Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପରଲୋକରେ ଶାଜି ଏନ କରୁଣ, ମୃତ୍ୟୁ ବେଳକୁ ହୋଇଥିଲା ୭୩ ବର୍ଷ ବୟସ

Entertainment

ପରଲୋକରେ ଶାଜି ଏନ କରୁଣ, ମୃତ୍ୟୁ ବେଳକୁ ହୋଇଥିଲା ୭୩ ବର୍ଷ ବୟସ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପରଲୋକରେ ଶାଜି ଏନ କରୁଣ, ମୃତ୍ୟୁ ବେଳକୁ ହୋଇଥିଲା ୭୩ ବର୍ଷ ବୟସ

ପ୍ରସିଦ୍ଧ ମାଲାୟଲମ ଚଳଚ୍ଚିତ୍ର ପ୍ରଯୋଜକ ଏବଂ ନିର୍ଦ୍ଦେଶକ ଶାଜି ଏନ କରୁଣଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ଗମ୍ଭୀର ରୋଗରେ ପୀଡିତ ଶାଜି ଏନ କରୁଣଙ୍କୁ ତିରୁବନନ୍ତପୁରମର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଦୁଇ ଦିନ ପୂର୍ବରୁ ତାଙ୍କୁ ଭାଜୁଥାକୌଡସ୍ଥିତ ତାଙ୍କ ଘରକୁ ଅଣାଯାଇଥିଲା।

ସୋମବାର, ୨୮ ଏପ୍ରିଲ୍ ୨୦୨୫ରେ, ସେ ତିରୁବନନ୍ତପୁରମର ଭାଜୁଥାକାଉଡସ୍ଥିତ ନିଜ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ଜାନୁଆରୀ 1, 1952 ରେ କେରଳର କୋଲାମରେ ଜନ୍ମଗ୍ରହଣ କରିଥିବା ଶାଜି ଏନ କରୁଣ କର୍କଟ ରୋଗରେ ମୃତ୍ୟୁ ବରଣ କରିଛନ୍ତି। ଶାଜି ଭାରତର ସବୁଠାରୁ ସମ୍ମାନିତ ଚଳଚ୍ଚିତ୍ର ନିର୍ମାତାଙ୍କ ମଧ୍ୟରୁ ଅନ୍ୟତମ। ସାଜି ଏନ କରୁଣଙ୍କୁ ସମ୍ପ୍ରତି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବଣ୍ଟନ ଉତ୍ସବରେ ଜେସି ଡାନିଏଲ୍ ପୁରସ୍କାର 2023 ରେ ସମ୍ମାନିତ କରାଯାଇଥିଲା।

ନିର୍ଦ୍ଦେଶକ ଶାଜି ଏନଙ୍କ ମୃତ୍ୟୁ ଖବର ଆସିବା ମାତ୍ରେ ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକ ଖେଳିଯାଇଥିଲା। ସେ ନିଜର ପ୍ରଥମ ଫିଚର ଫିଲ୍ମ, ପିରାଭି (୧୯୮୮) ସହିତ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ଯାହା ୧୯୮୯ କାନ୍ସ ଫିଲ୍ମ ଫେଷ୍ଟିଭାଲରେ କ୍ୟାମେରା ଡି’ଅର – ମେନସନ୍ ଡି’ଅନର୍ ଜିତିଥିଲା।


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
thiruvananthapuram-legendary-malayalam-filmmaker-and-cinematographer-shaji-n-karun-known-for-his-pathbreaking-films-and-distinctive-style-of-movie-making-died-h | Argus News