Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଉଦିତଙ୍କୁ ନିଜ ଅଧିକାର ମାଗିଲେ ପ୍ରଥମ ସ୍ତ୍ରୀ...

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଉଦିତଙ୍କୁ ନିଜ ଅଧିକାର ମାଗିଲେ ପ୍ରଥମ ସ୍ତ୍ରୀ...

ପୁଣି ଚର୍ଚ୍ଚାରେ ବଲିଉଡ ସିଙ୍ଗର ଉଦିତ ନାରାୟଣ। ଦିନକୁ ଦିନ ବଢିଚାଲିଛି ଅଭିଯୋଗର ଲମ୍ୱା ଫର୍ଦ । ଦୀର୍ଘ ବର୍ଷ ପରେ ସ୍ତ୍ରୀର ଅଧିକାର ଦାବି କରିଛନ୍ତି ପ୍ରଥମ ପତ୍ନୀ । ଟାଣିଆଣିଛନ୍ତି କୋର୍ଟର କାଠଗଡାକୁ । ଅଭିଯୋଗ ଆଜିଯାଏଁ ମିଳିନି ପତ୍ନୀର ଅଧିକାର । ହେଲେ କାହିଁକି ଏତେ ଦିନ ପରେ ଏମିତି ଦାବି…ସୋସିଆଲ ମିଡିଆରେ ଚର୍ଚ୍ଚା ଉଦିତ୍‌ଙ୍କୁ ପ୍ରେମ ଅଡୁଆ । ଯାହାକୁ ନେଇ ଚିନ୍ତାରେ ଉଦିତ ନାରାୟର। ବିବାଦ-ବଲିଉଡ୍-ଉଦିତ୍ । ଜୀବନର ଅଡୁଆ ସୁତାରେ ଛନ୍ଦି ହୋଇପଡିଛନ୍ତି । କିଛି ଦିନ ତଳେ ଟ୍ରୋଲର ଶିକାର ହୋଇଥିଲେ ବଲିଉଡର ଲୋକପ୍ରିୟ ଗାୟକ ଉଦିତ ନାରାୟଣ । ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା କିସିଂ ଭିଡିଓ । ଲାଇଭ୍ କନସର୍ଟର, ଉଦିତ୍ ଗାଉଥିଲେ ହିଟ୍ ଗୀତ 'ଟିପ୍ ଟିପ୍ ବରସା ପାନି' ।

ଏତିକିବେଳେ ଜଣେ ମହିଳା ଫ୍ୟାନ୍ସଙ୍କୁ କିସ୍ କରୁଥିବା ନଜର ଆସିଥିଲେ । ଯାହା ପରେ ଉଦିତ ନାରାୟଣଙ୍କ ଏହି ହରକତକୁ ପସନ୍ଦ କରିନଥିଲେ ଦର୍ଶକ । ଅନେକ ୟୁଜର୍ସ ଓ ନେଟିଜେନ୍ସ ନିରାଶା ମଧ୍ୟ ହୋଇଥିଲେ । ତେବେ ଉଦିତ୍‌ ପ୍ରତିକ୍ରିୟା ଦେଇ କହିଥିଲେ, ପ୍ରଶଂସକଙ୍କୁ ମୁଁ ବହୁତ ଭଲ ପାଏ । ସେମାନେ ମଧ୍ୟ ମୋତେ ଖୁବ୍‌ ଭଲ ପାଆନ୍ତି। ତେଣୁ ପ୍ରଶଂସକଙ୍କୁ ଚୁମ୍ବନ ଦେବାରେ କିଛି ଅସୁବିଧା ନାହିଁ।ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଦର୍ଶକଙ୍କ ହୃଦୟରେ ରାଜ୍ କରି ଆସୁଛନ୍ତି ଉଦିତ୍ । ନେପାଳ ରେଡିଓରୁ କ୍ୟାରିଅର ଆରମ୍ଭ କରିଥିଲେ ସେ ।

୧୯୮୦ ମସିହାରେ"ଉନ୍ନି-ବିଜ୍"ଚଳଚ୍ଚିତ୍ର ଜରିଆରେକ୍ୟାରିୟର ଆରମ୍ଭ କରିଥିଲେ ଉଦିତ୍ । ଚଳଚ୍ଚିତ୍ରରେ ସେ ସଂଗୀତ ଜଗତର କିମ୍ବଦନ୍ତୀ ମହମ୍ମଦ ରଫି ଏବଂ କିଶୋର କୁମାରଙ୍କ ସହ ଗୀତ ଗାଇବାର ସୁଯୋଗ ପାଇଥିଲେ । ପାରିବାରିକ କଳହ ବର୍ତ୍ତମାନ କୋର୍ଟରେ ପହଞ୍ଚିଲାଣି। ପ୍ରଥମ ପତ୍ନୀ ରଞ୍ଜନା ନାରାୟଣ ଝା ଦାୟର କରିଥିଲେ, ମାମଲା । କୋର୍ଟରେ ହାଜର ହେବା ପରେ ରଞ୍ଜନା କହିଥିଲେ ଯେ ଉଦିତ ନାରାୟଣ ଆପୋଷ କରିବାକୁ ମନା କରିଛନ୍ତି ।

ଆଗକୁ ବି ସେ ମାମଲା ଲଢ଼ିବେ ବୋଲି କହିଛନ୍ତି। ରଞ୍ଜନାଙ୍କ କହିବା କଥା ଏବେ ମୋର ବାର୍ଦ୍ଧକ୍ୟ ଆସିଲାଣି । ବୟସ ଏବଂ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ସ୍ୱାମୀଙ୍କ ସାହାରା ଦରକାର । ସେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ଯେତେବେଳେ ସେ ମୁମ୍ବାଇରେ ଉଦିତ ନାରାୟଣଙ୍କୁ ଭେଟିବାକୁ ଯାଆନ୍ତି, ତାଙ୍କ ପଛରେ ଗୁଣ୍ଡା ପଠାଯାଏ। ଆଉ ଏହି ବୟାନ ପରେ ବି-ଟାଉନରେ ଜୋଦରଦା ଚର୍ଚ୍ଚା ।


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Udit Narayan Appears in Supaul Court Over Marital Dispute | Argus News