Trisha Vijay Break Up / ତ୍ରିଶା ଭାଙ୍ଗିଥିଲେ ବିଜୟଙ୍କ ପରିବାର ! ଅନସ୍କ୍ରିନ ରୋମାନ୍ସରେ ବ୍ରେକଅପ୍...
·4 months ago·2 min read

Key Points
ତ୍ରିଶା ଭାଙ୍ଗିଥିଲେ ବିଜୟଙ୍କ ପରିବାର!
ଏବେ ଦୁହିଁଙ୍କୁ ମିଳିନି ଫିଲ୍ମ
ଅନସ୍କ୍ରିନ ରୋମାନ୍ସରେ ବ୍ରେକଅପ୍
ଏବେ ଦୁହିଁଙ୍କୁ ମିଳିନି ଫିଲ୍ମ
ଅନସ୍କ୍ରିନ ରୋମାନ୍ସରେ ବ୍ରେକଅପ୍
ଶେଷରେ ଅଲଗା ହୋଇଗଲେ ସାଉଥର ଦୁଇ ସୁପରଷ୍ଟାର। ରୋମାନ୍ସରେ ଲାଗିଲା ବ୍ରେକ। ଏଭଳି କିଛି ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି।ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ସୁପରହିଟ୍ ଯୋଡ଼ି ମଧ୍ୟରେ ଥିଲେ ସୁପରଷ୍ଟାର ଥାଲାପତି ବିଜୟ ଓ ବ୍ଲାକ୍ ବ୍ୟୁଟି ତ୍ରିଶା କୃଷ୍ଣନ୍। ଉଭୟଙ୍କ କ୍ୟାମେଟ୍ରି ସିନେ ପ୍ରେମୀଙ୍କୁ ବେଶ ପସନ୍ଦ ଆସୁଥିଲା। ହେଲେ ଏହି ଲୋକପ୍ରିୟ ଯୋଡ଼ି ହଠାତ୍ ତାଙ୍କ ଫ୍ୟାନଙ୍କଠାରୁ ଦୂରେଇ ଯାଇଥିଲେ। ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୧୫ ବର୍ଷ। ବହୁ ଆଲୋଚନା ଓ ଚର୍ଚ୍ଚା ପରେ ଶେଷଥର ପାଇଁ ୨୦୨୩ ମସିହାରେ ଏକାଠୀ ପର୍ଦ୍ଦାକୁ ଆସିଥିଲେ। ହେଲେ ଇଣ୍ଡଷ୍ଟ୍ରୀରେ ଉଠିଥିବା ଗୋସିପ ଯୋଗୁଁ ବିଜୟଙ୍କ ପାରିବାରିକ ଜୀବନରେ ଉଠିଥିଲା ଝଡ଼। ଯେଉଁଥିପାଇଁ ଉଭୟଙ୍କୁ ଆଉ ବଡ଼ ପରଦାରେ ଦେଖିବାକୁ ମିଳୁନାହିଁ।
୨୦୨୬ ମସିହା ଫେବୃଆରୀରେ ବିଜୟଙ୍କ ପତ୍ନୀ ସଙ୍ଗୀତା ସୋର୍ନାଲିଙ୍ଗମ ତାମିଲନାଡୁର ଏକ ପରିବାର କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ ବିଜୟ ଅନ୍ୟ ଜଣେ ଅଭିନେତ୍ରୀ ସହିତ ସମ୍ପର୍କ ରଖିଛନ୍ତି। ସେ ସମ୍ପର୍କରେ ସେ ୨୦୨୧ ରେ ଜାଣିଥିଲେ। ତେବେ ସେ ସେହି ଅଭିନେତ୍ରୀଙ୍କ ନାମ ପ୍ରକାଶ କରିନଥିଲେ। ତେବେ ଚର୍ଚ୍ଚା ହେଉଛି, ସଙ୍ଗୀତା ଯେଉଁ ଅଭିନେତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣୁଥିଲେ, ସିଏ ତ୍ରିଶା ହୋଇଥିବେ। ହେଲେ ସେ ସମ୍ପର୍କରେ ତ୍ରିଶା ମୁହଁ ଖୋଲିନଥିଲେ।
୨୦୦୪ରେ ବିଜୟ ଓ ତ୍ରିଶା ଯୋଡ଼ି ବହୁ ଲୋକପ୍ରିୟ ହୋଇଥିଲା। କାରଣ ସେହିବର୍ଷ ପରଦାକୁ ଆସିଥିଲା ବହୁ ଚର୍ଚ୍ଚିତ ଫିଲ୍ମ ‘ଘିଲ୍ଲି’। ତା’ପର ବର୍ଷ ଅର୍ଥାତ ୨୦୦୫ରେ ଆସିଥିଲା ‘ଥିରୁପାଚି’। ଠିକ୍ ସେହିପରି ୨୦୦୬ ମସିହାରେ ଆସିଥିଲା ‘ଆଥି’। ଗୋଟିଏ ବର୍ଷ ବ୍ରେକ ପରେ ଅର୍ଥାତ ୨୦୦୮ ମସିହାରେ ଆସିଥିଲା ସୁପର ଡୁପର ହିଟ୍ ଫିଲ୍ମ ‘କୁରୁଭି’। ଏହି ସବୁ ଫିଲ୍ମରେ ପାଇଁ ଉଭୟ ସିନେ ପ୍ରେମୀଙ୍କ ହୃଦୟରେ ଘର କରିପାରିଥିଲେ।
ଏଥିସହ ପଢ଼ନ୍ତୁ: ବ୍ୟାନ୍ ହେଲା ବିବାଦୀୟ ଗୀତ, କ୍ଷମା ମାଗିଲେ ସଞ୍ଜୟ ଦତ୍ତ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୦୨୩ ମସିହାରେ ଉଭୟଙ୍କ ଫିଲ୍ମ ‘ଲିଓ’ ଆସିଲା। ଦୀର୍ଘ ୧୫ ବର୍ଷର ବ୍ୟବଧାନ ପରେ ସେମାନେ ପୁନର୍ବାର ଏକାଠୀ କାମ କରିଥିଲେ। ଯାହାଫଳରେ ଫ୍ୟାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିଲା। ପ୍ରମୋସନ ସମୟରେ ସେମାନେ ସାଥିରେ ଦେଖାଯାଇଥିଲେ। ସୋସିଆଲ୍ ମିଡିଆରେ ମଧ୍ୟ ଫଟୋ ଶେୟାର କରିଥିଲେ। ଏପରିକି ବିଜୟଙ୍କ ଜନ୍ମଦିନରେ ତ୍ରିଶା ସେଲ୍ଫି ଉଠାଇ ଶେୟାର କରିଥିଲେ। ଯେଉଁଥିପାଇଁ ପୁଣି ଥରେ ଡେଟିଂ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଆଉ ପାରିବାରିକ ବିବାଦ ସୃଷ୍ଟି ହୋଇଥିଲା।
ହେଲେ ହଠାତ ଅନ୍-ସ୍କ୍ରିନ୍ ସମ୍ପର୍କକୁ ନେଇ ଅଫ୍-ସ୍କ୍ରିନ ରୋମାନ୍ସ ଚର୍ଚ୍ଚା ଇଣ୍ଡଷ୍ଟ୍ରିରେ ଆରମ୍ଭ ହୋଇଥିଲା। ଯେଉଁଥିପାଇଁ ଉଭୟ ବିବାଦରେ ପଡ଼ିଥିଲେ। ଏକାଠୀ କାମ କରିବା ବନ୍ଦ କରିଦେଇଥିଲେ। କହାଯାଉଥିଲା ଯେ ତ୍ରିଶାଙ୍କଠାରୁ ବିଜୟଙ୍କୁ ତାଙ୍କ ପରିବାର ଦୂରେଇ ରହିବାକୁ କହିଥିଲେ। ତେବେ ଦୁଇଜଣେ ମଧ୍ୟ ଏହି ଚର୍ଚ୍ଚାକୁ ଖଣ୍ଡନ କରିଥିଲେ। “ଆମେ କେବଳ ମିତ୍ର” ବୋଲି ଉଭୟ କହିଥିଲେ। କହିବାକୁ ଗଲେ ଦୁହିଁଙ୍କୁ ଆଉ ଏକାଠି ଅନସ୍କ୍ରିନ ରୋମାନ୍ସ ଦେଖିବାକୁ ମିଳୁନାହିଁ। ଯାହାକୁ ନେଇ ଉଭୟଙ୍କ ଫ୍ୟାନ୍ସ ଦୁଃଖ ପ୍ରକାଶ କରୁଛନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Related Topics
Explore more stories