Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଉତ୍ତମଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, କରାଯିବ ଏୟାରଲିପ୍ଟ...

Entertainment

ଉତ୍ତମଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, କରାଯିବ ଏୟାରଲିପ୍ଟ...

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଉତ୍ତମଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, କରାଯିବ ଏୟାରଲିପ୍ଟ...

ଭୁବନେଶ୍ୱର:  ଭେଟେରାନ ଅଭିନେତା ଉତ୍ତମ ମହାନ୍ତି ଅସୁସ୍ଥ। ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଉତ୍ତମ ମହାନ୍ତି । ଲିଭର ସିରୋସିସ୍ ରେ ପୀଡ଼ିତ ଅଛନ୍ତି ବରିଷ୍ଟ ଅଭିନେତା ଉତ୍ତମ ମହାନ୍ତି । ଗତ ୩ ଦିନ ଧରି ଚିକିତ୍ସିତ ହେଉଛନ୍ତି ଉତ୍ତମ ମହାନ୍ତି । ବାପାଙ୍କୁ ଦେଖିବାକୁ ଅଭିନେତା ତଥା ପୁଅ ବାବୁସାନ ମହାନ୍ତି ହସ୍ପିଟାଲ ପହଞ୍ଚିଛନ୍ତି । ଏହି ସମୟରେ ବାପାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ପ୍ରତିକ୍ରିୟା ରଖିଛନ୍ତି ବାବୁଶାନ । ବାପାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଅଛି ବୋଲି କହିଛନ୍ତି ଅଭିନେତା ବାବୁଶାନ । ଆବଶ୍ୟକ ପଡିଲେ ଅଧିକ ଚିକିତ୍ସା ପାଇଁ ଏୟାର ଅମୁଲାନ୍ସରେ ବାହାରକୁ ନେଇପାରୁ।

ତେବେ 'ବୋଉ ବୁଟୁ ଭୂତ' ସିନେମାରେ ସ୍ତ୍ରୀ ଅପରାଜିତା ଓ ପୁଅ ବାବୁଶାନଙ୍କ ସହ ନଜର ଆସିବେ ଉତ୍ତମ ମହାନ୍ତି । ଉତ୍ତମ ମହାନ୍ତି ଏହି ଫିଲ୍ମର ସୁଟିଂ ପାଇଁ ବାହାରକୁ ଯାଇଥିଲେ। ସେଠାରେ ହିଁ ତାଙ୍କର ଦେହ ହଠାତ ଖରାପ ହୋଇଥିଲା । ତାପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ଏହା ପରେ ଚିକିତ୍ସା ହୋଇ ଘରକୁ ଆସିଥିଲେ । ହେଲେ ଗତକାଲି ପୁଣି ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ କିମ୍ସରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି ।


70ଦଶକରୁ ଦର୍ଶକଙ୍କ ଉପରେ ରାଜ୍ କରିଆସୁଛନ୍ତି ଉତ୍ତମ ମହାନ୍ତି । ତାଙ୍କ ଅନ୍ଦାଜ, ଷ୍ଟାଇଲ ଏବଂ ଅଭିନୟ ପାଇଁ ସେ ଆଜି ବି ଲୋକଙ୍କୁ ଦିୱାନା କରିଆସୁଛନ୍ତି । ଉତ୍ତମ ମହାନ୍ତି 1977 ମସିହାରେ 'ଅଭିମାନ' ଫିଲ୍ମ ସହ ଓଲିଉଡରେ ଡେବ୍ୟୁ କରିଥିଲେ । ଏହା ପରେ ସେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଚାଲିଲେ । ସେ ତାଙ୍କ କ୍ୟାରିଅରରେ ଓଡ଼ିଆ ଭାଷା ବ୍ୟତୀତ ବଙ୍ଗଳା ଓ ହିନ୍ଦୀରେ ଅନେକ ହିଟ୍ ଫିଲ୍ମରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି । ସେ ମୋଟ 130ରୁ ଅଧିକ ଓଡ଼ିଆ ଫିଲ୍ମ, 30ଟି ବଙ୍ଗଳା ଏବଂ ଗୋଟିଏ ହିନ୍ଦୀ ସିନେମାରେ କାମ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Sponsored
veteran actor uttam mohanty hospitalised in bhubaneswar | Argus News