Videos
|
Entertainment

Urfi Javed / ଏମିତି କହିଦେଲେ ଉର୍ଫି, 'ମୁଁ ଇସଲାମ ଛାଡ଼ି ହିନ୍ଦୁ ହେଲେ କାହାର କଣ ଅସୁବିଧା'

Banajyotshna Ray
Browse all articles by Banajyotshna Ray
·7 months ago·2 min read
ଏମିତି କହିଦେଲେ ଉର୍ଫି, 'ମୁଁ ଇସଲାମ ଛାଡ଼ି ହିନ୍ଦୁ ହେଲେ କାହାର କଣ ଅସୁବିଧା'
Urfi Javed

Key Points

ନିଜର ଧର୍ମ ବଦଳାଇଲେ ଉର୍ଫି
ଏମିତି କହିଲେ ଅଭିନେତ୍ରୀ
ଉର୍ଫି ଜାଭେଦ। ଖୁବ କମ୍‌ ଦିନ ଭିତରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ବଲିଉଡରେ। ସେ ସବୁବେଳେ ତାଙ୍କର ନିଆରା ଡ୍ରେସ ଏବଂ ନୂଆ ନୂଆ ଲୁକ୍‌ ପାଇଁ ଚର୍ଚ୍ଚାରେ ଥାଆନ୍ତି। ବର୍ତ୍ତମାନ ଉର୍ଫିଙ୍କୁ ନେଇ ଆସିଛି ଏକ ବଡ଼ ଖବର। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କୁହାଯାଉଛି କି ଉର୍ଫି ନିଜର ଧର୍ମ ପରିବର୍ତ୍ତନ କରିଛନ୍ତି। ଉର୍ଫି ଏବେ ଏହାର ଜବାବ ଦେଇଛନ୍ତି। ଉର୍ଫି ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେ କୌଣସି ଧର୍ମରେ ବିଶ୍ୱାସ କରନ୍ତି ନାହିଁ। ପ୍ରକୃତରେ ସୋସିଆସ ମିଡିଆ ପ୍ରଭାବଶାଳୀ ଫୈଜାନ ଅନସାରୀ ନିକଟରେ ଦାବି କରିଛନ୍ତି ଯେ ଉର୍ଫିଙ୍କୁ ମୁସଲମାନମାନେ ଇସଲାମ ଧର୍ମରୁ ବାହାର କରିଦେଇଛନ୍ତି।

ଉର୍ଫି ଜାଭେଦ, ଯିଏକି ସବୁବେଳେ ତାଙ୍କର ନିଆରା ଡ୍ରେସ ଏବଂ ନୂଆ ନୂଆ ଲୁକ୍ ପାଇଁ ଚର୍ଚ୍ଚାରେ ଥାଆନ୍ତି। ହେଲେ ଆଜିକାଲି ସେ ନିଜ ବେଶ ପୋଷାକ ଅପେକ୍ଷା ତାଙ୍କ ଧର୍ମ ଏବଂ ପରିଚୟକୁ ନେଇ ବହୁତ ଟ୍ରୋଲ୍ ହେଉଛନ୍ତି। କେବଳ ଏତିକି ନୁହେଁ, ତାଙ୍କ ନାଁ ଉର୍ଫି ଜାଭେଦରୁ ଗୀତା ଭରଦ୍ୱାଜକୁ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏବେ ଉର୍ଫି ଫୈଜାନର ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ଏହାକୁ ଅବାନ୍ତର ବୋଲି କହିଛନ୍ତି।ଜଣେ IAS ସହିତ କଥାବାର୍ତ୍ତାରେ ଉର୍ଫି କହିଛନ୍ତି, “ମୁଁ ନିଜେ ବହୁତ ଦିନ ପୂର୍ବରୁ ଇସଲାମ ଧର୍ମ ଛାଡ଼ି ଦେଇଛି। ଏମାନେ ଏବେ ଏସବୁ କଥା କାହିଁକି କରୁଛନ୍ତି?”

ଫୈଜାନ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି କହିଛନ୍ତି ଯେ ମୁସଲମାନମାନେ ଉର୍ଫି ଜାଭେଦଙ୍କୁ ସମ୍ପ୍ରଦାୟରୁ ବାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି କାରଣ ସେ ସେମାନଙ୍କ ସମ୍ପ୍ରଦାୟକୁ ଅପମାନିତ କରୁଛନ୍ତି। ଭିଡିଓରେ ଅନସାରୀ କହିଛନ୍ତି, “ନମସ୍କାର ବନ୍ଧୁଗଣ, ଆପଣମାନେ ସମସ୍ତେ କିପରି ଅଛନ୍ତି? ମୁଁ ଫୈଜାନ ଅନସାରୀ, ଜଣେ ଝିଅ ଯିଏ କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱରେ ମୁସଲମାନମାନଙ୍କ ନାମକୁ ବଦନାମ କରୁଛି। ସେ ନିଜେ କୁହନ୍ତି ଯେ ସେ କୋରାନରେ ବିଶ୍ୱାସ କରନ୍ତି ନାହିଁ, ସେ ଇସଲାମରେ ବିଶ୍ୱାସ କରନ୍ତି ନାହିଁ, ସେ ମୁସଲମାନ ଧର୍ମରେ ବିଶ୍ୱାସ କରନ୍ତି ନାହିଁ।” “ଏପର୍ଯ୍ୟନ୍ତ ତାଙ୍କର ନାମ ମୁସଲମାନରେ ଥିଲା, ଓରଫ ଜାଭେଦ ଥିଲା। ସେ ଜଣେ ବହୁତ ଖରାପ ଝିଅ ଯିଏ ସାରା ବିଶ୍ୱରେ ମୁସଲମାନମାନଙ୍କ ନାମକୁ ବଦନାମ କରିଛି, ଏବଂ ପ୍ରତ୍ୟେକ ମୁସଲମାନ ତାଙ୍କୁ ଗାଳି ଦିଅନ୍ତି।”

ଏଥିସହ ପଢ଼ନ୍ତୁ: ଗୋଟିଏ ଅଣ୍ଡା ଖାଇଲେ ୭ ବର୍ଷ ବଢ଼ିବ ଆୟୁଷ, ଏହି ଦେଶରେ ଖାଉଛନ୍ତି ଲୋକେ...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗୀତା ଭାରଦ୍ୱାଜ ନାମ ପରିବର୍ତ୍ତନ କରିବା ଉପରେ ପ୍ରତିକ୍ରିୟା ଦେଇ ଉର୍ଫି କହିଛନ୍ତି, “ଏହା କିଏ କହିଲା? ଏପରି କୌଣସି ରିପୋର୍ଟ ନାହିଁ। ଏହି ଲୋକମାନେ ନିଜେ ଏହାକୁ ତିଆରି କରୁଛନ୍ତି। ମୁଁ କୌଣସି ଧର୍ମରେ ବିଶ୍ୱାସ କରେ ନାହିଁ। ମୁଁ ଜଣେ ନାସ୍ତିକ। ତେବେ ତୁମେ ମୋତେ କେଉଁଠାରୁ ହଟାଇବ? ଯିଏ କୌଣସି ସ୍ଥାନରେ ନାହିଁ ତାକୁ କେଉଁଠାରୁ ହଟାଇବ?” ପ୍ରକୃତରେ ସୋସିଆଲ ମିଡିଆ ଫେମ୍ ଫୈଜାନ ଅନସାରୀ କହିଛନ୍ତି ଯେ ଉର୍ଫିଙ୍କୁ ଇସଲାମରୁ ବହିଷ୍କାର କରାଯାଇଛି ଏବଂ ତାଙ୍କର ନାମ ଗୀତା ଭାରଦ୍ୱାଜ ରଖାଯାଇଛି। ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Related Topics

Explore more stories