'କିଙ୍ଗଡମ୍' ସହ ବ୍ୟାକ୍ କରୁଛନ୍ତି ବିଜୟ, ଆଡଭାନ୍ସ ବୁକିଂରେ ୧୩ କୋଟି କଲେକ୍ସନ

Key Points
ଦୀର୍ଘଦିନ ପରେ ତେଲୁଗୁ ଆକ୍ଟର ବିଜୟ ଦେବେରାକୋଣ୍ଡାଙ୍କ ନୂଆ ଫିଲ୍ମ 'କିଙ୍ଗଡମ' ଶୁକ୍ରବାର ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମର ପୋଷ୍ଟରରେ ଦର୍ଶକଙ୍କର ଏମିତି ରେସ୍ପନ୍ସ ଆସୁଛି, ଯେଉଁଥିରେ କୁହାଯାଉଛି ବିଜୟଙ୍କର ଦୀର୍ଘଦିନ ପରେ ବଡ କମ୍ବ୍ୟାକ୍ ହେବାକୁ ଯାଉଛି ।
ଅର୍ଜୁନ ରେଡ୍ଡୀଙ୍କ କ୍ରେଜ ଦର୍ଶକ ଅନେକ ଦିନ ହେବ ଭୁଲିପାରି ନଥିଲେ । ତାଙ୍କର ସ୍ଵାଗ୍, ତାଙ୍କର ଷ୍ଟାଇଲର ଯାଦୁ ଏମିତି ଦର୍ଶକଙ୍କୁ ମତୁଆଲା କରିଥିଲା ଯେ, ସମସ୍ତେ ତାଙ୍କର ଦିୱାନା ହୋଇଯାଇଥିଲେ । କିନ୍ତୁ ଏହା ପରେ ପରେ ଆଉ ନଜର ଆସିନଥିଲେ ବିଜୟ ଦେବେରାକୋଣ୍ଡା । ଅନ୍ୟ ତେଲୁଗୁ ଆକ୍ଟରଙ୍କ ତୁଳନାରେ ତାଙ୍କର କ୍ୟାରିୟର ଖୁବ ଫିକା ଚାଲିଥିଲା । ହେଲେ ଏବେ ପୁଣି ନିଜ ଅନ୍ଦାଜରେ ନୂଆ ଫିଲ୍ମ ସହ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଆସିଛନ୍ତି ବିଜୟ ।
ଦୀର୍ଘଦିନ ପରେ ତେଲୁଗୁ ଆକ୍ଟର ବିଜୟ ଦେବେରାକୋଣ୍ଡାଙ୍କ ନୂଆ ଫିଲ୍ମ 'କିଙ୍ଗଡମ' ଶୁକ୍ରବାର ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମର ପୋଷ୍ଟରରେ ଦର୍ଶକଙ୍କର ଏମିତି ରେସ୍ପନ୍ସ ଆସୁଛି, ଯେଉଁଥିରେ କୁହାଯାଉଛି ବିଜୟଙ୍କର ଦୀର୍ଘଦିନ ପରେ ବଡ କମ୍ବ୍ୟାକ୍ ହେବାକୁ ଯାଉଛି । ବିଜୟ ଯେଉଁଭଳି ଭାବେ ନିଜର ସଫଳତା ହାସଲ କରୁଥିଲେ, ତାଙ୍କର ଜଲୱା କେବଳ ତେଲୁଗୁ ନୁହେଁ, ବରଂ ବଲିଉଡରେ ମଧ୍ୟ ଦେଖିବାକୁ ମିଳୁଥିଲା ।
ତେବେ ନିର୍ଦ୍ଦେଶକ ଗୌତମ ତିନ୍ନାନୁରୀଙ୍କ ନିର୍ଦ୍ଦେଶିତ ଫିଲ୍ମ କିଙ୍ଗଡମ ୨୦୨୩ରେ ଆନାଉନ୍ସ ହୋଇଥିଲା । ଏହି ଫିଲ୍ମରେ ବିଜୟଙ୍କ ଦମଦାର ଲୁକ୍କୁ ନେଇ ବେଶ ଚର୍ଚ୍ଚା ହେଉଛି । ସେ ନିଜର ଲୁକ୍ ବି ବଦଳାଇ ଥିଲେ, ଫିଟନେସ୍ ବି ବନାଇଥିଲେ । ଫିଲ୍ମର ପ୍ରଥମ ପୋଷ୍ଟର ଆସିବା ପରେ ଦର୍ଶକ ଯେତିକି ଉତ୍ସାହିତ ହୋଇଥିଲା, ଏହାର ପୁଣି ଟିଜର ଏବଂ ଟ୍ରେଲର ଆସିବା ପରେ ଦର୍ଶକ ଫୁଲ ମୁଭି ଦେଖିବାକୁ ଖୁବ ଉତ୍ସାହିତ ଅଛନ୍ତି । ସେଥିରେ ବିଜୟଙ୍କ ଆକ୍ଟିଂ ତାଙ୍କର ଅନ୍ଦାଜ ଦର୍ଶକଙ୍କ ହୃଦୟ ଜିତିଛି । ତେଲୁଗୁ ସହ ଏହି ଫିଲ୍ମ ତାମିଲ ଏବଂ ହିନ୍ଦୀରେ ମଧ୍ୟ ରିଲିଜ ହେବାକୁ ଯାଉଛି । କିଙ୍ଗଡମର ହିନ୍ଦୀ ଭର୍ସନର ନାଁ ସାମ୍ରାଜ୍ୟ ରଖାଯାଇଛି । ଟ୍ରେଲର ସାମ୍ନାକୁ ଆସିବା ପରେ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି । ତେବେ ବର୍ତ୍ତମାନ ଯାଏଁ ଆଡଭାନ୍ସ ବୁକିଂରେ ପାଖାପାଖି ୧୩ କୋଟି ଟଙ୍କା କଲେକ୍ସନ କରାଯାଇଛି । ସେଥିରୁ ୫ କୋଟି ବୁକିଂ ବିଦେଶରୁ ହୋଇଥିବା ଜଣାପଡିଛି ।