ଆଜି ପ୍ରାଯକ୍ତାଙ୍କ ବାହାଘର, ପିନ୍ଧିବେ ନିଜ ମା'ଙ୍କ ଶାଢୀ

ଆଜି ପଡିବ ହାତଗଣ୍ଠି । ୧୩ ବର୍ଷ ଅପେକ୍ଷାର ହେଲା ଅନ୍ତ । ଆଜି ବୟଫ୍ରେଣ୍ଡରୁ ସାତଜନ୍ମର ସାଥୀ ହେବେ ବୃଶଂକ୍ । ଫେମସ ୟୁଟ୍ୟୁବର ତଥା ମିସମ୍ୟାଚ୍ଡ୍ ଆକ୍ଟ୍ରେସ ପ୍ରାଯକ୍ତା କୋହଲି ଆଜି ବିବାହ କରିବାକୁ ଯାଉଛନ୍ତି ନିଜର ବୟଫ୍ରେଣ୍ଡ ବୃଶଂକ୍ ଖନଲଙ୍କୁ । ଗତକାଲି ଉଭୟଙ୍କର ମେହେନ୍ଦୀ ଏବଂ ହଳଦୀ ସେରମନି ହୋଇଥିଲା । ପ୍ରାଯକ୍ତାଙ୍କ ହାତରେ ଲାଗିଥିଲେ ବୃଶଂକ୍ଙ୍କ ମେହେନ୍ଦୀ । ଗ୍ରୀନ ଲେହେଙ୍ଗାରେ ଖୁବ ସୁନ୍ଦର ଲାଗୁଥିଲେ ପ୍ରାଯକ୍ତା । ମେହେନ୍ଦୀ ସେରେମନୀ ହୋଇଥିବା ସେହି ଭେନ୍ୟୁ ପୁରା ଫୁଲରେ ସଜାଯାଇଥିବା ଦେଖିବାକୁ ମିଳିଥିଲା । ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ପ୍ରାଯକ୍ତା ଏବଂ ବୃଶଂକ୍ ବେଶ ଖୁସି ଏବଂ ଏକ୍ସାଇଟେଡ୍ ଥିବା ନଜର ଆସିଥିଲେ ।
ପୂର୍ବବର୍ଷ ହିଁ ପ୍ରାଯକ୍ତା ନିଜର ଏନଗେଜମେଣ୍ଟ ଫଟୋ ଶେୟାର କରି ଫ୍ୟାନ୍ସମାନଙ୍କୁ ନିଜ ରିଲେସନସିପ୍ ଉପରେ ଖବର ଦେଇଥିଲେ । ଆଜି ଉଭୟ ରାଜସ୍ଥାନର କର୍ଜନରେ ବିବାହ କରିବାକୁ ଯାଉଛନ୍ତି । ତେବେ ବାହାଘରରେ ପ୍ରାଯକ୍ତା ନିଜ ମାଆଙ୍କ ବିବାହ ଶାଢୀ ସହ ଗହଣା ମଧ୍ୟ ପିନ୍ଧିବେ । ବିବାହରେ ବରୁଣ ଧାୱନ, ବିଦ୍ୟା ବାଲାନ୍ , ବାଦଶାହ, ରଫତାର ଆଦି ବଡ ବଡ ବଲିଉଡର ନାମୀ ଚେହେରା ସାମିଲ ହେବେ । ବିବାହ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହେବାର ସୂଚନା ରହିଛି ।
ତେବେ ବୃଶଂକ୍ ଜଣେ ଓକିଲ ହୋଇଥିବା ବେଳେ ପ୍ରାଯକ୍ତା ଜଣେ ଫେମସ ୟୁଟ୍ୟୁବର । ସେ ମିସମ୍ୟାଚଡ୍ , ଖୟାଲୀ ଫୁଲ ଭଳି ସିରିଜ ଏବଂ ଫିଲ୍ମ କରିଛନ୍ତି । ଯୁଟ୍ୟୁବରେ ତାଙ୍କର ୭.୨୩ ମିଲିୟନ ସବସ୍କ୍ରାଇବର ଅଛନ୍ତି । ତେବେ ବାହାଘରରେ ନିଜ ମାଆଙ୍କ ଶାଢୀରେ କେମିତି ଲାଗୁଛନ୍ତି ପ୍ରାଯକ୍ତା ତାକୁ ହିଁ ସମସ୍ତଙ୍କ ଅପେକ୍ଷା ରହିଛି ।