Videos
|
Entertainment

ବିକ୍ରାନ୍ତ ମେସି ଆଜି ତାଙ୍କର ୩୮ତମ ଜନ୍ମଦିନ ପାଳନ କରୁଛନ୍ତି

Ritu Das
Browse all articles by Ritu Das
·1 year ago·2 min read
ବିକ୍ରାନ୍ତ ମେସି ଆଜି ତାଙ୍କର ୩୮ତମ ଜନ୍ମଦିନ ପାଳନ କରୁଛନ୍ତି

ବଲିଉଡ ଅଭିନେତା ବିକ୍ରାନ୍ତ ମେସି ଯାହାଙ୍କ ନାଁ ହିଁ କାଫି ତାଙ୍କର କୌଣସି ପରିଚୟ ଦେବାର କୌଣସି ଆବଶ୍ୟକତା ନାହିଁ। ବିକ୍ରାନ୍ତ ଇଣ୍ଡଷ୍ଟ୍ରିରେ ଏପରି ଏକ ଛାପ ଛାଡ଼ିଛନ୍ତି ଯେ ଆଜି ତାଙ୍କୁ ଇଣ୍ଡଷ୍ଟ୍ରିର ଏ-ଲିଷ୍ଟ ଅଭିନେତାମାନଙ୍କ ମଧ୍ୟରୁ ବିବେଚନା କରାଯାଏ । ବିକ୍ରାନ୍ତଙ୍କ ସେତେ ଷ୍ଟାରଡମ୍ ନାହିଁ, ତଥାପି ତାଙ୍କର ଚମତ୍କାର ଅଭିନୟ ଯୋଗୁଁ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି।
ବିକ୍ରାନ୍ତ ଆଜି ତାଙ୍କର ୩୮ତମ ଜନ୍ମଦିନ ପାଳନ କରୁଛନ୍ତି। ବିକ୍ରାନ୍ତ ତାଙ୍କ ଚଳଚ୍ଚିତ୍ର ଏବଂ ଧାରାବାହିକରେ ଅନେକ ପ୍ରକାରର ଭୂମିକାରେ ଅଭିନୟ କରନ୍ତି। ଅନେକ ଥର, ସେ ବିଶ୍ୱ ସମ୍ମୁଖରେ ତାଙ୍କର ମତାମତ ଖୋଲାଖୋଲି ଭାବରେ ପ୍ରକାଶ କରନ୍ତି। ଆଜି ବଲିଉଡରେ ଜଣେ ଟପ ହିରୋ ତାଲିକାରେ ଆସୁଛନ୍ତି। ତାଙ୍କର ନିଖୁଣ ସବୁବେଳେ ପ୍ରଭାବିତ କରିଆସିଛି। କିନ୍ତୁ ଏହି ସ୍ଥାନରେ ପହଞ୍ଚିବାକୁ ତାଙ୍କୁ ବହୁତ କଷ୍ଟର ସାମ୍ନା କରିବାକୁ ପଡ଼ିଥିଲା। ଯେଉଁଥିରେ ନିଜ ସ୍ବପ୍ନକୁ ସତ କରିବାକୁ ବହୁତ ସଂଘର୍ଷ କରିବାକୁ ପଡ଼ିଥିଲା। ଟିଭିର ଛୋଟ ପରଦାରୁ ଆରମ୍ଭ କରି ବଲିଉଡର ଯାତ୍ରା ତାଙ୍କର ପ୍ରେରଣାଦାୟକ ଥିଲା। ଚାଲନ୍ତୁ ଆଜି ତାଙ୍କ ଜନ୍ମଦିନରେ ତାଙ୍କ ସଂଘର୍ଷମୟ ଜୀବନ ବିଷୟରେ କିଛି କଥା ଜାଣିବା


ବିକ୍ରାନ୍ତ ମେସିଙ୍କ ଜନ୍ମ ମୁମ୍ବାଇରେ ହୋଇଥିଲା। ବଲିଉଡରେ ତାଙ୍କ ଏଣ୍ଟ୍ରି କୌଣସି ଫିଲ୍ମ କାହାଣୀ ଠୁ କମ ନୁହେଁ। ଏକ ଆଉଟସାଇଡର ଭାବେ ସେ ତାଙ୍କ କ୍ୟାରିୟର ଟେଲିଭିଜନରୁ ଆରମ୍ଭ କରିଥିଲେ। ୨୦୦୭ ମସିହାରେ ସେ ଅଭିନୟ ଦୁନିଆରେ ଏକ ଟିଭି ଶୋ'ରୁ ଆରମ୍ଭ କରିଥିଲେ। ଶୋ'ର ନାଁ ହେଲା `ଧୁମ ମଚାଓ ଧୁମ'। କିନ୍ତୁ ତାଙ୍କୁ ପରିଚୟ ମିଳିଥିଲା ବାବା ଏସା ବର ଢୁଢୋଁ ଏବଂ ବାଳିକା ବଧୁ ଭଳି ଶୋ'ରୁ। ବାଳିକା ବଧୂ ସିରିୟଲରୁ ସେ ଘରେ ଘରେ ପରିଚିତ ହୋଇପାରିଲେ। କୁବୁଲ ହୈ ଏବଂ ୟେ ହୈ ଆଶିକି ଭଳି ଶୋ'ରେ ସେ ଦର୍ଶକଙ୍କୁ ତାଙ୍କ ଅଭିନୟ ଯାଦୁରେ ଦିଓ୍ବାନା କରିଥିଲେ। ବହୁ ବର୍ଷ ଟିଭିରେ କାମ କରିବା ପରେ ସେ ବଡ଼ ପରଦାରେ ନିଜର ଯାଦୁ ଦେଖାଇଥିଲେ।
ବିକ୍ରାନ୍ତ କେଉଁ ଧର୍ମ ମାନନ୍ତି ?


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିକ୍ରାନ୍ତ ଏକ ପଡକାଷ୍ଟରେ କହିଥିଲେ ଯେ ଆମେ ଏବେ ଯୁବ ରାଷ୍ଟ୍ର ଏବଂ ଦାସତ୍ୱର ମାନସିକତା ଆମଠାରୁ ସମ୍ପୂର୍ଣ୍ଣ ଦୂର ହୋଇନାହିଁ। ଅଭିନେତା ତାଙ୍କ ନିଜ ପରିବାରର ଉଦାହରଣ ଦେଇଥିଲେ ଯେ ତାଙ୍କ ପରିବାରରେ ହିନ୍ଦୁ, ମୁସଲିମ, ଶିଖ, ଖ୍ରୀଷ୍ଟିଆନ ଭଳି ସମସ୍ତ ଧର୍ମର ଲୋକ ଗୋଟିଏ ଘରେ ରୁହନ୍ତି। ଅଭିନେତା ଆହୁରି କହିଛନ୍ତି ଯେ ଯେପରି ମୋ ପରିବାର ଏକାଠି ରୁହନ୍ତି। ସେହିପରି ଆମ ଦେଶରେ ସବୁ ଧର୍ମର ଲୋକ ପ୍ରେମର ସହିତ ଏକାଠି ରୁହନ୍ତି। ବିକ୍ରାନ୍ତ କୁହନ୍ତି ଯେ ସେ ସମସ୍ତ ଧର୍ମକୁ ବିଶ୍ୱାସ କରନ୍ତି ଏବଂ ସମସ୍ତ ପର୍ବପର୍ବାଣୀ ପାଳନ କରନ୍ତି।


ବାପା ଖ୍ରୀଷ୍ଟିଆନ, ମାଆ ଶିଖ
ବିକ୍ରାନ୍ତଙ୍କ ବାପା ଖ୍ରୀଷ୍ଟିଆନ ଏବଂ ତାଙ୍କ ମାଆ ଶିଖ। ଅଭିନେତାଙ୍କ ଭାଇ ୧୭ ବର୍ଷ ବୟସରେ ତାଙ୍କ ଧର୍ମ ପରିବର୍ତ୍ତନ କରିଥିଲେ। ଅଭିନେତା କହିଛନ୍ତି ଯେ ତାଙ୍କ ସମ୍ପୂର୍ଣ୍ଣ ପରିବାର ସମସ୍ତ ପର୍ବ ଏକାଠି ପାଳନ କରନ୍ତି। ଜଣେ ମୁସଲମାନ ହେବା ସତ୍ତ୍ୱେ, ତାଙ୍କ ଭାଇ ତାଙ୍କ ସହିତ ଦୀପାବଳି ଏବଂ ହୋଲି ପାଳନ କରନ୍ତି।

vikrant-messi-is-celebrating-his-38th-birthday-today | Argus News