Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

କିଙ୍ଗ୍‌ଫିସର ନାମ ବଦଳାଇ କିଙ୍ଗ୍‌ ମେନସନ୍‌ ରଖିଛନ୍ତି ସଚିନ

Banajyotshna Ray
Browse all articles by Banajyotshna Ray
·1 year ago·2 min read
କିଙ୍ଗ୍‌ଫିସର ନାମ ବଦଳାଇ କିଙ୍ଗ୍‌ ମେନସନ୍‌ ରଖିଛନ୍ତି ସଚିନ

Key Points

ବିଜୟ ମାଲ୍ୟାଙ୍କ କିଙ୍ଗ୍‌ଫିସର ବଙ୍ଗଳାର ମାଲିକ ଏହି ଷ୍ଟାର
ନାମ ବଦଳାଇ ରଖିଛନ୍ତି କିଙ୍ଗ୍‌ ମେନସନ୍‌

ପୁଣି ଚର୍ଚ୍ଚାରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା। ଗତ କିଛି ଦିନ ହେବ ଭିନ୍ନ ଭିନ୍ନ ଟିପଣୀକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। RCBର ପୂର୍ବତନ ମାଲିକ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା । ଦୀର୍ଘଦିନ ଧରି ଟିମ୍‌ ସହ ତାଙ୍କର କୌଣସି ସମ୍ପର୍କ ନଥିଲା। ବିଜୟ ମାଲ୍ୟା ଗୋଆରେ ଥିବା ବିଳାସପୂର୍ଣ୍ଣ ଘରେ ସେ ପ୍ରାୟତଃ ବଡ଼ ବଡ଼ ପାର୍ଟି କରୁଥିଲେ। ଅଭିନେତା ସଚିନ ଯୋଶୀ ବ୍ୟାଙ୍କ ଦ୍ୱାରା ଏକ ନିଲାମରେ ଏହାକୁ କିଣିଥିଲେ। ଭାଇକିଂ ଭେଞ୍ଚର୍ସର ମାଲିକ ସଚିନ ଯୋଶୀ ଏବଂ ତାଙ୍କ ଅଭିନେତ୍ରୀ ପତ୍ନୀ ଉର୍ବଶୀ ଶର୍ମା ୨୦୧୭ ମସିହାରେ ୭୩.୦୧ କୋଟି ଟଙ୍କାରେ ଏହି ସମ୍ପତ୍ତିକୁ କିଣିଥିଲେ। ଏହା ପୂର୍ବରୁ, ୧୨,୩୫୦ ବର୍ଗଫୁଟ ପରିମିତ ଏହି ବିଳାସପୂର୍ଣ୍ଣ ସମ୍ପତ୍ତି କିଙ୍ଗ୍‌ଫିସର୍ ଏୟାରଲାଇନ୍ସର ମୂଳ କମ୍ପାନୀ ୟୁନାଇଟେଡ୍ ବ୍ରୁଅରିଜ୍ ହୋଲ୍ଡିଂସର ମାଲିକାନାରେ ଥିଲା।

ଏବେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ଟ୍ରଫି ଜିତିବା ପରେ ଚର୍ଚ୍ଚାକୁ ଆସିଛନ୍ତି । ସୋସିଅଲ ମିଡିଆରେ ଟିମ୍‌କୁ ଅଭିନନ୍ଦନ ଜଣାଇବା ସହିତ ଖେଳାଳିଙ୍କ କଠିନ ପରିଶ୍ରମକୁ ପ୍ରଶଂସା କରିଛନ୍ତି। ଯାହା ପରେ ତାଙ୍କ ଟ୍ଵିଟ୍‌ ଖୁବ୍‌ ଭାଇରାଲ ହୋଇଥିଲା। ବିଜୟ ମାଲ୍ୟା କିଙ୍ଗଫିସର ଏୟାରଲାଇନ୍ସର ପ୍ରତିଷ୍ଠାତା ମଧ୍ୟ ଥିଲେ, ଏହା ସମସ୍ତେ ଜାଣିଛନ୍ତି । ସେହିପରି ତାଙ୍କର କିଙ୍ଗ୍‌ଫିସର୍‌ ନାମକ ଏକ ଭିଲା ମଧ୍ୟ ଥିଲା। ଯାହା ୨୦୧୭ରେ ନିଲାମ ହୋଇଥିଲା। ଜଣାଶୁଣା ବଲିଉଡ୍ ଦମ୍ପତି ଏହାକୁ କିଣି ଏହାର ନାଁ ପରିବର୍ତ୍ତନ କରି କିଙ୍ଗ୍‌ ମେନ୍‌ସନ୍‌ ରଖିଥିଲେ। ସଚିନ ୨୦୧୧ ମସିହାରେ ଫିଲ୍ମ "ଆଜାନ୍‌" ମାଧ୍ୟମରେ ହିନ୍ଦୀ ଫିଲ୍ମରେ ଡେବ୍ୟୁ କରିଥିଲେ। ଏହା ପରେ ସେ ‘ମୁମ୍ବାଇ ମିରର୍’ ଏବଂ ‘ଜ୍ୟାକ୍‌ପଟ୍‌’ରେ ମଧ୍ୟ ନଜର ଆସିଥିଲେ। ଏହା ବ୍ୟତୀତ ସେ ଅନେକ ତେଲୁଗୁ ଫିଲ୍ମରେ ମଧ୍ୟ କାମ କରିଛନ୍ତି।

ସଚିନ ଯୋଶୀ ପ୍ରଥମେ ୨୦୦୭ ମସିହାରେ ଏହି ଭିଲ୍ଲା ପରିଦର୍ଶନ କରିଥିଲେ ଏବଂ ଏହାକୁ ସର୍ବୋତ୍ତମ ସମ୍ପତ୍ତି ମଧ୍ୟରୁ ଗୋଟିଏ ବୋଲି ବିବେଚନା କରିଥିଲେ। ଏହି ସମ୍ପତ୍ତି କିଣିବା ପରେ, ସେ ଏହାର ନାଁ କିଙ୍ଗସ୍ ମେନସନ୍ ରଖିଥିଲେ ସଚିନ । କହିବାକୁ ଗଲେ ସଚିନ ଯୋଶୀ ମଧ୍ୟ ଜଣେ ବ୍ୟବସାୟୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
vijay-mallyas-iconic-kingfisher-villa-in-goa-a-symbol-of-opulence-and-extravagance-is-now-owned-by-bollywood-actor-sachiin-joshi-and-his-wife-former-actress-urv | Argus News