Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ପାର୍କିଂକୁ ନେଇ ଅଭିନେତ୍ରୀଙ୍କ ଭାଇକୁ ହତ୍ୟା

Banajyotshna Ray
Browse all articles by Banajyotshna Ray
·11 months ago·2 min read
ପାର୍କିଂକୁ ନେଇ ଅଭିନେତ୍ରୀଙ୍କ ଭାଇକୁ ହତ୍ୟା

Key Points

ଅଭିନେତ୍ରୀଙ୍କ ଭାଇକୁ ହତ୍ୟା
ପାର୍କିଂକୁ ନେଇ ହୋଇଥିଲା ବିବାଦ
ଏମିତି କରିଥିଲେ ହତ୍ୟା

ଛାଡିଲେନି ଅଭିନେତ୍ରୀଙ୍କ ଭାଇକୁ। ଛୋଟ ଘଟଣାକୁ ନେଇ ହତ୍ୟା ପରି ଜଘନ୍ୟ କାଣ୍ଡ ଭିଆଇଦେଲେ। ଅଭିନେତ୍ରୀଙ୍କ ପରିବାରରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଯାହାକୁ ନେଇ ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ହୁମା କୁରେଶୀ। ଏଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି। କିଏ, କାହିଁକି ଏବଂ କେମିତି ହତ୍ୟା କଲେ ଅଭିନେତ୍ରୀଙ୍କ ଭାଇକୁ। ରାଜଧାନୀ ଦିଲ୍ଲୀରେ ଘଟିଛି ଏଭଳି ଘଟଣା। ହୁମା କୁରେଶୀ। ବଲିଉଡର ଜଣେ ଆଗଧାଡିର ଅଭିନେତ୍ରୀ। ନିଜର ଅଭିନୟ ହେଉ ଅବା ସୌନ୍ଦର୍ଯ୍ୟର ଯାଦୁ ଫ୍ୟାନ୍ସ ହୃଦୟରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ କରିପାରିଛନ୍ତି। ତାଙ୍କ ସୋସିଆଲ ମିଡ଼ିଆରେ ଅନେକ ଫ୍ୟାନ୍ସ ରହିଛନ୍ତି। ଏଭଳି ପରିସ୍ଥିତିରେ ଅଭିନେତ୍ରୀଙ୍କ ଭାଇକୁ କିଏ ମାରିଲା ବୋଲି ଫ୍ୟାନ୍ସଙ୍କ ମହଲରେ ଚର୍ଚ୍ଚା। ଅଭିନେତ୍ରୀ ହୁମା କୁରେଶୀଙ୍କ ଭାଇ ଆସିଫ୍ କୁରେଶୀଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି । ପାର୍କିଂକୁ ନେଇ ଏହି ବିବାଦ ଘଟିଥିଲା।

ଦିଲ୍ଲୀର ନିଜାମୁଦ୍ଦିନରେ ପାର୍କିଂକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ନେଇ ସୂଚନା ରହିଛି । ଗୁରୁବାର ବିଳମ୍ବିତ ରାତିରେ ନିଜାମୁଦ୍ଦିନ ଥାନା ଅଞ୍ଚଳର ଜଙ୍ଗପୁରା ଭୋଗଲ ବଜାର ଲେନରେ ଏକ ପାର୍କିଂ ବିବାଦ ଘଟିଥିଲା। ବିଳମ୍ବିତ ରାତି ପ୍ରାୟ ୧୧ଟା ସମୟରେ, ଗେଟ୍ ଉପରୁ ସ୍କୁଟି କାଢି ସାଇଡ୍ ପାର୍କିଂ କରିବାକୁ ନେଇ ବିବାଦରେ ଅଭିଯୁକ୍ତ ଆସିଫ୍ କୁରେଶୀଙ୍କ ଉପରେ ଆକ୍ରମଣ କରିଥିଲେ । ଗୁରୁତର ଆହତ ଆସିଫଙ୍କୁ ହସ୍ପିଟାଲ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ। ହୁମା କୁରେଶୀଙ୍କ ମୃତ ଭାଇ ଆସିଫ କୁରେଶୀ ହେଉଛନ୍ତି ଅଭିନେତ୍ରୀଙ୍କ ସମ୍ପର୍କୀୟ ଭାଇ। ମୃତ ଆସିଫଙ୍କ ସ୍ତ୍ରୀ ଏବଂ ସମ୍ପର୍କୀୟମାନେ କହିଛନ୍ତି ଯେ ଅଭିଯୁକ୍ତ ଏକ ସାମାନ୍ୟ କଥାକୁ ନେଇ ନିର୍ମମ ଭାବରେ ଅପରାଧ କରିଛି । ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି ।

ମୃତକଙ୍କ ସ୍ତ୍ରୀ କହିଛନ୍ତି ଯେ ପୂର୍ବରୁ ମଧ୍ୟ ପାର୍କିଂ ବିବାଦକୁ ନେଇ ତାଙ୍କର ମୋ ସ୍ୱାମୀଙ୍କ ସହ ଝଗଡା ହୋଇଥିଲା। ମୋ ସ୍ୱାମୀ କାମରୁ ଘରକୁ ଫେରିବା ପରେ, ଘର ସାମ୍ନାରେ ପଡ଼ୋଶୀଙ୍କ ସ୍କୁଟି ପାର୍କିଂ କରାଯାଇଥିଲା, ଯାହାକୁ ସେ ପଡ଼ୋଶୀଙ୍କୁ ହଟାଇବାକୁ କହିଥିଲେ । କିନ୍ତୁ ସ୍କୁଟି ହଟାଇବା ପରିବର୍ତ୍ତେ, ପଡ଼ୋଶୀ ତାଙ୍କୁ ଗାଳି ଦେବା ଆରମ୍ଭ କରିଥିଲେ ଏବଂ ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ହତ୍ୟା କରିଥିଲେ। ଏଖବର ପରେ ସମସ୍ତେ ଭୟଭୀତ ହୋଇପହିଛନ୍ତି। ଅଭିନେତ୍ରୀ ମଧ୍ୟ ଦୁଃଖ ପ୍ରକାଶ କରିବା ସହ ଶୀଘ୍ର ଅଭିଯୁକ୍ତକୁ ପୋଲିସ ଖୋଜି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଆଯାଉ ବୋଲି କହିଛନ୍ତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
what-led-to-huma-qureshis-cousins-murder-in-delhi-a-request-to-move-a-scooter | Argus News