ଟିକୁ ତଲସାନିଆଙ୍କୁ ହୃଦ୍ଘାତ, ମେଡିକାଲରେ ଭର୍ତ୍ତି

ଅର୍ଗସ ବ୍ୟୁରୋ: ମେଡିକାଲରେ ଭର୍ତ୍ତି ହେଲେ ଟିକୁ ତଲସାନିଆ । ନାମିଦାମୀ ଟେଲି ତଥା ବଲିଉଡ ଅଭିନେତା ଟିକୁ ତଲସାନିଆଙ୍କୁ ହୃଦ୍ଘାତ । ଅବସ୍ଥା ସଂକଟାପନ୍ନ ହେବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏ ସମ୍ପର୍କରେ ଟିକୁଙ୍କ ପରିବାର ତରଫରୁ କିଛି ପ୍ରତିକ୍ରିୟା ମିଳିପାରିନି । ୭୦ ବର୍ଷୀୟ ଟିକୁ ତଲସାନିଆ ବଲିଉଡ୍ ଇଣ୍ଡଷ୍ଟ୍ରିଜ୍ର ଜଣେ ବରିଷ୍ଠ ଅଭିନେତା । ବିଭିନ୍ନ ଚରିତ୍ରରେ ଅଭିନୟ କରିଥିବା ଟିକୁ ତଲସାନିଆ ତାଙ୍କର ହାସ୍ୟ ଭୂମିକା ପାଇଁ ଜଣାଶୁଣା।
ତାଙ୍କର କମେଡି ଶୈଳୀ ଓ ଅଭିନୟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି । ତେବେ ଚିକିତ୍ସା କରିବା ପରେ ପ୍ରାଥମିକ କାରଣ ହୃଦଘାତ ବୋଲି ଡାକ୍ତର କହିଛନ୍ତି । ଏପରି ପରିସ୍ଥିତିରେ, ତାଙ୍କ ଫ୍ୟାନ୍ସ ମାନେ ସେ ଖୁବ ଶୀଘ୍ର ସୁସ୍ଥ ହେବେ ବୋଲି ଆଶା କରିଛନ୍ତି । ୧୯୫୪ ମସିହାରେ ତାଙ୍କର ଜନ୍ମ । ୧୯୮୪ ମସିହାରେ ଲୋକପ୍ରିୟ ଶୋ' 'ୟେ ଜୋ ହୈ ଜିନ୍ଦେଗୀ' ମାଧ୍ୟମରେ ଅଭିନୟ ଜଗତରେ ଏଣ୍ଟ୍ରି କରିଥିଲେ। ୧୯୮୬ ମସିହାରେ ସେ 'ପ୍ୟାର କେ ଦୋ ପଲ' ଫିଲ୍ମ ମାଧ୍ୟମରେ ବଲିଉଡରେ ପ୍ରବେଶ କରିଥିଲେ ।
📱 Get Argus News App
✨ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: