ଦୀପିକା ହୁଅନ୍ତୁ କି କ୍ୟାଟ୍ରିନା ଆମେ ସବୁ ଯୋଗ୍ୟ ଝିଅଙ୍କୁ ଚୟନ କରିଥିଲୁ: ବିଜୟ ମାଲ୍ୟା

Key Points
ଚର୍ଚ୍ଚାରେ ବିଜୟ ମାଲ୍ୟା
ବଲିଉଡ ହିରୋଇନଙ୍କ ବିଷୟରେ କହିଲେ ମାଲ୍ୟା
କ୍ୟାଟ୍ରିନାଙ୍କଠାରୁ ଦୀପିକା
ଅନେକ ଦିନ ପରେ ମୁହଁ ଖୋଲିଲେ ବିଜୟ ମାଲ୍ୟା। କହୁ କହୁ ବଲିଉଡ ହିରୋଇନଙ୍କ ବିଷୟରେ ଅନେକ କଥା କହିଲେ। ଯାହା ଶୁଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ‘କିଙ୍ଗ୍ସ ଅଫ୍ ଡୁଗ୍ ଟାଇମ୍ସ’ ନାଁରେ ଦିନେ ପରିଚିତ ଥିବା ବିଜୟ ମାଲ୍ୟା ଏବେ ପୁଣି ଥରେ ଚର୍ଚ୍ଚାରେ । ଏଥର କିନ୍ତୁ କୌଣସି ବିଜନେସ୍ ଡିଲ୍ କିମ୍ୱା କୋର୍ଟରୁମ୍ ଡ୍ରାମା ପାଇଁ ନୁହେଁ, ତାଙ୍କର ଭାଇରାଲ୍ ପଡକାଷ୍ଟ ପାଇଁ । ବିଜୟ ମାଲ୍ୟା ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କ ଅତୀତ, ଭାରତରୁ ବିବାଦୀୟ ବିଦାୟ ଓ କିଙ୍ଗଫିସର ସ୍ୱିମସୁଟ୍ କ୍ୟାଲେଣ୍ଡର ଉପରେ ମୁହଁ ଖୋଲିଛନ୍ତି ।
ଆଜିର ସମୟରେ ବଲିଉଡ୍ରେ ଆଗ ଧାଡ଼ିର ଅନେକ ହିରୋଇନଙ୍କ ଲଞ୍ଚିଂର ଶ୍ରେୟ ଏହି କ୍ୟାଲେଣ୍ଡରକୁ ଦିଆଯାଏ । ୨୦୦୩ରେ ପ୍ରଥମ ସଂସ୍କରଣରେ ଏହି କ୍ୟାଲେଣ୍ଡରରେ କ୍ୟାଟ୍ରିନା କୈଫ ସ୍ଥାନ ପାଇଥିଲେ । ସେହିପରି ୨୦୦୬ରେ ଦୀପିକା ପାଦୁକୋନ୍ ଏହାର ପୋଷ୍ଟର ଗଲ୍ ହୋଇଥିଲେ । ଦୀପିକା କ୍ୟାଲେଣ୍ଡରରେ ସ୍ଥାନ ପାଇବା ପରେ ଓମ୍ ଶାନ୍ତି ଓମ୍ ଫିଲ୍ମ ପାଇଥିଲେ । ଅନେକ ମଡେଲ୍ ଆଜି ଷ୍ଟାର୍ ହୋଇଥିବା ପ୍ରଶ୍ନର ଜବାବରେ ମାଲ୍ୟା କହିଥିଲେ, 'ସେ ଦୀପିକା ହୁଅନ୍ତୁ କି କ୍ୟାଟ୍ରିନା କୈଫ ଆମେ ସବୁ ଯୋଗ୍ୟ ଝିଅଙ୍କୁ ଚୟନ କରିଥିଲୁ । ସବୁ ହିରୋଇନ୍ ଓ ଷ୍ଟାର ସେମାନଙ୍କ ଯୁବାବସ୍ତାରେ ଆମ କ୍ୟାଲେଣ୍ଡରରେ ସ୍ଥାନ ପାଇଥିଲେ । ଆମେ ପ୍ରତିଭାବାନଙ୍କୁ ଚୟନ କରିଥିଲୁ ।' କ୍ୟାଲେଣ୍ଡରରେ ସ୍ଥାନ ପାଇଥିବା ଅନ୍ୟ ହିରୋଇନଙ୍କ ମଧ୍ୟରେ ନର୍ଗିସ୍ ଫାଖ୍ରୀ (୨୦୦୯), ଇଶା ଗୁପ୍ତା (୨୦୧୦), ଲିସା ହେଡନ୍ (୨୦୧୧), ସୈୟାମି ଖେର (୨୦୧୨), ଏବଂ ଐଶ୍ୱର୍ଯ୍ୟା ସୁସ୍ମିତା (୨୦୧୬) ।
କଣ୍ଟେଣ୍ଟ କ୍ରିଏଟର ରାଜ ଶାମଣିଙ୍କ ସହ ଚାରି ଘଣ୍ଟାର ପଡକାଷ୍ଟରେ ବିଜୟ ମାଲ୍ୟା ତାଙ୍କ ଜୀବନର ଅନେକ ବିନ୍ଦୁ ଉପରେ ମତ ରଖିଛନ୍ତି । ଏହାସହ ଉପର ଲିକ୍ଷିତ ଅନେକ କଥା କହିଛନ୍ତି ବିଜୟ ମାଲ୍ୟା। ମାଲ୍ୟାଙ୍କ ବ୍ୟବସାୟ ସାମ୍ରାଜ୍ୟର ସବୁଠାରୁ ଚର୍ଚ୍ଚିତ ଦିଗ ଥିଲା କିଙ୍ଗଫିସର୍ ସ୍ୱିମ୍ସୁଟ୍ କ୍ୟାଲେଣ୍ଡର । ୟୁନାଇଟେଡ୍ ବ୍ରିୱେରିସ୍ ଗ୍ରୁପ୍ ଦ୍ୱାରା ୨୦୦୩ ମସିହାରେ ଲଞ୍ଚ ହୋଇଥିବା ଏହି କ୍ୟାଲେଣ୍ଡର ସବୁଠି ଚର୍ଚ୍ଚାରେ ରହିଥିଲା ।