Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ବାବୁଶାନଙ୍କ ଠାରେ ଦେଖିବାକୁ ମିଳେ, ଉତ୍ତମଙ୍କ କେଉଁ ଗୁଣ ?

Sudeshna Mishra
Browse all articles by Sudeshna Mishra
·1 year ago·2 min read
ବାବୁଶାନଙ୍କ ଠାରେ ଦେଖିବାକୁ ମିଳେ, ଉତ୍ତମଙ୍କ କେଉଁ ଗୁଣ ?

ଓଡ଼ିଆ ଫିଲ୍ମ ଜଗତର ପ୍ରଥମ ଚକୋଲେଟ ହିରୋ-ଉତ୍ତମ ମହାନ୍ତି । ସେହି ଅଭିମାନୀ ନାୟକ, କେବେ ହସାଉଥିଲେ ପୁଣି କେବେ କନ୍ଦାଉଥିଲେ ହେଲେ ଆଜି ସତସତିକା କନ୍ଦାଇ ଦେଲେ । ସଭିଙ୍କ ଆଖିକୁ ଲୁହରେ ଭିଜାଇ ଚିରନିଦ୍ରାରେ ଶୋଇଯାଇଛନ୍ତି ଓଲିଉଡର ସୁପରଷ୍ଟାର ଉତ୍ତମ ମହାନ୍ତି । ଅନେକେ ବାବୁଶାନଙ୍କ ଚେହେରା ଓ ଅଭିନୟରେ ବାପା ଉତ୍ତମ ମହାନ୍ତିଙ୍କୁ ଦେଖନ୍ତି ଏବଂ ଡାହା ବାଳୁଙ୍ଗାଙ୍କ ବାପା ଦଣ୍ଡାବାଳୁଙ୍ଗାଙ୍କ ଛାପ ଦେଖିବାକୁ ପାଆନ୍ତି ।

ନିଖୁଣ ଅଭିନୟରେ ସେ ଦର୍ଶକଙ୍କ ମନ ଜିଣୁଥିଲେ । ଜୀବନ୍ତ ଅଭିନୟ, ପ୍ରତ୍ୟେକ ଚଳଚ୍ଚିତ୍ର ବେଶ ମନଛୁଆଁ ଓ ହୃଦୟସ୍ପର୍ଶୀ । ଓଡ଼ିଆ ଫିଲ୍ମ ଜଗତର ପ୍ରଥମ ଚକୋଲେଟ ହିରୋ-ଉତ୍ତମ ମହାନ୍ତି, ସେହି ଅଭିମାନୀ ନାୟକ, କେବେ ରୋମାଣ୍ଟିକ ନାୟକ ତ କେବେ ଆକ୍ସନ ହିରୋ ଭାବେ ଛାପ ସୃଷ୍ଟି କରିଥିଲେ । କେବେ ହସାଉଥିଲେ ପୁଣି କେବେ କନ୍ଦାଉଥିଲେ ହେଲେ ଆଜି ସତସତିକା କନ୍ଦାଇ ଦେଲେ । ସଭିଙ୍କ ଆଖିକୁ ଲୁହରେ ଭିଜାଇ ଚିରନିଦ୍ରାରେ ଶୋଇଯାଇଛନ୍ତି ଓଲିଉଡର ସୁପରଷ୍ଟାର ଉତ୍ତମ ମହାନ୍ତି । ତାଙ୍କ ବିୟୋଗ କଳାଜଗତରେ ସୃଷ୍ଟି କରିଛି ବିରାଟ ଶୂନ୍ୟସ୍ଥାନ । ଉତ୍ତମ ଯୁଗର ଅବସାନ ଘଟିଛି । ସଂସାର ରଙ୍ଗମଞ୍ଚରୁ ଅଫେରା ରାଜଇକୁ ଚାଲି ଯାଇଛନ୍ତି ଏହି କିମ୍ବଦନ୍ତୀ କଳାକାର ।

କଳାର ମାଟି ବାରିପଦାରେ ଜନ୍ମ ହୋଇଥିଲେ ଉତ୍ତମ । ଏମକେସି ହାଇସ୍କୁଲ ଓ ଏମପିସି କଲେଜ, ବାରିପଦାରୁ ସେ ଶିକ୍ଷା ଗ୍ରହଣ କରିଥିଲେ । କଲେଜରେ ପଢ଼ିବା ବେଳେ ହିଁ ସେ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ । ନାଟକରେ ମୁଖ୍ୟ ଭୂମିକାରେ ସେ ଆଗ୍ରହ ଦେଖାଉଥିଲେ. ଅଭିନୟ ସହ ବ୍ୟାଡମିଣ୍ଟନ ଓ ଟେନିସ ଖେଳରେ ବି ସେ ରୂଚି ଦେଖାଉଥିଲେ ।

ଏକ ସାକ୍ଷାତକାରରେ ଉତ୍ତମ ମହାନ୍ତି ନିଜେ କହିଥିଲେ ଯେ, ଯେତେବେଳେ ମୁଁ ବାରିପଦାରୁ ଆସି ଫିଲ୍ମ ଲାଇନରେ ଯୋଗ ଦେଲି ମୋ ପଛରେ ମୋ ପରିବାର କି କୌଣସି ବାହାର ଲୋକଙ୍କର ସର୍ମଥନ ନଥିଲା । ନିଜ ଶିଙ୍ଗରେ ମାଟି ତାଡ଼ିବା ଆରମ୍ଭ କରିଥିଲି । ଭଗବାନଙ୍କ ଦୟାରୁ ସଫଳତା ମିଳିଥିଲା । ସେତେବେଳେ ଏକାଧିକ ଝିଅ ମୋତେ ବାହା ହେବାକୁ ଆଗ୍ରହ ପ୍ରକାଶ କରିଥିଲେ । ହେଲେ ମୁଁ ସେଥିରେ ମନ ଦେଇ ନଥିଲି । ଅସ୍ତରାଗ ଚଳଚିତ୍ରରେ ମୁଁ ପ୍ରଥମ କରି ଅପରାଜିତାଙ୍କ ସହ ଦେଖା ହେଇଥିଲି । ଅବଶ୍ୟ ସେତେବେଳେ ସେମିତି କିଛି ଭାବନା ଆସି ନଥିଲା ମନକୁ । ପ୍ରାୟ ୫ ବର୍ଷ ପରେ ଅଭିଳାଷ ଚଳଚିତ୍ର କରିବାବେଳେ ତାଙ୍କ ପାଇଁ ମୋ ମନରେ କିଛି ଆକର୍ଷଣ ଅନୁଭବ କରିଥିଲି । ଅପରାଜିତାଙ୍କ ସମ୍ଭ୍ରାନ୍ତ ଶୈଳୀ ଓ ନରମ ସ୍ଵଭାବ ମତେ ଆକୃଷ୍ଟ କରିଥିଲା ।

କିନ୍ତୁ କେବେ କାହା ମନ କଷ୍ଟ ନ ହେଉ ବୋଲି ମୁଁ କଥା ପ୍ରକାଶ ନ କରି ଚୁପ୍ ରହିଲି । ଶେଷରେ ସେହି ଫିଲ୍ମ ସମୟରେ ହିଁ ତାଙ୍କୁ ଏନେଇ ପ୍ରସ୍ତାବ ଦେଇଥିଲି । ସେ କହିଥିଲେ-ଲଭ, ଫଭ କଣ ମୁଁ ଜାଣିନି । ମାଙ୍କୁ ପଚାର, ଯଦି ମା କହିବେ ତ ବାହାଘର ହେବ । ମୁଁ ସିଧା ଯାଇ ତାଙ୍କ ମାଁଙ୍କୁ କହିଥିଲି ଏବଂ ସେ ରାଜି ହୋଇ ଯାଇଥିଲେ ।
୧୯୮୭ରେ ଆମର ବାହାଘର ହୋଇଥିଲା । ବିବାହର ୨ ବର୍ଷ ପରେ ୧୯୮୯ରେ ଉତ୍ତମ-ଅପରାଜିତାଙ୍କ କୋଳକୁ ଆସିଥିଲେ ବର୍ତମାନର ଓଲିଉଡ ସୁପରଷ୍ଟାର ବାବୁଶାନ । ଅନେକେ ବାବୁଶାନଙ୍କ ଚେହେରା ଓ ଅଭିନୟରେ ବାପା ଉତ୍ତମ ମହାନ୍ତିଙ୍କୁ ଦେଖନ୍ତି ଏବଂ ଡାହା ବାଳୁଙ୍ଗାଙ୍କ ବାପା ଦଣ୍ଡାବାଳୁଙ୍ଗାଙ୍କ ଛାପ ଦେଖିବାକୁ ପାଆନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
What Nature Of Uttam Mohanty Seen In Babushan | Argus News