Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଦ୍ୱିତୀୟଥର ପାଇଁ ବରୁଣ-ଜାହ୍ନବୀଙ୍କ କେମେଷ୍ଟ୍ରିକୁ ଦେଖିବେ ଦର୍ଶକ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଦ୍ୱିତୀୟଥର ପାଇଁ ବରୁଣ-ଜାହ୍ନବୀଙ୍କ କେମେଷ୍ଟ୍ରିକୁ ଦେଖିବେ ଦର୍ଶକ

ପୁଣିଥରେ ଅଭିନେତା ବରୁଣ ଧାଓ୍ୱନ ଓ ଅଭିନେତ୍ରୀ ଜାହ୍ନବୀ କପୁରଙ୍କୁ ଏକାଠି ଦେଖିବାକୁ ମିଳିବ। ଖୁବଶୀଘ୍ର ଏହି ଦୁହିଁଙ୍କ ଅଭିନୀତ ଫିଲ୍ମ ‘ସନି ସଂସ୍କାରୀ କି ତୁଲସୀ କୁମାରୀ' ବଡ ପରଦାରେ ଆସିବାକୁ ଯାଉଛି। ‘ସନି ସଂସ୍କାରୀ କି ତୁଲସୀ କୁମାରୀ’ରେ ଦ୍ୱିତୀୟଥର ପାଇଁ ବରୁଣ ଏବଂ ଜାହ୍ନବୀଙ୍କ କେମେଷ୍ଟ୍ରିକୁ ଦେଖିବାକୁ ମିଳିବ। ପୂର୍ବରୁ ୨୦୨୩ରେ ରିଲିଜ୍‌ ହୋଇଥିବା ରୋମାଣ୍ଟିକ୍‌ ଆକ୍ସନ ଫିଲ୍ମ ‘ବଓ୍ବାଲ’ରେ ଉଭୟ ବରୁଣ ଓ ଜାହ୍ନବୀଙ୍କ ଯୋଡ଼ିକୁ ଏକାଠି ଦେଖିବାକୁ ମିଳିଥିଲା। ଉକ୍ତ ଫିଲ୍ମ ଓଟିଟି ପ୍ଲାଟ୍‌ଫର୍ମ ଆମାଜନ ପ୍ରାଇମ ଭିଡିଓରେ ରିଲିଜ୍‌ ହୋଇଥିଲା।

‘ସନି ସଂସ୍କାରୀ କି ତୁଲସୀ କୁମାରୀ’ ଫିଲ୍ମରେ ବରୁଣ ଓ ଜାହ୍ନବୀଙ୍କ ବ୍ୟତୀତ ଅଭିନେତ୍ରୀ ସାନ୍ୟା ମାଲହୋତ୍ରା, ଅଭିନେତା ମନୀଷ ପଲ୍‌, ରୋହିତ ସରାଫ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜରକୁ ଆସିବେ। ଫିଲ୍ମ ନିର୍ମାତା କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଶଶାଙ୍କ ଖେତନ। ବଡ଼ ପରଦାରେ ପୁଣିଥରେ ଅଭିନେତା ବରୁଣ ଧାଓ୍ବନ ଓ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ କେମେଷ୍ଟ୍ରିକୁ ଦେଖିବା ପାଇଁ ଉଭୟଙ୍କ ପ୍ରଶଂସକ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି।

ଏବେ ଏହି ଫିଲ୍ମର ନୂତନ ରିଲିଜ୍‌ ଡେଟ୍‌ ସାମ୍‌ନାକୁ ଆସିଛି। ପୂର୍ବରୁ ଏହି ଫିଲ୍ମ ଏପ୍ରିଲ ୧୮ରେ ରିଲିଜ୍‌ ହେବ ବୋଲି ଘୋଷଣା କରାଯାଇଥିଲା।ତେବେ କୌଣସି କାରଣବଶତଃ ଏହି ରିଲିଜ୍‌ ତାରିଖକୁ ୩ ମାସ ଯାଏ ଘୁଞ୍ଚାଯାଇଛି। ଆସନ୍ତା ସେପ୍ଟେମ୍ବର ୧୨ରେ ଏହି ଫିଲ୍ମ ରିଲିଜ୍‌ ହେବ ବୋଲି ରବିବାର ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ଘୋଷଣା କରାଯାଇଛି।


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
varun-dhawan-janhvi-kapoors-sunny-sanskari-ki-tulsi-kumari-release-postponed-film-to-hit-theatres-on-this-date | Argus News