Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଅଭିନେତ୍ରୀଙ୍କୁ ଲାଇକ୍‌ କରି ଫସିଲେ ବିରାଟ, କହିଲେ ଭୁଲରେ ହେଇଗଲା...

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଅଭିନେତ୍ରୀଙ୍କୁ ଲାଇକ୍‌ କରି ଫସିଲେ ବିରାଟ, କହିଲେ ଭୁଲରେ ହେଇଗଲା...

ଫସିଲେ ବିରାଟ କୋହଲି। ଯାହାକୁ ନେଇ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି। ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଏକ ଲାଇକ ଯୋଗୁଁ ହଙ୍ଗାମା । ଆଉ ଏହା ପରେ କୋହଲି ତାଙ୍କ ଇନଷ୍ଟାଗ୍ରାମ ପେଜରେ ଏକ ଷ୍ଟୋରୀ ପୋଷ୍ଟ କରି ସଫେଇ ଦେଇ ଲେଖିଛନ୍ତି, ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ ମୁଁ ଜାଣିଶୁଣି ଫଟୋଟିକୁ ଲାଇକ କରିନାହିଁ, ବରଂ ଏହା ଭୁଲରେ ହୋଇଯାଇଥିଲା। ତେଣୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଏହା ଉପରେ କୌଣସି ଭୁଲ ଧାରଣା ନ ରଖନ୍ତୁ। ମୋ କଥାକୁ ବୁଝିବା ପାଇଁ ଧନ୍ୟବାଦ।

ପ୍ରକୃତରେ ଘଟଣାକ୍ରମ କିଛି ଏପରି ରହିଛି। ବିରାଟଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଜଣେ ଅଭିନେତ୍ରୀଙ୍କ ଫଟୋରେ ଲାଇକ ହୋଇଯାଇଥିଲା। ଏହାପରେ ସୋସିଆଲ ମିଡିଆରେ ଚହଳ ପଡ଼ିଥିଲା। ଅଭିନେତ୍ରୀ ଅବନୀତ କୌର ଏପ୍ରିଲ ୩୦ରେ ତାଙ୍କ ଇନଷ୍ଟାଗ୍ରାମ ପେଜରେ କିଛି ଫଟୋ ପୋଷ୍ଟ କରିଥିଲେ। ଏଥିରେ ସେ ଏକ ଛୋଟ ସ୍କର୍ଟ ସହିତ ସବୁଜ ରଙ୍ଗର ଟପ ପିନ୍ଧି ନଜର ଆସୁଥିଲେ। ଅନେକ ଲୋକ ତାଙ୍କ ଫଟୋକୁ ଲାଇକ କରିଥିଲେ ।

କିନ୍ତୁ ଯେତେବେଳେ କୋହଲି ଏହି ଫଟୋକୁ ଲାଇକ କଲେ, ତେବେ ହଙ୍ଗାମା ସୃଷ୍ଟି ହେଲା। କାରଣ ମେ ୧ ତାରିଖରେ ଅନୁଷ୍କା ଶର୍ମାଙ୍କ ଜନ୍ମଦିନ ଥିଲା। ସେହି ଦିନ ବିରାଟ ଅବନୀତ କୌରଙ୍କ ଫଟୋକୁ ଲାଇକ କରିଥିଲେ, ଯାହାପରେ ଫ୍ୟାନମାନେ ତାଙ୍କୁ ଟ୍ରୋଲ କରିବାକୁ ଲାଗିଲେ। ଏହାପରେ ବିରାଟ କୋହଲିଙ୍କୁ ସଫେଇ ଦେବାକୁ ପଡ଼ିଥିଲ।ପରେ କୋହଲି ତାଙ୍କ ଇନଷ୍ଟାଗ୍ରାମ ପେଜରେ ଏକ ଷ୍ଟୋରୀ ପୋଷ୍ଟ କରି ଏହି ମାମଲାରୁ ପରଦା ଉଠାଇଥିଲେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
virat-kohli-shares-official-statement-after-liking-avneet-kaurs-photo-on-instagram-there-was-absolutely-no-intent-behind-it | Argus News