Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସାରା ଓଡ଼ିଶା ମୁହଁରେ ଏବେ ଗୋଟିଏ ଗୀତ ଛି ଛି ରେ ନନୀ ଛି...

Entertainment

ସାରା ଓଡ଼ିଶା ମୁହଁରେ ଏବେ ଗୋଟିଏ ଗୀତ ଛି ଛି ରେ ନନୀ ଛି...

Ritu Das
Browse all articles by Ritu Das
·1 year ago·2 min read
ସାରା ଓଡ଼ିଶା ମୁହଁରେ ଏବେ ଗୋଟିଏ ଗୀତ ଛି ଛି ରେ ନନୀ ଛି...

ଅର୍ଗସ ବ୍ୟୁରୋ: ଛି ଛି ଛିରେ ନନୀ ଛି ଛି’…ଏବେ ଯେଉଁଠି ଶୁଣିବ ସେଇଠି ଶୁଭୁଛି ଏଇ ଗୀତ। ପିଲାଠୁ ବୁଢା ଯାଏ ସବୁଠି ଧନକେ ଦେଖିଲୁ ତୁଇ ନନୀ ସିନା, ମନକେ ଚିହ୍ନିଁଲୁ ନାଇଁ, ଛି ଛି ଛିରେ ନନୀ ଛି ଛି। ଏବେ ଏଇ ଗୀତ ଗତ କିଛିଦିନ ଧରି ରାଜ୍ୟରେ ଚହଳ ସୃଷ୍ଟି କରୁଛି। ସମସ୍ତେ ଏହି ଗୀତରେ ଏବେ ରିଲ୍ସ ମଧ୍ୟ କଲେଣି। ସହରଠୁ ଗାଁ ଯାଏ ଏବେ କେବଳ ଗୋଟିଏ ଗୀତ। ତେବେ ହଠାତ ଏ ଗୀତ ଏତେ ଲୋକପ୍ରିୟତା କାହିଁକି ହାସଲ କଲା ଚାଲନ୍ତୁ ଜାଣିବା। ସୋସିଆଲ ମିଡିଆରେ ୟୁଟ୍ୟୁବ, ଇନଷ୍ଟାଗ୍ରାମରେ ଲକ୍ଷ ଲକ୍ଷ ଲୋକ ଏହାକୁ ପସନ୍ଦ କରୁଛନ୍ତି ଓ ଏ ଗୀତର ତାଳେ ତାଳେ ରିଲ୍ସ ମଧ୍ୟ କରୁଛନ୍ତି। । କିନ୍ତୁ ଆପଣ କ’ଣ ଜାଣନ୍ତି ଏ ଗୀତ କେମିତି ଆସିଲା, ଏହାକୁ କିଏ ରଚନା କରିଥିଲା ।


କହିରଖୁଛୁ କି, ଏହି ଗୀତ ୨୪ ବର୍ଷ ତଳେ ବୋଲାଯାଇଥିଲା। ଯାହା ୨୦୨୫ ନୂଆବର୍ଷରେ ବେଶ ଭାଇରାଲ ହେଉଛି। ତେବେ ୨୪ ବର୍ଷ ତଳର ଏ ଗୀତ ହଠାତ କାହିଁକି ସମସ୍ତଙ୍କ ମନକୁ ଛୁଉଁଛି । କାହିଁକି ଲୋକେ ଏ ଗୀତରେ ଏତେ ମତୁଆଲା ହେଉଛନ୍ତି ? ଜାଣିବା ଏହା ପଛର କାରଣ.. କ୍ରମଶଃ ସୋସିଆଲ ମିଡିଆରେ ଲୋକେ ରିଲ୍ସ ଦେଖିବା ବଢାଇଛନ୍ତି । ଡ୍ୟାନ୍ସ, ଗୀତ ଠାରୁ ଆରମ୍ଭ କରି ସୋସିଆଲ ମିଡିଆରେ ଲୋକେ ନିଜର ପ୍ରତିଭା ମଧ୍ୟ ପ୍ରଦର୍ଶନ କରିଛନ୍ତି। ଆଉ ଏହି ଗୀତଟି ବେକ୍ରଅପ୍‌ ଗୀତ ହୋଇଥିବାରୁ ଏଥିରେ ଯୁବବର୍ଗ ଅଧିକ ପ୍ରଭାବିତ ହୋଇ ରିଲ୍ସ କରୁଛନ୍ତି। ୬ ବର୍ଷ ତଳେ କ୍ୟାସେଟ କାହାଣୀରୁ ବାହାରି ଡିଜିଟାଲ ଦୁନିଆଁ ଦେଖିଲା । ୨୦୧୮ରେ ୟୁଟ୍ୟୁବରେ ଅପଲୋଡ୍ ହେଲା । ହେଲେ ୨୦୨୫ ଏହି ଗୀତ ପାଇଁ ଗୋଲଡେନ୍ ଇୟର ପାଲଟିଯିବ ଏକଥା କିଏ କେବେ ଭାବି ନ ଥିଲେ। କୋରାପୁଟିଆ ବିରହ ଗୀତଟିକୁ ଲେଖିଥିଲେ ଏବଂ ଗାଇଥିଲେ। ଲୋକଲୋଚନରୁ ଉଭେଇ ଯାଇଥିବା ଏ ଗୀତ ହଠାତ କିଛି ଦିନ ତଳେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ଯାହାକୁ ପ୍ରାୟ ୬୦ ଲକ୍ଷରୁ ଅଧିକ ଲୋକ ୟୁଟ୍ୟୁବରେ ଦେଖି ସାରିଛନ୍ତି । ସବୁଠୁ ବଡ଼ କଥା ହେଉଛି ଏ ଗୀତର ଏକ ଲାଇନ ଲୋକଙ୍କୁ ଝୁମାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
There is now a song in the mouth of all Odisha, Nani chei... | Argus News