Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

OIlywood / ଦୁଇଟି ଫିଲ୍ମରେ ଧୁମ୍‌ ଫାଇଟିଂ.. କେହି କାହାରିକୁ କମ୍ ନୁହେଁ !

Satyendu Sekhar Mishra
Browse all articles by Satyendu Sekhar Mishra
·9 months ago·2 min read
ଦୁଇଟି ଫିଲ୍ମରେ ଧୁମ୍‌ ଫାଇଟିଂ.. କେହି କାହାରିକୁ କମ୍ ନୁହେଁ !

Key Points

ଏଥର ଦୁର୍ଗାପୂଜା ଅବସରରେ ପ୍ରତି ବର୍ଷ ଭଳି ଏବର୍ଷ ବି ଓଡ଼ିଆ ଫିଲ୍ମ ମୁକ୍ତିଲାଭ କରିଛି ।

ଏଥର ସନେମା ସଂଖ୍ୟା ମାତ୍ର ଦୁଇରେ ସୀମିତ ।

ଗୋଟିଏ ସପ୍ତାହରେ "ଓଡ଼ିଆ ଫିଲ୍ମ ଚ୍ୟାଲେଞ୍ଜ"ର ସଫଳତା । ଭୁବନେଶ୍ୱରରେ ଓଡ଼ିଆ ଫିଲ୍ମ "ଚ୍ୟାଲେଞ୍ଜ"ର ଦ୍ଵିତୀୟ ପ୍ରିମିଅର ଶୋ' । ରିଅଲ୍ ଷ୍ଟାର ଅର୍ଦ୍ଧେନ୍ଦୁ ସାହୁଙ୍କ ଆକ୍ସନ ସାଙ୍ଗକୁ ଚୁଲବୁଲି ଏଲିନା ସାମନ୍ତରାୟଙ୍କ ସହିତ ସୁକ୍ଷ୍ମ ପ୍ରେମ କାହାଣୀ... ଦର୍ଶକଙ୍କୁ ଢେର ମନୋରଞ୍ଜନ ଯୋଗାଇଛି । ସମସ୍ତଙ୍କର ପ୍ରିୟ ଆଲବମ କୁଇନ୍ ଲିପି ଓ ପୁପିଙ୍କ ଜାଇଫୁଲ ଯୋଡିକୁ ଦର୍ଶକ ଢେର ଭଲ ପାଇବା ଦେଇଛନ୍ତି ।

ସର୍ବଭାରତୀୟ ସ୍ତରରେ ମୁକ୍ତିଲାଭ କରିଥିବାରୁ ପ୍ରାୟ ୫୦ଟି ପ୍ରେକ୍ଷାଳୟରେ ୧୫୦ଟି ଶୋ ଚାଲିଛି । ବଲିଉଡର ଖ୍ୟାତନାମା କଳାକାର ପୁନିତ ଇଶାର ପ୍ରଥମ ଥର ପାଇଁ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଥିବାରୁ ଦର୍ଶକଙ୍କର ଆଗ୍ରହ ରହିଥିଲା । ସୁପର ଆକ୍ସନ, ଭରପୁର ଫାମିଲି ଡ୍ରାମା ସାଙ୍ଗକୁ ଜବରଦସ୍ତ ଗୀତ ଆଉ ନାଚର ମଜା ନେଉଛନ୍ତି ଦର୍ଶକ । ଦଶହରାରେ ଚ୍ୟାଲେଞ୍ଜ ଦର୍ଶକଙ୍କୁ ନିଶ୍ଚୟ ଭରପୁର ମନୋରଞ୍ଜନ ଯୋଗାଇବ ବୋଲି ପ୍ରଯୋଜନା ସଂସ୍ଥା ପ୍ରକାଶ କରିଛି ।


ଏହାସହ ପଢ଼ନ୍ତୁ:- LPGରୁ UPI, ଅନଲାଇନ ଗେମିଂରୁ ସ୍ପିଡ୍‌ ପୋଷ୍ଟ ନିୟମରେ ବଡ଼ ପରିବର୍ତ୍ତନ !


ତେବେ ଏଥର ଦୁର୍ଗାପୂଜା ଅବସରରେ ପ୍ରତି ବର୍ଷ ଭଳି ଏବର୍ଷ ବି ଓଡ଼ିଆ ଫିଲ୍ମ ମୁକ୍ତିଲାଭ କରିଛି । କିନ୍ତୁ ଏଥର ସନେମା ସଂଖ୍ୟା ମାତ୍ର ଦୁଇରେ ସୀମିତ। ତାଛଡ଼ା ଏଥର ଭିନ୍ନ ସ୍ବାଦ ନଥିବା ହେତୁ ଦର୍ଶକ ମହଲରେ ଓଡ଼ିଆ ସନେମାକୁ ନେଇ ସେଭଳି ଉତ୍ସାହ ନଥିବା ପରିଲକ୍ଷିତ ହୋଇଛି।

ଏଥର ଦୁର୍ଗାପୂଜାକୁ ଆଖି ଆଗରେ ରଖି ‘ଚାରିଧାମ’କୁ ରିଲିଜ୍ କରିଛନ୍ତି ନିର୍ମାତା ହିମାଦ୍ରି ତନୟ ଦାସ। ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଅନୁଭବ, ଅନୁରାଧା, ଅଶୋକ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ସୁକାନ୍ତ ରଥ, ସୁଜିତ ପାଇକରାୟ, ଶକ୍ତି ବରାଳ, ମମତା ତ୍ରିପାଠୀ ଓ ଗୁଲୁଆ ପ୍ରମୁଖ ଅଭିନୟ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହାସହ ପଢ଼ନ୍ତୁ:- ଯୁଦ୍ଧ ବନ୍ଦ ନେଇ ଟ୍ରମ୍ପ-ନେତାନ୍ୟାହୁ ଆଲୋଚନା


ଉଭୟ ଚାରିଧାମ ଓ ଚ୍ୟାଲେଞ୍ଜ ହେଉଛି ଆକସନ୍ ଫିଲ୍ମ। ତେବେ ଉଭୟ କାହାଣୀରେ ପାରିବାରିକ ସଂପର୍କକୁ ବି ନିଖୁଣ ଭାବେ ଦର୍ଶାଯାଇଛି। ଦୁଇଟି ଯାକ ସିନେମାକୁ ଭଲ ହଲ୍ ବି ମିଳିଛି। ଉଭୟଙ୍କ ସାମ୍ନାରେ କୌଣସି ବଡ଼ ହିନ୍ଦୀ ସିନେମା ବି ନାହିଁ। ଦୁଇଟି ଯାକର ବଜେଟ୍ ବି ଭଲ।

ତେବେ ଚ୍ୟାଲେଞ୍ଜ ନିର୍ମାଣ ହେବା ଦିନରୁ ଘୋଷିତ ହୋଇଥିଲା ଯେ ଏହା ଦଶହରାରେ ରିଲିଜ୍ ହେବ। କିନ୍ତୁ ଦୀର୍ଘଦିନ ଧରି ବନ୍ଦ ହୋଇ ପଡ଼ିଥିବା ଚାରିଧାମର ସୁଟିଂ ହଠାତ୍ ପୁଣି ଆରମ୍ଭ ହୋଇ କଂପ୍ଲିଟ୍ ହୋଇଥିଲା। ଶେଷରେ ତାହା ମଧ୍ୟ ଦୁର୍ଗାପୂଜା ଅବସରରେ ମୁକ୍ତିଲାଭ କରିଛି। ଏବେ ଦେଖିବା କଥା କେଉଁ ସିନେମାକୁ ଦର୍ଶକ ଅଧିକ ପସନ୍ଦ କରୁଛନ୍ତି।

Sponsored
OIlywood | Two Action Movie In Odia Cinema Charidham and Challenge | Argus News