Nayanthara / ନୟନତାରାଙ୍କୁ ସ୍ୱାମୀ ଭିଗ୍ନେଶ କାର୍ ଦେଇ କହିଲେ...
·7 months ago·2 min read

Key Points
ସାଉଥର ଲୋକପ୍ରିୟ ଅଭିନେତ୍ରୀ ନୟନତାରାଙ୍କର ଫ୍ୟାନ୍ ଫଲୋଇଙ୍ଗ୍ ବେଶ୍ ଅଧିକ । ଚଳଚ୍ଚିତ୍ର ହେଉ କିମ୍ବା ବ୍ୟକ୍ତିଗତ ଜୀବନ, ପ୍ରଶଂସକମାନେ ତାଙ୍କ ବିଷୟରେ ସବୁ କିଛି ଜାଣିବା ପାଇଁ ବେଶ୍ ଉତ୍ସାହିତ ଥାନ୍ତି ।
ସାଉଥର ଲୋକପ୍ରିୟ ଅଭିନେତ୍ରୀ ନୟନତାରାଙ୍କର ଫ୍ୟାନ୍ ଫଲୋଇଙ୍ଗ୍ ବେଶ୍ ଅଧିକ । ଚଳଚ୍ଚିତ୍ର ହେଉ କିମ୍ବା ବ୍ୟକ୍ତିଗତ ଜୀବନ, ପ୍ରଶଂସକମାନେ ତାଙ୍କ ବିଷୟରେ ସବୁ କିଛି ଜାଣିବା ପାଇଁ ବେଶ୍ ଉତ୍ସାହିତ ଥାନ୍ତି । ଖାଲି ସେ ନୁହଁନ୍ତି ତାଙ୍କ ସ୍ଵାମୀ ବିଗ୍ନେଶ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ।
ସାଉଥର ଲୋକପ୍ରିୟ ଅଭିନେତ୍ରୀ ନୟନତାରା ୪୧ବର୍ଷ ବୟଷରେ ପାଦ ଥାପିଛନ୍ତି । ତାଙ୍କର ଏହି ୪୧ତମ ଜନ୍ମଦିନ ବହୁତ୍ ଖାସ୍ ହୋଇଛି । ତାଙ୍କ ସ୍ୱାମୀ ଚଳଚ୍ଚିତ୍ର ନିର୍ମାତା ଭିଗ୍ନେଶ ଶିବନ ତାଙ୍କୁ ୧୦ କୋଟି ଟଙ୍କାର ଏକ ଲଗଜରୀ କାର୍ ଉପହାର ଦେଇଛନ୍ତି ।
ସୂଚନାନୁଯାୟୀ ନୟନତାରାଙ୍କ ୪୧ତମ ଜନ୍ମଦିନରେ ସ୍ୱାମୀ ଭିଗ୍ନେଶ ତାଙ୍କୁ ପ୍ରାୟ ୧୦ କୋଟି ଟଙ୍କା ମୂଲ୍ୟର ଏକ ରୋଲ୍ସ-ରଏସ୍ ବ୍ଲାକ୍ ବ୍ୟାଜ୍ ସ୍ପେକ୍ଟର ଉପହାର ଦେଇଥିଲେ, ଯାହାକୁ ବର୍ତ୍ତମାନ ବିଶ୍ୱର ସବୁଠାରୁ ପ୍ରିମିୟମ୍ ଇଲେକ୍ଟ୍ରିକ୍ ଲଗଜରୀ କାର ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଉଛି । କାରର ଫଟୋ ସୋସିଆଲ ମିଡିଆରେ ଆସିବା ମାତ୍ରେ ପ୍ରଶଂସକଙ୍କ ମଧ୍ୟରେ ଆନନ୍ଦ ଏବଂ ଶୁଭେଚ୍ଛାର ସୁଅ ଛୁଟିଛି ।
ଭିଗ୍ନେଶ ଶିବନ ତାଙ୍କ ଇନଷ୍ଟାଗ୍ରାମରେ ନୟନତାରା ଏବଂ ତାଙ୍କ ପରିବାରର ରୋଲ୍ସ-ରଏସ୍ ସ୍ପେକ୍ଟର ସହିତ ଅନେକ ଫଟୋ ସେୟାର କରିଛନ୍ତି । ଫଟୋଗୁଡ଼ିକରେ ନୟନତାରା ହସୁଛନ୍ତି, ଯେତେବେଳେ ପୁରା ପରିବାର ଲଗଜରୀ କାର ସହିତ ପୋଜ୍ ଦେଉଛନ୍ତି । ଏହା ସହିତ, ଶିବନ ଏକ ଭାବପ୍ରବଣ ବାର୍ତ୍ତା ମଧ୍ୟ ଲେଖିଛନ୍ତି । ତାଙ୍କର ଏହି ପୋଷ୍ଟ ପ୍ରଶଂସକମାନଙ୍କ ମଧ୍ୟରେ ଭାଇରାଲ ହେଉଛି ।
ନୟନତାରାଙ୍କ ଜନ୍ମଦିନରେ ମହଙ୍ଗା ଉପହାର ଦେବା ଏହା ପ୍ରଥମଥର ନୁହେଁ ପୂର୍ବରୁ ୨୦୨୩ ମସିହାରେ ମର୍ସିଡିଜ୍ ମେବାଚ୍ ପ୍ରାୟ ୩ କୋଟି ଟଙ୍କାର, ୨୦୨୪ରେ ମର୍ସିଡିଜ୍-ବେଞ୍ଜ ମେବାଚ୍ GLS ୬୦୦ ଏହା ପ୍ରାୟ ୫ କୋଟି ଟଙ୍କାର, ୨୦୨୫: ରୋଲ୍ସ-ରଏସ୍ ବ୍ଲାକ୍ ବ୍ୟାଜ୍ ସ୍ପେକ୍ଟର୍ ଏହି କାର୍ ପ୍ରାୟ ୧୦ କୋଟି ଟଙ୍କାର ହେବ ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories