Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଡେଟିଙ୍ଗ ଆପରେ ହ୍ରିତିକ-ଉର୍ବଶୀଙ୍କ ଚାର୍ଟ

Entertainment

ଡେଟିଙ୍ଗ ଆପରେ ହ୍ରିତିକ-ଉର୍ବଶୀଙ୍କ ଚାର୍ଟ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଡେଟିଙ୍ଗ ଆପରେ ହ୍ରିତିକ-ଉର୍ବଶୀଙ୍କ ଚାର୍ଟ

ଅର୍ଗସ ବ୍ୟୁରୋ:  ଡେଟିଙ୍ଗ ଆପ। ଏହା ଶୁଣିବା ମାତ୍ରକେ ଆପଣ ଜାଣିସାରିବେଣି ଯେ ଏଥିରେ କଣ ହୁଏ। ଡେଟିଙ୍ଗ ଆପ ହେଉଛି ଏମିତି ଏକ ଆପ ଯେଉଁଥିରେ ଆପଣ ଜଣେ ଜଣଙ୍କ ସହ କଥା ବାର୍ତ୍ତା ହୋଇଥାନ୍ତି। ଠିକ ଏମିତି ଯୋଡି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛନ୍ତି। ଡେଟିଙ୍ଗ ଆପରେ ହ୍ରିତିକ ରୋଷନଙ୍କ ସହ କଥା ହୁଅନ୍ତି ଉର୍ବଶୀ ରୈତେଲା। କରିଲେ ପର୍ସନାଲ ମେସେଜ। ମା ଦେଲେ ବିବାହର ପ୍ରସ୍ତାବ। ଉର୍ବଶୀ ନିଜର ପର୍ସନାଲ ଲାଇଫକୁ ନେଇ ଚର୍ଚ୍ଚାରେ ରହନ୍ତି। ସେ କହିଲେ ଯେ , ସେ ଡେଟିଙ୍ଗ ଆପ ବ୍ୟବହାର କରନ୍ତି। Hauterrfly ରେ କଥାବାର୍ତ୍ତା ବେଳେ ଅଭିନେତ୍ରୀ ଖୁଲାସା କରିଛନ୍ତି ଯେ, ଏହା ଡେଟିଙ୍ଗଙ୍କ  କରିବା ପାଇଁ ନୁହେଁ ବରଂ ବନ୍ଧୁତା ପାଇଁ ଏଥିରେ ଯୋଡି ହୋଇଛନ୍ତି। ଅଭିନେତ୍ରୀ କହିଛନ୍ତି ଯେ, ହ୍ରିତିକ ରୋଷନ ଏବଂ ଆଦିତ୍ୟ ରୟ କପୁରଙ୍କ ବ୍ୟତୀତ ଆହୁରି ଅନେକ ସେଲିବ୍ରେଟିଙ୍କୁ  ମଧ୍ୟ ସେ ଏହି ଆପ ମାଧ୍ୟମରେ ଜାଣିଛନ୍ତି।

ଯେତେବେଳେ ତାଙ୍କୁ ପଚରାଗଲା ଯେ, ଆପଣ କେବେ ସ୍ୱାଇପ ରାଇଟ କରିନାହାନ୍ତି ? ଅଭିନେତ୍ରୀ କହିଲେ ଯେ, ନା, ଯଦି ମୋ ପାଖରେ ସେମାନଙ୍କ ଫୋନ ନମ୍ୱର ରହିଛି, ତେବେ ମୁଁ କାହିଁକି ସ୍ୱାଇପ ରାଇଟ କରିବି। ଉର୍ବଶୀଙ୍କୁ କୁହାଗଲା ଯେ କଣ କେବେ ଆପଣ ହ୍ରିତିକ ଏବଂ ଆଦିତ୍ୟଙ୍କୁ ଡାଇରେକ୍ଟ ମେସେଜ କରିଛନ୍ତି କି ?  ଅଭିନେତ୍ରୀ  ଏହାକୁ ମନା କରିଦେଲେ। ଉର୍ବଶୀ ଏହା ମଧ୍ୟ କହିଛନ୍ତି ଯେ, ଆମ ମାନଙ୍କର ସେଡ୍ୟୁଲ କିଛି ଏପରି ଥିଲା, ଯଦି ସେମାନେ ଫ୍ରି ଥିବେ ଏବଂ ମୁଁ ମଧ୍ୟ ଫ୍ରି ଥିବି ତେବେ ଯାଇ ଆମେ କଥାବାର୍ତ୍ତା କରୁ।

ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ଡାଇରେକ୍ଟ ରିକ୍ୟୁଷ୍ଟ ପଠାଇଲେ ବଡ ଆମାଉଣ୍ଟ ଦେବାକୁ ପଡିଥାଏ। ପରେ ଯାଇ ସମାନା ପଟରୁ ହାଲୋ ମେସେଜ ଆସିଥାଏ। କଥାବାର୍ତ୍ତା ଏକ ତରଫା ହୋଇଥାଏ। ଉର୍ବଶୀ କହିଛନ୍ତି ଯେ, ତାଙ୍କ ଉପରେ ବିବାହର ପ୍ରେସର ରହିଛି। ମା ତାଙ୍କୁ ସବୁବେଳେ କହୁଛନ୍ତି ଯେ, ବହୁତ ସକସେସ୍‌ ହୋଇଗଲୁ , ବର୍ତ୍ତମା ବିବାହର ବୟସ ହୋଇଗଲାଣି । ଅଭିନେତ୍ରୀଙ୍କ କହିବାନୁସାରେ, ସେ ତାଙ୍କ ମାଙ୍କର ଟିନ ବେବି। ମାଙ୍କ ବିବାହ ୧୭ ବର୍ଷରେ ହୋଇଥିଲା। ଗୋଟିଏ ବର୍ଷ  ପରେ ଅଭିନେତ୍ରୀଙ୍କ ଜନ୍ମ ହୋଇଥିଲା।ଉର୍ବଶୀ ଅନେକ ବଲିଉଡ ଏବଂ ସାଉଥ ଫିଲ୍ମରେ କାମ କରିଛନ୍ତି। ଏହାସହ ଅନେକ ଆଇଟମ ଗୀତରେ ମଧ୍ୟ ସେ ନଜର ଆସିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: 
 

Sponsored
Urvashi CONFIRMS Hrithik & Aditya on dating apps | Argus News