆଜି, ତାଙ୍କ ଜନ୍ମଦିନ ଅବସରରେ, 'ୱାର 2'ର ନିର୍ମାତା ଫିଲ୍ମର ଟିଜର ରିଲିଜ କରି ଜୁନିଅର ଏନଟିଆରଙ୍କ ପ୍ରଶଂସକମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଟିଜରଟି ରିଲିଜ୍ ହେବା ମାତ୍ରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ୟଶ ରାଜ ବ୍ୟାନରରେ ନିର୍ମିତ ମାସ୍ ଆକ୍ସନ୍ ଫିଲ୍ମ ଅଗଷ୍ଟ ୧୪ରେ ମୁକ୍ତିଲାଭ କରିବ । ଏହି ଯାହା ଦର୍ଶାଉଛି ଯେ ଏଥର ଫିଲ୍ମରେ ଗତଥର ଅପେକ୍ଷା ଅଧିକ ଆକ୍ସନ ରହିଛି। 'ୱାର ୨'ରେ ଜୁନିଅର ଏନଟିଆରଙ୍କ ତାଙ୍କ ଲୁକ୍ ବଦଳାଇଥିଲେ। ହ୍ରିତିକ୍‌ଙ୍କୁ ଟକ୍କର ଦେବା ପାଇଁ NTR ତାଙ୍କ ଶରୀର ଉପରେ କଠିନ ପରିଶ୍ରମ କରିଛନ୍ତି। ପ୍ରଥମ ଥର ପାଇଁ ଖଳନାୟକ ଭୂମିକାରେ ନଜର ଆସୁଥିବା ଜୁନିଅର ଏନଟିଆରଙ୍କୁ ଏହି ଫିଲ୍ମରେ ଜବରଦସ୍ତ ଆକ୍ସନ କରୁଥିବାର ଦେଖିବାକୁ ମିଳିବ।

Sponsored
the-teaser-release-timed-to-coincide-with-ntr-jrs-birthday-celebrations-on-may-20-delivers-on-roshans-recent-promise-of-an-explosive-surprise-for-fans | Argus News