ତିନି ଦଶନ୍ଧି ପରେ ସିନେୱାର୍ଲ୍ଡରେ ଅଣ୍ଡରୱାର୍ଲ୍ଡ ଆତଙ୍କ

ଅର୍ଗସ ବ୍ୟୁରୋ: ବାବା ସିଦ୍ଦିକିଙ୍କ ହତ୍ୟା ମାମଲାରେ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି, ମୁମ୍ବାଇ ପୁଲିସ ଅନ୍ୟମାନଙ୍କୁ ଖୋଜୁଛି। ପୋଲିସ ଏହି ମାମଲାର ତଦନ୍ତ କରୁଛି। ଗିରଫ ଅଭିଯୁକ୍ତଙ୍କ କ୍ରାଇମବ୍ରାଞ୍ଚ ଅନୁସନ୍ଧାନ କରିବା ସହିତ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ଦ୍ୱାରା ହତ୍ୟା ଦାବିର ସତ୍ୟତା ମଧ୍ୟ ଅନୁସନ୍ଧାନ କରାଯାଉଛି।
📱 Get Argus News App
✨ଏସବୁ ପ୍ରଶ୍ନର ଉତ୍ତର ପୋଲିସ ଖୋଜୁଛି। କିନ୍ତୁ ଏସବୁ ବ୍ୟତୀତ ଦେଶର ଆର୍ଥିକ ରାଜଧାନୀ ଭାବରେ ଜଣାଶୁଣା ମୁମ୍ବାଇରେ ହୋଇଥିବା ଏହି ହାଇ ପ୍ରୋଫାଇଲ୍ ଘଟଣା ପରେ ଏକ ବଡ଼ ପ୍ରଶ୍ନ ଉଠିଛି ଯେ, ତିନି ଦଶନ୍ଧି ପରେ, ମୁମ୍ବାଇରେ ଅଣ୍ଡରୱାର୍ଲ୍ଡର ପ୍ରଭାବ ପୁଣି ଆରମ୍ଭ ହୋଇଛି କି? ଏହି ପ୍ରଶ୍ନ ଉଙ୍କି ମାରୁଛି କାରଣ ସିଦ୍ଦିକିଙ୍କ ହତ୍ୟା ହେଉଛି ଗତ ତିନି ଦଶନ୍ଧି ମଧ୍ୟରେ ମୁମ୍ବାଇରେ ଜଣେ ହାଇ-ପ୍ରୋଫାଇଲ୍ ନେତାଙ୍କ ହତ୍ୟା ମାମଲା। ଏହାପୂର୍ବରୁ ୧୯୯୭ ମସିହାରେ ଟି-ସିରିଜର କିଙ୍ଗ ଗୁଲଶନ କୁମାରଙ୍କୁ ମଧ୍ୟ ଏଭଳି ହତ୍ୟା କରାଯାଇଥିଲା। ଯାହା ସମଗ୍ର ରାଜ୍ୟକୁ ଚକିତ କରିଦେଇଛି।
ନବେ ଦଶକରେ ମୁମ୍ବାଇର ଭାବମୂର୍ତ୍ତି ସ୍ୱପ୍ନର ସହର ପରି ଥିଲା, କିନ୍ତୁ ମୁମ୍ବାଇର ଏହି ପ୍ରତିଛବି ଅଣ୍ଡରୱାର୍ଲ୍ଡ ଦ୍ୱାରା କ୍ଷୁର୍ଣ୍ଣ ହୋଇଥିଲା। ଆତଙ୍କବାଦର ଏପରି ରାଜତ୍ୱ ଥିଲା ଯେ ବହୁ ଦୂରରେ ରହୁଥିବା ଲୋକମାନେ ମଧ୍ୟ ମୁମ୍ବାଇ ଯିବାକୁ ଭୟ କରୁଥିଲେ। ତେବେ ୭୦ ଦଶକରେ ଆତଙ୍କବାଦର ଏହି ଅଧ୍ୟାୟ ଆରମ୍ଭ ହୋଇଥିଲା।
ସେହି ସମୟରେ, ଏପରି ଜଣେ ବ୍ୟକ୍ତି ଥିଲେ ଯାହାଙ୍କର ନାମ ବଡ ମାଫିଆମାନଙ୍କୁ ମଧ୍ୟ କମ୍ପିତ କରିଥିଲା। ସେ କେବେ ବନ୍ଧୁକ ଉଠାଇ ନ ଥିଲେ। କଦାପି କୌଣସି ଗୁଳି ଚଳାଇ ନାହାନ୍ତି। କଦାପି ହତ୍ୟା କରିନାହାନ୍ତି। କିନ୍ତୁ ମୁମ୍ବାଇର ସବୁଠୁ ବଡ ଡନ୍ ହୋଇଥିଲେ। ସେହି ବ୍ୟକ୍ତିଙ୍କ ନାମ ହେଉଛି ସୁଲତାନ ମିର୍ଜା ଓରଫ୍ ହାଜି ମସ୍ତାନ୍।
୧୯୩୪ମସିହାରେ ହାଜି ମସ୍ତାନଙ୍କ ପିତା ମୁମ୍ବାଇ ଆସିଥିଲେ। ହାଜି ମସ୍ତାନଙ୍କ ପିତା କ୍ରାଉଫୋର୍ଡ ମାର୍କେଟରେ ଏକ ପମ୍ପ୍ଚର୍ ମରାମତି ଦୋକାନ ଖୋଲିଥିଲେ। ହାଜି ମସ୍ତାନ ମଧ୍ୟ ତାଙ୍କ ପିତାଙ୍କ ସହ ଦୋକାନରେ ବସିବା ଆରମ୍ଭ କରିଥିଲେ। ଏହି ସମୟ ମଧ୍ୟରେ ବମ୍ବେ ବନ୍ଦର ସମୃଦ୍ଧ ହୋଇଥିଲା। ବହୁ ସାମଗ୍ରୀ ବିଦେଶରୁ ଆସୁଥିଲା। ମସ୍ତାନ ବନ୍ଦରରେ ଜଣେ ପୋର୍ଟର ଚାକିରି ପାଇଥିଲେ। ତାଙ୍କୁ କୁଲି କୁହାଯାଉଥିଲା। କିନ୍ତୁ ତାଙ୍କର ପ୍ରକୃତ ବ୍ୟବସାୟ ଚୋରା ଚାଲାଣ ଥିଲା। ବନ୍ଦରରୁ ଘଣ୍ଟା, ୱାକମ୍ୟାନ୍, ରେଡିଓ ଏବଂ ଅନ୍ୟାନ୍ୟ ଜିନିଷ ସେ ଚୋରା ଚାଲାଣ ଆରମ୍ଭ କରିଥିଲେ। ତା’ପରେ ଧୀରେ ଧୀରେ ସେ ଚୋରା ଚାଲାଣ ଜଗତରୁ ଅପରାଧ ଦୁନିଆକୁ ଚାଲିଗଲେ। ୧୯୭୦ ବେଳକୁ, ସମଗ୍ର ବମ୍ବେ ହାଜି ମସ୍ତାନଙ୍କୁ ଜାଣି ସାରିଥିଲା।
୧୯୭୫ରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା। ମସ୍ତାନଙ୍କ ପରି ଅନେକ ଡନ୍ଙ୍କୁ ଜେଲ୍ରେ ରଖାଗଲା । ଧୀରେ ଧୀରେ ସେମାନଙ୍କ ପ୍ରାଦୂର୍ଭାବ ମଧ୍ୟ କମିଥିଲା। କିନ୍ତୁ ଏବେ ହଠାତ ଏଭଳି ଗୁଳି ମାରି ଜଣେ ନେତାଙ୍କୁ ହତ୍ୟା କରିବାକୁ କେହି ଗ୍ରହଣ କରିପାରୁ ନାହାନ୍ତି।
ସିଦ୍ଦିକଙ୍କ ହତ୍ୟା ମୁମ୍ବାଇବାସୀଙ୍କୁ ଦୋହଲାଇ ଦେଇଛି। ସମସ୍ତେ ଭୟଭୀତ ହୋଇଛନ୍ତି। ସେପଟେ ସିଦ୍ଦିକଙ୍କ ହତ୍ୟାରେ ପୁରା ଭାଙ୍ଗିପଡ଼ିଛନ୍ତି ବଲିଉଡ ଅଭିନେତା ସଲମାନ ଖାନ। ସବୁ ସୁଟିଂ ଏବଂ ଫିଲ୍ମ ବାତିଲ କରିଛନ୍ତି। ତେବେ କିଏ ଏବଂ କାହିଁକି ହତ୍ୟା କଲା ତାକୁ ନେଇ ମୁମ୍ବାଇ ପୋଲିସ ତଦନ୍ତ ଜାରି ରଖିଛି।