Videos
|
Entertainment

ଟିଭି ଫେମ ଅମନ ଜୟସ୍ବାଲଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ

Ritu Das
Browse all articles by Ritu Das
·1 year ago·1 min read
ଟିଭି ଫେମ ଅମନ ଜୟସ୍ବାଲଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ

ଅର୍ଗସ ବ୍ୟୁରୋ: ହିନ୍ଦୀ ସିରିଏଲ୍ ଅଭିନେତା ଅମନ ଜୟସ୍ୱାଲଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ସେ ଧରତିପୂତ୍ର ନନ୍ଦିନୀ(ଧରିତ୍ରୀ ପୁତ୍ର ନନ୍ଦିନୀ) ନାମକ ଏକ ଧାରାବାହିକର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଅମନ ଅଡିସନ ପାଇଁ ଆସୁଥିବା ବେଳେ ଯୋଗେଶ୍ୱରୀ ଜାତୀୟ ରାଜ୍ୟପଥରେ ତାଙ୍କ ବାଇକ୍ ଏକ ଟ୍ରକକୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ତାଙ୍କୁ ମୁମ୍ବାଇର କାମା ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତରଖାନା ପହଞ୍ଚିବାର ମାତ୍ର ଅଧା ଘଣ୍ଟା ପରେ ଅଭିନେତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ବନ୍ଧୁ ଅବିନାଶ ମିଶ୍ର କହିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୨ ବର୍ଷ ବୟସ ହୋଇଥିଲା।


ଧରତିପୁତ୍ର ନନ୍ଦିନୀ ଧାରାବାହିକର ଲେଖକ ଧୀରଜ ମିଶ୍ର ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଏଥିସହିତ ସେ ସୋସିଆଲ୍ ମିଡିଆରେ ଅମନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଧୀରଜ ଲେଖିଛନ୍ତି “ତୁମେ ଆମ ସ୍ମୃତିରେ ବଞ୍ଚି ରହିବ...ଆଜି ତୁମର ମୃତ୍ୟୁ ଆମକୁ ଅନୁଭବ କରାଇ ଦେଲା ଯେ ଈଶ୍ୱର କେବେ କେବେ ଏତେ ନିଷ୍ଠୁର ହୋଇପାରନ୍ତି...ବିଦାୟ।” ଅମନ ଜୟସ୍ୱାଲ, ଉତ୍ତରପ୍ରଦେଶର ବଲିଆରେ ତାଙ୍କ ଘର। ପ୍ରଥମେ ଏକ ମଡେଲ୍‌ରୁ କ୍ୟାରିୟର ଆରମ୍ଭ କରିଥିବା ଅମନ ହିନ୍ଦୀ ସିରିଏଲରେ ଅଭିନୟ ଜାରି ରଖିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
TV fame Aman Jaiswal dies in a road accident | Argus News