Bollywood News / ପରଲୋକରେ ଜଣାଶୁଣା ବର୍ଷିୟାନ ଅଭିନେତ୍ରୀ ପ୍ରବୀଣା ଦେଶପାଣ୍ଡେ

Key Points
ପରଲୋକରେ ଜଣାଶୁଣା ବର୍ଷିୟାନ ଅଭିନେତ୍ରୀ ପ୍ରବୀଣା ଦେଶପାଣ୍ଡେ ।
ବଲିଉଡ ପାଇଁ ଦୁଃଖଦ ଖବର । ପରଲୋକରେ ଜଣାଶୁଣା ବର୍ଷିୟାନ ଅଭିନେତ୍ରୀ ପ୍ରବୀଣା ଦେଶପାଣ୍ଡେ । ବରିଷ୍ଠ ଅଭିନେତ୍ରୀ ପ୍ରବୀଣା ଦେଶପାଣ୍ଡେ ଫେବୃଆରୀ ୧୭, ୨୦୨୬ ରେ ୬୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ସେ କର୍କଟ ରୋଗରେ ପୀଡିତ ଥିଲେ । ତାଙ୍କ ପରିବାର ଲୋକ ସୋସିଆଲ ମିଡିଆ ପୋଷ୍ଟରେ ତାଙ୍କ ମୃତ୍ୟୁର ସୂଚନା ଦେଇଛନ୍ତି ।
ସେଠାରେ ଲେଖାଥିଲା, "ଗମ୍ଭୀର ଦୁଃଖର ସହିତ ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଯେ ଶ୍ରୀମତୀ ପ୍ରବୀଣା ଦେଶପାଣ୍ଡେ ଫେବୃଆରୀ ୧୭, ୨୦୨୬ ରେ ଦେହାନ୍ତ ହୋଇଛି । ତାଙ୍କର ଶେଷକୃତ୍ୟ ଫେବୃଆରୀ ୧୭ ତାରିଖ ଅପରାହ୍ନ ୩ ଟାରେ ଅନ୍ଧେରୀ ପୂର୍ବର ଚକାଲା ପାର୍ସିୱାଡାର ହିନ୍ଦୁ ଶ୍ମଶାନରେ କରାଯାଇଛି ।"
ସଲମାନଙ୍କ ଫିଲ୍ମ ରେଡ୍ଡୀରେ ତାଙ୍କ ସହ କଳାକାର ଥିଲେ ପ୍ରବୀଣା ଦେଶପାଣ୍ଡେ । ପ୍ରବୀଣାଙ୍କ ପରଲୋକ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି । ତେବେ ତାଙ୍କ ବିୟୋଗକୁ ନେଇ ବଲିଉଡ଼ରେ ଶୋକର ଛାୟା ଖେଳାଯାଇଛି ।
ଏହି ଅଭିନେତ୍ରୀ ୨୦୧୯ ମସିହାରୁ ଚିକିତ୍ସାଧୀନ ଥିଲେ । କର୍କଟ ରୋଗ ସହିତ ଲଢି ଲଢି ସେ ଫେବୃଆରୀ ୧୭ ତାରିଖରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମଙ୍ଗଳବାର ଅପରାହ୍ନରେ ମୁମ୍ବାଇର ଅନ୍ଧେରୀ ପୂର୍ବର ଚକଲା ପାର୍ସିୱାଡାରେ ଏକ ହିନ୍ଦୁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା । ପ୍ରବୀଣା ଦେଶପାଣ୍ଡେ ସଲମାନ ଖାନଙ୍କ ସହିତ ତାଙ୍କ ଫିଲ୍ମ "ରେଡି"ରେ ମଧ୍ୟ କାମ କରିଥିଲେ ।
ପ୍ରବୀଣା ଦେଶପାଣ୍ଡେ ମରାଠୀ ଏବଂ ହିନ୍ଦୀ ଚଳଚ୍ଚିତ୍ର, ଟେଲିଭିଜନ, ଥିଏଟର ଏବଂ ୱେବ୍ ସିରିଜରେ କୋ-ଷ୍ଟାର ଭୂମିକା ପାଇଁ ଜଣାଶୁଣା ଥିଲେ। ସଲମାନ ଖାନ ଏବଂ ଆସିନଙ୍କ ଅଭିନୀତ "ରେଡି" ରେ ଶାଲୁ ଚୌଧରୀ ଭୂମିକା ପାଇଁ ତାଙ୍କୁ ଏବେ ବି ମନେ ରଖାଯାଏ । ପ୍ରବୀଣା ଜନ୍ ଆବ୍ରାହମଙ୍କ ସହିତ "ପରମାଣୁ: ଦି ଷ୍ଟୋରୀ ଅଫ୍ ପୋଖରାନ", ସିଦ୍ଧାର୍ଥ ମଲୋହୋତ୍ରାଙ୍କ ସହିତ "ଏକ ଭିଲେନ୍" ଏବଂ ରିଆ ଚକ୍ରବର୍ତ୍ତୀଙ୍କ ସହିତ "ଜଲେବି" ଭଳି ଫିଲ୍ମରେ ମଧ୍ୟ ନଜର ଆସିଥିଲେ ।
ପ୍ରବୀଣା ଦେଶପାଣ୍ଡେ ଶେଷ ଥର ପାଇଁ ନୀରଜ ପାଣ୍ଡେଙ୍କ ନିର୍ଦ୍ଦେଶିତ ପ୍ରଥମ ଫିଲ୍ମ "ତସ୍କରୀ"ରେ ନଜର ଆସିଥିଲେ । ଯେଉଁଥିରେ ଇମ୍ରାନ ହାଶମୀ ଅଭିନୀତ ଥିଲେ। ସେ ନିକଟରେ "ଦି ଫ୍ୟାମିଲି ମ୍ୟାନ୍ ୩"ର ସୁଟିଂ ଶେଷ କରିଥିଲେ । ଯେଉଁଥିରେ ସେ ମନୋଜ ବାଜପେୟୀଙ୍କ ଚରିତ୍ରର ମାଆ ଭୂମିକାରେ ଅଭିନୟ କରିଥିଲେ ।
ଏଥିସହ ପଢ଼ନ୍ତୁ: ରଶ୍ମିକା-ବିଜୟଙ୍କ ବିବାହ କାର୍ଡ ଭାଇରାଲ୍, ଫେବୃଆରୀ ୨୬ରେ ବିବାହ
📱 Get Argus News App
✨Related Topics
Explore more stories