କାହିଁକି ଜମି ବିକିଲେ ଅଭିନେତା ଜିତେନ୍ଦ୍ର କପୁର ?

Key Points
ଜମି ବିକ୍ରି କରି ଚର୍ଚ୍ଚାରେ ଜିତେନ୍ଦ୍ର କପୁର
ମୁମ୍ବାଇରେ ୮୫୫ କୋଟିରେ ଜମି ବିକ୍ରି କଲେ
ଫ୍ୟାନ୍ସ ଶୁଣି ଆଶ୍ଚର୍ଯ୍ୟ
ଜମି ବିକ୍ରି କଲେ ବଲିଉଡର ବରିଷ୍ଠ ଅଭିନେତା ଜିତେନ୍ଦ୍ର କପୁର ଓ ପରିବାର। ହେଲେ କାହିଁକି ବୋଲି ଫ୍ୟାନ୍ସଙ୍କ ମନରେ ପ୍ରଶ୍ନ। ଏମିତି କଣ ଅସୁବିଧା ହେଲା ଯେ ମୁମ୍ୱାଇରେ ଥିବା ଏତେ କୋଟିର ଜମି ବିକି ଦେଲେ ଅଭିନେତା। ବଲିଉଡର ବରିଷ୍ଠ ଅଭିନେତା ଜିତେନ୍ଦ୍ର କପୁର ଏବଂ ତାଙ୍କ ପରିବାର ମୁମ୍ବାଇର ଅନ୍ଧେରୀରେ ଥିବା ଜମିକୁ ୮୫୫ କୋଟି ଟଙ୍କାରେ ଏନ୍ଟିଟି ଗ୍ଲୋବାଲ୍ ଡାଟା ସେଣ୍ଟରକୁ ବିକ୍ରି କରିଛନ୍ତି।NTT ଗ୍ଲୋବାଲ୍ ଡାଟା ସେଣ୍ଟର୍ସ ଏବଂ କ୍ଲାଉଡ୍ ଇନ୍ଫ୍ରାଷ୍ଟକ୍ଚର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍, ଏହି ଜମି କିଣିଛନ୍ତି।
ଏହି କମ୍ପାନୀ କ୍ଲାଉଡ୍ ସମାଧାନ, ହୋଷ୍ଟିଂ, ଡାଟା ପରିଚାଳନା, ସାଇବର ସୁରକ୍ଷା ଏବଂ ଆପ୍ଲିକେସନ୍ ଡେଭଲପମେଣ୍ଟ ଭଳି ବିଭିନ୍ନ ପ୍ରକାରର ପ୍ରଯୁକ୍ତିବିଦ୍ୟା ସେବା ପ୍ରଦାନ କରେ ବୋଲି ସେମାନେ ତାଙ୍କ ଡକ୍ୟୁମେଣ୍ଟରେ ଦର୍ଶାଇଛନ୍ତି। ଏହି କାରବାର ପାଇଁ ₹୮.୬୯ କୋଟି ଷ୍ଟାମ୍ପ ଡ୍ୟୁଟି ଏବଂ ₹୩୦,୦୦୦ ପଞ୍ଜିକରଣ ଫି ଆଦାୟ କରାଯାଇଥିଲା ବୋଲି ଡକ୍ୟୁମେଣ୍ଟଗୁଡ଼ିକ ତଥ୍ୟ ଦିଆଯାଇଛି। ତେବେ ଜାଗା ବିକ୍ରି କରିଥିବା ପାନ୍ଥିୟନ୍ ବିଲ୍ଡକନ୍ ଏବଂ ତୁଷାର ଇନଫ୍ରା ଡେଭଲପର୍ସ, ଜିତେନ୍ଦ୍ର କପୁର ଏବଂ ତାଙ୍କ ପରିବାର କମ୍ପାନୀ।
ରିୟଲଇଷ୍ଟେଟ୍ କମ୍ପାନୀ ସ୍କୋୟାର ୟାର୍ଡସ୍ ଯାଞ୍ଚ କରିଥିବା ସମ୍ପତ୍ତି ପଞ୍ଜୀକରଣ ଡକ୍ୟୁମେଣ୍ଟ ଅନୁଯାୟୀ,ଏହି ସମ୍ପତ୍ତିଟି ଦୁଇଟି ପରିବାର ମାଲିକାନା ଫାର୍ମ, ପାନ୍ଥିୟନ୍ ବିଲ୍ଡକନ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ ତୁଷାର ଇନଫ୍ରା ଡେଭଲପର୍ସ ପ୍ରାଇଭେଟ୍ ଲିମିଟେଡ୍ ମାଧ୍ୟମରେ ବିକ୍ରି କରାଯାଇଥିଲା। ରିପୋର୍ଟ ଅନୁସାରେ ଏହି ଡିଲ୍ ୨୯ ମଇ, ୨୦୨୫ରେ ରେଜିଷ୍ଟର ହୋଇଥିଲା। ଏବଂ ଏଥିରେ ୯,୬୬୪.୬୮ ବର୍ଗ ମିଟର (ପ୍ରାୟ ୨.୩୯ ଏକର) ଦୁଇଟି ବଡ଼ ସଂଲଗ୍ନ ଜମି ମଧ୍ୟ ବିକ୍ରୟ ହୋଇଥିଲା।