Videos
|
Entertainment

ଅଜବ ଲୁକରେ ଉର୍ବସୀ, ସୋସିଆଲ ମିଡିଆରେ ହେଲେ ଟ୍ରୋଲର ଶିକାର

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଅଜବ ଲୁକରେ ଉର୍ବସୀ, ସୋସିଆଲ ମିଡିଆରେ ହେଲେ ଟ୍ରୋଲର ଶିକାର

ଅଜବ ଗାଉନରେ ନଜର ଆସିଲେ ଉର୍ବସୀ । ସୋସିଆଲ ମିଡିଆରେ ହେଲେ ଟ୍ରୋଲ । ଉର୍ବସୀ ରୌତେଲା ଅନେକ ସମୟରେ ହାଇଲାଇଟ୍ସରେ ରହି ଆସିଛନ୍ତି । ନିଜର ଲୁକ୍ ପାଇଁ ହେଉ, କି ନିଜର ଷ୍ଟାଇଲିସ ଅନ୍ଦାଜ ପାଇଁ, ଅନେକ ସମୟରେ ସେ ଫ୍ୟାନ୍ସ ମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି . ହେଲେ ଏଥର ନିଜର ଅଜବ ଗାଉନକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେବାରେ ଲାଗିଛନ୍ତି ।

ଉର୍ବସୀ "ପ୍ୟାରିସ ଫ୍ୟାଶନ ୱିକ୍" ରେ ନଜର ଆସିଥିଲେ । ସେଥିରେ ଉର୍ବସୀ ଏକ ଏମିତି ଗାଉନ ପିନ୍ଧିଥିଲେ, ଯାହା ଉପରେ ସମସ୍ତଙ୍କର ନଜର ଯାଇଥିଲା । ସୋସିଆଲ ମିଡିଆରେ ଉର୍ବସୀ ନିଜେ ଏକ ଭିଡିଓ ଶେୟାର କରିଥିଲେ, ଯେଉଁଥିରେ ସେ ଏକ ମଷ୍ଟାର୍ଡ ଏବଂ ବ୍ଲୁ କଲରର ପ୍ଲେୟର ଗାଉନରେ ନଜର ଆସିଥିଲେ । ଯାହା ଏକଦମ ଅଜବ ଲାଗୁଥିଲା । ଏଥିସହ ଚୁଟିରେ ପୋନିଟେଲ କରି ଗୋଲ୍ଡେନ ହେଡ ଗିୟର ଲଗାଇଥିଲେ । ଅତ୍ୟଧିକ ହେଭି ମେକଅପ ନେଇଥିଲେ ଉର୍ବସୀ । କିନ୍ତୁ ଗାଉନରେ ଥିବା ଗୋଲ୍ଡେନ ଫ୍ଲାୱାର ଡିଜାଇନ ଅତ୍ୟନ୍ତ ଅଜବ ଲାଗୁଥିଲା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଜଣେ ୟୁଜର୍ସ ଏହି ଭିଡିଓ ଦେଖିବା ପରେ ଲେଖିଥିଲେ, ଏହି ଗାଉନ କୌଣସି ଜଙ୍ଗଲ ଠାରୁ ମଧ୍ୟ କମ ଲାଗୁନି । ଏମିତି ଲାଗୁଛି, ଯେମିତି ପୁରା ଜଙ୍ଗଲ ପିନ୍ଧି ଉର୍ବସୀ ଆସିଛନ୍ତି । ଅନେକ ୟୁଜର୍ସ ଉର୍ବସୀଙ୍କର ଏପରି ଭିଡିଓ ଦେଖି ବିରକ୍ତି ପ୍ରକାଶ କରିଛନ୍ତି।

Urvashi Rautela gets trolled on social media for her weird grown | Argus News