Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଏକାଠି ନଜର ଆସିବେ ଅଜୟ-ବାଣୀ, ଟ୍ରେଲର ଦେଖି ଫ୍ୟାନ୍ସ କହିଲେ...

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଏକାଠି ନଜର ଆସିବେ ଅଜୟ-ବାଣୀ, ଟ୍ରେଲର ଦେଖି ଫ୍ୟାନ୍ସ କହିଲେ...

ସିଂଘମଙ୍କ ପତ୍ନୀ ହେବେ ବାଣୀ କପୁର। ପ୍ରଥମ ଥର ଏକାଠି ନଜର ଆସିବେ ଏହି ଷ୍ଟାର। ଦେଖିବା ପାଇଁ ଫ୍ୟାନ୍ସଙ୍କ ଗହଣରେ ଉତ୍ସାହ ବଢ଼ୁଛି। ଫିଲ୍ମ ‘ରେଡ୍‌-୨’ରେ ପୁଣି ଥରେ ସଚ୍ଚୋଟ ଆୟକର ଅଧିକାରୀ ଅମୟ ପଟ୍ଟନାୟକ ଭାବେ ବଡ଼ ପରଦାକୁ ଫେରୁଛନ୍ତି ଅଜୟ ଦେବଗନ । ଗତ ମଙ୍ଗଳବାର ଫିଲ୍ମର ଟ୍ରେଲର୍‌ ରିଲିଜ୍‌ ହୋଇଥିଲା । ଟ୍ରେଲର୍‌ ଦେଖିବା ପରେ ଫ୍ୟାନ୍‌ଙ୍କର ଗୋଟିଏ ପ୍ରଶ୍ନ ଥିଲା, ଅଜୟଙ୍କ ପତ୍ନୀଙ୍କ ଭୂମିକାରେ ଏଥର ଇଲିଆନା କାହିଁକି ନାହାନ୍ତି? ତାଙ୍କ ସ୍ଥାନରେ ବାଣୀ କପୁର କାହିଁକି? ଏହି ପ୍ରଶ୍ନର ଉତ୍ତର ନିଜେ ଅଜୟ ଓ ବାଣୀ ଟ୍ରେଲର୍‌ ଲଞ୍ଚ୍‌ କାର୍ଯ୍ୟକ୍ରମରେ ଦେଇଥିଲେ ।

‘ରେଡ୍‌-୨’ ୨୦୧୮ ମସିହାର ହିଟ୍‌ ଫିଲ୍ମ ‘ରେଡ୍‌’ର ସିକ୍ୱେଲ । ଏହାର ନିର୍ଦ୍ଦେଶକ ରାଜ କୁମାର ଗୁପ୍ତା । ଅଜୟ ଦେବଗନ ଓ ସୌରଭ ଶୁକ୍ଳା ପୁଣି ଥରେ ପୂର୍ବ ଭୂମିକାରେ ନଜର ଆସିବେ । ବାଣୀ ଓ ରିତେଶ ଦେଶମୁଖ ଏ ଥର ନୂଆ ଚେହେରା ଭାବେ ଫିଲ୍ମରେ ସାମିଲ ହୋଇଛନ୍ତି । ଆସନ୍ତା ମେ’ ୧ ତାରିଖରେ ଫିଲ୍ମଟି ରିଲିଜ ହେବ ।

ଅଜୟ କହିଲେ, ହଲିଉଡ୍‌ ଫିଲ୍ମରେ ବି ଆପଣ ଏହା ଦେଖିଛନ୍ତି । ଶନ୍‌ କନରୀଙ୍କ ପରେ ମଧ୍ୟ ଅନେକ ଲୋକ ଜେମ୍ସ ବଣ୍ଡ୍‌ ହୋଇଛନ୍ତି । ପ୍ରକୃତରେ ଲୋକେ ଚରିତ୍ରକୁ ଦେଖନ୍ତି । ସେଥିରେ ନୂଆ ଲୋକ ଆସିବା ସାଧାରଣ କଥା । ଏ ବିଷୟରେ ବାଣୀ କହିଲେ, ଇଲିଆନା ଓ ତାଙ୍କ ମଧ୍ୟରେ କୌଣସି ସମସ୍ୟା ନାହିଁ । ପରଦା ପଛରେ ଉଭୟଙ୍କ ସମ୍ପର୍କ ବହୁତ ଭଲ । ଜଣେ କଳାକାର ଭାବେ କେବଳ ନିଜ ଚରିତ୍ରକୁ ସଚ୍ଚୋଟତାର ସହ ନିର୍ବାହ କରିବାକୁ ପଡ଼େ, ଯେମିତି ନିର୍ଦ୍ଦେଶକ ଓ ଲେଖକ କହନ୍ତି । ସେ ଆହୁରି ମଧ୍ୟ କହିଲେ, ‘ରେଡ୍‌-୨’ରେ ତାଙ୍କୁ ଅଲଗା ଅନ୍ଦାଜ୍‌ ଦେଖାଇବାର ସୁଯୋଗ ମିଳିଲା । ତାହା ତାଙ୍କ ପାଇଁ ଏକ ତାଜା ଅନୁଭବ ଥିଲା । ତେବେ ଏହି ଫିଲ୍ମକୁ ଦେଖିବା ପାଇଁ ଦର୍ଶକଙ୍କ ଉତ୍ସାହ ବଢ଼ୁଛି। ରେଡ୍‌-୧ ଲୋକଙ୍କ ହୃଦୟ ଯେମିତି ଛୁଇଁଥିଲା, ଏହାର ସିକ୍ୱେଲ ମଧ୍ୟ ଲୋକଙ୍କ ହୃଦୟ ନିଶ୍ଚୟ ଛୁଇଁବ ବୋଲି ଦର୍ଶକଙ୍କ ମହଲରେ ଆଲୋଚନା।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
vaani-kapoor-expresses-excitement-about-sharing-the-screen-with-ajay-devgn-in-raid-2 | Argus News