କାଙ୍ଗାଳରୁ ସୁପରଷ୍ଟାର କେମିତି ହେଲେ ଅମିତାଭ ?

ବିଗ୍ ବି। ବଲିଉଡରେ ସମସ୍ତେ ଏହି ନାମରେ ତାଙ୍କୁ ଜାଣନ୍ତି। ତାଙ୍କ ନାଁ ଯେମିତି, ତାଙ୍କ ଅନ୍ଦାଜ ବି ସେମିତି। ୯୦ ଶତକର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କର ସାରା ବିଶ୍ୱରେ ପ୍ରଶଂସକ ଅଛନ୍ତି। ବର୍ତ୍ତମାନ ତାଙ୍କୁ ନେଇ ଏକ ବଡ ଅପଡେଟ ଆସିଛି। କୁହାଯାଉଛି କି ୯୦ କୋଟିର କରଜ କରିଥିଲେ ବିଗ୍ ବି। ଏହା ସତ କି ମିଛ ଆସନ୍ତୁ ଜାଣିବା। କାହିଁକି ନା କୋଟି କୋଟି ସମ୍ପତ୍ତିର ମାଲିକ ବିଗ୍... ପୁଣି କରଜ। ଏହା ଆଶ୍ଚର୍ଯ୍ୟ ଲାଗୁଛି।
ରିପୋର୍ଟ ଅନୁଯାୟୀ ଅମିତାଭ ବଚ୍ଚନ ପ୍ରାୟ ୨,୯୫୦ କୋଟି ମୂଲ୍ୟ ସମ୍ପତ୍ତିର ମାଲିକ ଅଟନ୍ତି। ତାଙ୍କର ରୋଜଗାର ମୁଖ୍ୟତଃ ଫିଲ୍ମ, ଟେଲିଭିଜନ ଏବଂ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ମାଧ୍ୟମରେ ହୋଇଥାଏ। ଏକ ବ୍ରାଣ୍ଡକୁ ପ୍ରମୋଶନ କରିବା ପାଇଁ ଅମିତାଭ ବଚ୍ଚନ ୫ ରୁ ୬ କୋଟି ଟଙ୍କା ଆଦାୟ କରନ୍ତି। ଅମିତାଭ ବଚ୍ଚନଙ୍କ ଅଧିକାଂଶ ରୋଜଗାର ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ମାଧ୍ୟମରେ ଆସିଥାଏ। ଅମିତାଭ ବଚ୍ଚନ ମଧ୍ୟ ସାମାଜିକ କାର୍ଯ୍ୟରେ ବହୁତ ବିଶ୍ୱାସ କରନ୍ତି ଏବଂ ସେ ସର୍ବାଧିକ ଟିକସ ଦେଉଥିବା ତାରକାମାନଙ୍କ ମଧ୍ୟରେ ଅଛନ୍ତି ।
ଅମିତାଭ ବଚ୍ଚନଙ୍କର ମୁମ୍ବାଇରେ ଚାରୋଟି ବଙ୍ଗଳା ଅଛି । ଏଥିରେ ଅମିତାଭ ଏବଂ ଜୟା ବଚ୍ଚନ ଅଭିଷେକ-ଐଶ୍ୱର୍ଯ୍ୟା ଜଲସାରେ ରୁହନ୍ତି। ଏହା ବ୍ୟତୀତ ‘ଜନକ’ ଏବଂ ‘ଭାଟା’ ହେଉଛି ତାଙ୍କର ଅନ୍ୟ ଦୁଇଟି ବଙ୍ଗଳା। ଅମିତାଭ ବଚ୍ଚନ ବିଳାସପୂର୍ଣ୍ଣ ଯାନକୁ ବିଶେଷ ପସନ୍ଦ କରନ୍ତି। ତାଙ୍କର ୧୫ରୁ ଅଧିକ ଗାଡି ଅଛି। ଏଥିରେ ବିଏମଡବ୍ଲୁ, ମର୍ସିଡିଜ, ରେଞ୍ଜ ରୋଭର ସହିତ ତାଙ୍କର ଅନେକ ଗାଡି ଅଛି। ଅମିତାଭ ବଚ୍ଚନ ରିଅଲ ଇଷ୍ଟେଟରେ ବ୍ୟାପକ ବିନିଯୋଗ କରନ୍ତି। ଏହା ବ୍ୟତୀତ ସେ ୨୦୧୩ରେ ଜଷ୍ଟ ଡାଏଲରେ ୧୦ ପ୍ରତିଶତ ଅଂଶଧନ କିଣିଥିଲେ।
ତେବେ କାହିଁକି କରଜ କରିଥିଲେ ବିଗ୍ ବି। ବୀର ସାଂଘଭିଙ୍କ ସହିତ ବିଗ ବିଙ୍କ ଏକ ପୁରୁଣା ସାକ୍ଷାତକାରର ଏକ କ୍ଲିପ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେହି ସାକ୍ଷାତକାରରେ ଅମିତାଭ ବଚ୍ଚନ ତାଙ୍କର ଖରାପ ସମୟ ବିଷୟରେ କହିଥିଲେ। ସେ କହିଥିଲେ ଯେ ତାଙ୍କର ସମସ୍ତ ସମ୍ପତ୍ତି ଜବତ କରାଯାଇଛି। ତାଙ୍କୁ ପ୍ରାୟ 90 କୋଟି ଟଙ୍କା ଦେବାକୁ ପଡିଥିଲା ଏବଂ ତାଙ୍କ ବିରୋଧରେ ପ୍ରାୟ 55ଟି ଆଇନଗତ ମାମଲା ରୁଜୁ ହୋଇଥିଲା। ଏବଂ ପ୍ରତିଦିନ ଋଣଦାତାମାନେ ଦ୍ୱାର ନିକଟକୁ ଆସୁଥିଲେ। ଏହା ବହୁତ ଲଜ୍ଜାଜନକ ଏବଂ ଅପମାନଜନକ ଥିଲା।
ତାଙ୍କ କମ୍ପାନୀ ABCL ବନ୍ଦ ହେବା ମାତ୍ରେ ତାଙ୍କ ଅଭିନୟ କ୍ୟାରିୟର ମଧ୍ୟ ଶେଷ ହୋଇଗଲା। ସେହି ସାକ୍ଷାତକାରରେ ଏ ବିଷୟରେ କଥା ହୋଇ ସେ କହିଥିଲେ ଯେ ଘଟଣାଗୁଡ଼ିକ ସାମୂହିକ ଭାବରେ ଘଟିଥିଲା। ସେ କହିଥିଲେ ଯେ ଯେତେବେଳେ ଗୋଟିଏ ବିଭାଗରେ କିଛି ଭୁଲ ହୁଏ, ତୁମ ଚାରିପାଖରେ ଥିବା ଅନ୍ୟ ସବୁକିଛି ଭୁଶୁଡ଼ି ପଡ଼ିଥାଏ।ତଥାପି, ଅନେକ ଅସୁବିଧାର ସମ୍ମୁଖୀନ ହେବା ପରେ, ଅମିତାଭ ବଚ୍ଚନ ପୁନରାଗମନ କରିଥିଲେ। ଟେଲିଭିଜନ ହିଁ ତାଙ୍କ ଗତିପଥ ବଦଳାଇଥିଲା। କିନ୍ତୁ ସେ କୌନ ବନେଗା କରୋଡପତି ଆୟୋଜନ କରିବାକୁ ରାଜି ହୋଇଥିଲେ ଏବଂ ଏହି ଗୋଟିଏ ନିଷ୍ପତ୍ତି ତାଙ୍କୁ ସମସ୍ତ ଅସୁବିଧାରୁ ବାହାର କରିଦେଲା।
ଶୋ’ର ସଫଳତା ପୁଣି ଥରେ ତାଙ୍କର କମ୍ବ୍ୟାକ୍ ହୋଇଥିଲା। ଯାହା ଯୋଗୁଁ ତାଙ୍କ କ୍ୟାରିଅରକୁ ପୁଣି ଥରେ ପ୍ରୋତ୍ସାହନ ମିଳିଥିଲା ଏବଂ ସେ ପୁଣି ଥରେ ଭାରତୀୟ ସିନେମାର ସବୁଠାରୁ ଡିମାଣ୍ଡିଂ ଅଭିନେତା ହୋଇଗଲେ। ଆଜି ବିଗ ବି ବହୁତ ବିଳାସପୂର୍ଣ୍ଣ ଜୀବନଯାପନ କରନ୍ତି କିନ୍ତୁ ଥରେ ତାଙ୍କୁ ଏକ ବହୁତ ଖରାପ ସମୟର ସମ୍ମୁଖୀନ ହେବାକୁ ପଡିଥିଲା। କିନ୍ତୁ କଥାରେ ଅଛି ଦୁଃଖ ପରେ ସୁଖ ବା ଖରାପ ସମୟ ପରେ ଭଲ ସମୟ ସମସ୍ତଙ୍କର ଆସିଥାଏ। ଅମିତାଭ ବଚ୍ଚନଙ୍କର ମଧ୍ୟ ଠିକ ସେହିପରି ହୋଇଥିଲା।
📱 Get Argus News App
✨ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: