ପିସିଙ୍କ ପରି ଫିଟ୍ ରହିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଉପାୟ...

କେମିତି ଏତେ ଫିଟ୍ ପ୍ରିୟଙ୍କା ଚୋପ୍ରା ? କଣ ଖାଆନ୍ତି, କେତେ ସମୟ ଦିନକୁ ଏକ୍ସରସାଇଜ କରନ୍ତି ଏସବୁ ଜାଣିବାକୁ ତାଙ୍କ ଫ୍ୟାନ୍ସଙ୍କ ମନରେ ଭାରି ଉତ୍ସାହ। ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା। ତାଙ୍କ ଅଭିନୟକୁ ନେଇ ସେ ଯେତିକି ଫେମସ ତାଙ୍କ ଫିଟନେସକୁ ନେଇ ମଧ୍ୟ ସେ ଖୁବ ଚର୍ଚ୍ଚାରେ। ସେଥିପାଇଁ ସେ ହଲିଉଡର ସବୁଠାରୁ ବଡ଼ ଷ୍ଟଣ୍ଟ ନିଜେ କରନ୍ତି। ପ୍ରିୟଙ୍କାଙ୍କ ପରି ଫିଟନେସ ଲକ୍ଷ୍ୟ ହାସଲ କରିବାକୁ ଚାହୁଁଛନ୍ତି, ତେବେ ତାଙ୍କ ଡାଏଟ ଏବଂ ଫିଟନେସ ଯୋଜନା ଚେଷ୍ଟା କରିପାରିବେ। ଖୁବଶୀଘ୍ର ରାଜାମୌଲିଙ୍କ ଫିଲ୍ମରେ ନଜର ଆସିବେ ପ୍ରିୟଙ୍କା। ଏହି ଫିଲ୍ମରେ ତେଲୁଗୁ ଷ୍ଟାର ମହେଶ ବାବୁଙ୍କ ସହ ସ୍କ୍ରିନ ସେୟାର କରିବେ ପ୍ରିୟଙ୍କା ବୋଲି ଜଣାପଡିଛି। ତେବେ ପିସିଙ୍କ ଫିଟନେସ ରାଜ ହେଉଛି। ପ୍ରିୟଙ୍କା ବିଶ୍ୱାସ କରନ୍ତି ଯେ, ନିୟମିତ କାର୍ଯ୍ୟରେ ଛୋଟ ଛୋଟ ପରିବର୍ତ୍ତନ ଆଣିଲେ ଫିଟନେସ ଲକ୍ଷ୍ୟ ହାସଲ ହୋଇପାରିବ। ଉଦାହରଣ ସ୍ବରୂପ, ସେ ଲିଫ୍ଟ ବ୍ୟବହାର କରିବା ପରିବର୍ତ୍ତେ ସିଡ଼ି ଚଢ଼ିବାକୁ ଏବଂ ଗାଡ଼ି ଚଲାଇବା ପରିବର୍ତ୍ତେ ଚାଲିବାକୁ ପସନ୍ଦ କରନ୍ତି।
ମଧ୍ୟାହ୍ନ ଭୋଜନରେ ପ୍ରିୟଙ୍କା ଡାଲି, ଭାତ, ରୋଟି, ସୁପ, ସାଲାଡ ଏବଂ ତାଜା ଫଳ ଭଳି ଭାରତୀୟ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି। ଏହା ବ୍ୟତୀତ, ସେ ପ୍ରୋଟିନ ଗ୍ରହଣ ପାଇଁ ତାଙ୍କ ଖାଦ୍ୟରେ ଗ୍ରୀଲ୍ଡ ଚିକେନ, ମାଛ, ସିଝା ଅଣ୍ଡା ସାମିଲ କରନ୍ତି।
ପ୍ରିୟଙ୍କା ତାଙ୍କ ବ୍ୟାୟାମ କାର୍ଯ୍ୟରେ ଓଜନ ତାଲିମ ମାଧ୍ୟମରେ ତାଙ୍କ ମାଂସପେଶୀକୁ ମଜଭୁତ କରନ୍ତି, ଯାହା ତାଙ୍କର ମେଟାବୋଲିଜିମ ହାରକୁ ମଧ୍ୟ ବୃଦ୍ଧି କରେ। ଏହା ସହିତ, ପ୍ରତିଦିନ ଯୋଗ କରନ୍ତି। ଫଳରେ ଚାପରୁ ମୁକ୍ତି ମିଳେ। ପ୍ରିୟଙ୍କା ପାଣି ଏବଂ ତରଳ ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତି। ତାଜା ଜୁସ ସେବନ କରନ୍ତି ଏବଂ କ୍ୟାଫିନ ଠାରୁ ଦୂରରେ ରହନ୍ତି। ସେ ଦିନକୁ ୧୦ ଗ୍ଲାସ ପାଣି ପିଅନ୍ତି। ଯଦି ଆପଣ ଫିଟ୍ ରହିବା ପାଇଁ ଚାହୁଁଛନ୍ତି ତେବେ ପ୍ରତ୍ୟେକ ଦିନ ଏହିସବୁ ଜିନିଷ ଉପରେ ଧ୍ୟାନ ଦେଲେ ଆପଣ ନିଶ୍ଚୟ ଫିଟ୍ ରହିପାରିବେ। ଏହାସହ ଉତ୍ତର ସ୍ୱାସ୍ଥ୍ୟ ପାଇପାରିବେ।