Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ସୈଫଙ୍କ ଉପରେ ଆକ୍ରମଣ ହୋଇଥିବା ଜାଣି କ’ଣ କହିଲେ ଶାହିଦ୍?

Ritu Das
Browse all articles by Ritu Das
·1 year ago·1 min read
ସୈଫଙ୍କ ଉପରେ ଆକ୍ରମଣ ହୋଇଥିବା ଜାଣି କ’ଣ କହିଲେ ଶାହିଦ୍?

ଅର୍ଗସ ବ୍ୟୁରୋ: ବଲିଉଡ ଷ୍ଟାର ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ପରେ ତାଙ୍କୁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୈଫ ଅଲ୍ଲୀ ଖାନ ଏବେ ବି ସେଠାରେ ଅଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେଉଛି। ତାଙ୍କର ଚିକିତ୍ସା କରୁଥିବା ଡାକ୍ତର ନୀତିନ ନାରାୟଣ ଡାଙ୍ଗେ କହିଛନ୍ତି ଯେ ସୈଫ ଏବେ ସମ୍ପୂର୍ଣ୍ଣ ବିପଦମୁକ୍ତ ଅଛନ୍ତି। ଏମଧ୍ୟରେ ଅଭିନେତ୍ରୀ ତଥା ସୈଫଙ୍କ ପତ୍ନୀ କରୀନା କପୁର ଖାନଙ୍କ ପୂର୍ବତନ ପ୍ରେମିକ ଅଭିନେତା ଶାହିଦ କପୁର ଏହି ଘଟଣାକୁ ନେଇ କିଭଳି ପ୍ରତିକ୍ରିୟା ଦେଇଛନ୍ତି, ତାହା ସାମ୍ନାକୁ ଆସିଛି। ନିଜର ଆଗାମୀ ଫିଲ୍ମ 'ଦେବା'ର ଟ୍ରେଲର ଲଞ୍ଚ ଇଭେଣ୍ଟରେ ଶାହିଦଙ୍କୁ ଏହି ଘଟଣା ବିଷୟରେ ପଚରାଯାଇଥିଲା। ଉତ୍ତରରେ ସେ କହିଥିଲେ ଯେ, "ଏହା ଅତ୍ୟନ୍ତ ଦୁଃଖଦ ଘଟଣା। ପୂରା ଫିଲ୍ମ ଇଣ୍ଡଷ୍ଟ୍ରି ଏହି ଘଟଣାକୁ ନେଇ ଚିନ୍ତିତ।


ଆମେ ଆଶା କରୁଛୁ ‌ଯେ, ସୈଫଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ଭଲ ଥିବ ଏବଂ ସେ ସୁସ୍ଥ ଅନୁଭବ କରୁଥିବେ। ଏହି ଘଟଣା ବିଷୟରେ ଖବର ପାଇ ଆମେ ଆଶ୍ଚର୍ଯ୍ୟ ହୋଇଯାଇଥିଲୁ। କାରଣ ମୁମ୍ବାଇ ଭଳି ସହରରେ ଏଭଳି ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଘରେ ପଶିବା ସହଜ କଥା ନୁହେଁ। ମୁଁ ନିଶ୍ଚିତ ଯେ, ସମାଧାନ ପାଇଁ ମୁମ୍ବାଇ ପୁଲିସ ସବୁ ପ୍ରକାର ଚେଷ୍ଟା କରୁଛି। ସାଧାରଣତଃ ଏହା ହୁଏ ନାହିଁ। ମୁମ୍ବାଇ ଏକ ବହୁତ ସୁରକ୍ଷିତ ସହର। ଏଠାକାର ଲୋକମାନେ ଗର୍ବର ସହିତ କୁହନ୍ତି ଯେ ପରିବାରର ଜଣେ ସଦସ୍ୟ ରାତି ୨-୩ଟାରେ ବାହାରକୁ ଗଲେ ମଧ୍ୟ କୌଣସି ଅସୁବିଧା ନାହିଁ। ତେଣୁ ଏହା ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଘଟଣା ଏବଂ ଆମେ ଆଶା କରୁଛୁ ଯେ ସେ ଯଥାଶୀଘ୍ର ସୁସ୍ଥ ହୋଇଯାଆନ୍ତୁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
What did Shahid say after knowing that Saif was attacked? | Argus News