Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

କୋର୍ଟରେ ଆରାଧ୍ୟା, ସୋସିଆଲ ମିଡିଆରେ ଭାଇରାଲ

Banajyotshna Ray
Browse all articles by Banajyotshna Ray
·1 year ago·2 min read
କୋର୍ଟରେ ଆରାଧ୍ୟା, ସୋସିଆଲ ମିଡିଆରେ ଭାଇରାଲ

ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକଙ୍କ ଛାଡପତ୍ର ଚର୍ଚ୍ଚା ଚାଲିଛି। କିନ୍ତୁ ଉଭୟ ଏନେଇ ଚୁପ୍‌ ଅଛନ୍ତି। ଏସବୁ ଭିତରେ ଝିଅ ଆରାଧ୍ୟା କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଐଶ୍ୱର୍ଯ୍ୟା ରାୟ ୨୦୦୭ରେ ଅଭିନେତା ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିଲେ। ଏହି ଦମ୍ପତି ୨୦୧୧ରେ ଝିଅ ଆରାଧ୍ୟାଙ୍କ ମାତାପିତା ହୋଇଥିଲେ। ଆରାଧ୍ୟାଙ୍କୁ ଅନେକ ସମୟରେ ତାଙ୍କ ମା’ଙ୍କ ସହ କାର୍ଯ୍ୟକ୍ରମ ଏବଂ ବିବାହ ଉତ୍ସବରେ ଦେଖିବାକୁ ମିଳିଥାଏ। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । କିନ୍ତୁ କାହିଁକି ଆରାଧ୍ୟା ବଚ୍ଚନ କୋର୍ଟ ଗଲେ ତାକୁ ନେଇ ପ୍ରଶ୍ନ ଉଠୁଛି।


ସାଧାରଣରେ ଚର୍ଚ୍ଚା ହେଉଛି କି ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ଛାଡପତ୍ର ହେବାକୁ ଯାଉଛି କି। ସେଥିପାଇଁ ଆରାଧ୍ୟାଙ୍କୁ କୋର୍ଟ ଯିବାକୁ ପଡୁଛି। ହେଲେ ପ୍ରକୃତ ଘଟଣାକ୍ରମ କିଛି ଏପରି ରହିଛି। ପୂର୍ବରୁ କିଛି ୟୁଟ୍ୟୁବ ଚ୍ୟାନେଲ ଆରାଧ୍ୟାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଅନେକ ମିଥ୍ୟା ଖବର ପ୍ରକାଶ କରିଥିଲେ। ଅସନ୍ତୋଷ ବ୍ୟକ୍ତ କରି ବଚ୍ଚନ ପରିବାର ୨୦୨୩ରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ୨୦୨୩ରେ ହାଇକୋର୍ଟରେ ଏକ ପିଟିସନ ଦାଖଲ ହୋଇଥିଲା। ଏହି ଭିଡିଓଗୁଡ଼ିକୁ ହଟାଇବାକୁ ସେମାନେ ଦାବି କରିଛନ୍ତି। ଏବେ ସେହି ମାମଲାକୁ ନେଇ ନୂଆ ଆବେଦନ ଦାଖଲ କରାଯାଇଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୨୦୨୩ ଏପ୍ରିଲରେ ଦିଲ୍ଲୀ ହାଇକୋର୍ଟ ସୋସିଆଲ ମିଡିଆରେ ଆରାଧ୍ୟା ବଚ୍ଚନଙ୍କ ସ୍ବାସ୍ଥ୍ୟ ବିଷୟରେ ପ୍ରକାଶିତ ବିଭ୍ରାନ୍ତିକର ସୂଚନାକୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ତାହା ହୋଇପାରିନାହିଁ। ନୂଆ ପିଟିସନରେ ଆରାଧ୍ୟା ବଚ୍ଚନ ଅଭିଯୋଗ କରିଛନ୍ତି ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ସୋସିଆଲ ମିଡିଆରୁ ତାଙ୍କ ସ୍ବାସ୍ଥ୍ୟ ବିଷୟରେ ବିଭ୍ରାନ୍ତିକର ସୂଚନା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ହଟାଇ ଦିଆଯାଇନାହିଁ। ଆରାଧ୍ୟାଙ୍କ ଆବେଦନ ପରେ କୋର୍ଟ ଗୁଗଲକୁ ନୋଟିସ ଜାରି କରିଛନ୍ତି।


ଦିଲ୍ଲୀ ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୭ରେ ହେବ। ସୋସିଆଲ ମିଡିଆରେ ବଚ୍ଚନ ପରିବାରକୁ ନେଇ ଭିନ୍ନ ଭିନ୍ନ ତଥ୍ୟ ପ୍ରକାଶ କରାଯାଉଥିବାବେଳେ ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଛାହପତ୍ର ଏକ ଗୁଜବ ବୋଲି କୁହାଯାଉଛି। ସେମାନେ ଦୁହେଁ ବର୍ତ୍ତମାନ ନିଜ ନିଜ ଲାଇଫରେ ଭଲରେ ଅଛନ୍ତି।


Sponsored