Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଆତଙ୍କୀ ମୋ ବାପାଙ୍କୁ ଅପହରଣ କରି ମାରିଦେଲେ: ନିମ୍ରତ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଆତଙ୍କୀ ମୋ ବାପାଙ୍କୁ ଅପହରଣ କରି ମାରିଦେଲେ: ନିମ୍ରତ

Key Points

ମୋ ବାପାଙ୍କୁ ମାରିଦେଲେ ଆତଙ୍କୀ

ସର୍ତ୍ତ ରଖି ଭାରତ ସରକାରଙ୍କୁ ଟାର୍ଗେଟ କରୁଥିଲେ

ସର୍ତ୍ତ ନମାନିବାରୁ ଗୋଟେ ସପ୍ତାହ ପରେ ମାରିଦେଲେ

ଗୋଟେ ଝିଅର ଲୁହଭରା କାହାଣୀ। ମନେ ପକାଇ କାନ୍ଦ କାନ୍ଦ ସବୁ କହିଛନ୍ତି ଅଭିନେତ୍ରୀ। ଆତଙ୍କବାଦକୁ ପ୍ରୋତ୍ସାହିତ କରାଯିବା ନାହିଁ। ସେମାନେ ଜଣେ ଜଣେ ରାକ୍ଷାସ। ମୋ ବାପାଙ୍କୁ ମାରିଦେଇଥିଲେ ଆତଙ୍କବାଦୀ। ଏମିତି କିଛି କହି ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି ବଲିଉଡ୍‌ ଅଭିନେତ୍ରୀ ନିମ୍ରତ କୌର । ତାଙ୍କର କୌଣସି ପରିଚୟର ଆବଶ୍ୟକ ନାହିଁ। ଅଭିନେତ୍ରୀଙ୍କ ବାପା ଜଣେ ଆର୍ମୀ ଅଫିସର ଥିଲେ। ତାଙ୍କ ବାପାଙ୍କୁ ଆତଙ୍କବାଦୀ ମାରିଦେଇଥିବା ଅଭିନେତ୍ରୀ କାନ୍ଦି କାନ୍ଦି କହିଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ନିମ୍ରତ କହିଥିଲେ ମୋ ବାପା ଜଣେ ୟଙ୍ଗ୍‌ ଆର୍ମୀ ମେଜର ଥିଲେ । ୧୯୯୪ରେ କାଶ୍ମୀରରେ ଆତଙ୍କବାଦୀ ତାଙ୍କୁ ଅପହାରଣ କରି ହତ୍ୟା କରିଥଲେ ।

ଘଟଣାକୁ ମନେପକାଇ କୋହ ଭରା କଣ୍ଠରେ କହିଥିଲେ ବାପା କାଶ୍ମୀରରେ ମୁତୟନ ଥିଲେ । ଆମେ ପଟିୟାଲାରେ ରହୁଥିଲୁ । ୧୯୯୪ ଜାନୁଆରୀ ମାସରେ ସ୍କୁଲ୍‌ ଛୁଟି ହୋଇଥାଏ । ତେଣୁ ବାପାଙ୍କୁ ଦେଖା କରିବା ପାଇଁ କାଶ୍ମୀର ଯାଇଥିଲୁ । ସେତେବେଳେ ତାଙ୍କ ବୟସ ମାତ୍ର ୧୨ ବର୍ଷ ହୋଇଥିଲା । ସେ ସମୟରେ ଆତଙ୍କବାଦୀ ହିଜ୍ଜ-ଉଲ-ମୁଜାହିଦ୍ଦିନ ବାପାଙ୍କୁ ତାଙ୍କ କାର୍ଯ୍ୟସ୍ଥଳରୁ ଅପହରଣ କରିନେଇଯାଇଥିଲା। ଆଉ ପାଖାପାଖି ଏକ ସପ୍ତାହ ପର୍ଯ୍ୟନ୍ତ ତାଙ୍କୁ ବନ୍ଦି ରଖିଲା । ଏତିକି ନୁହେଁ ମୋ ବାପାଙ୍କୁ ଛାଡିବା ପାଇଁ ଆତଙ୍କବାଦୀ କିଛି ସର୍ତ୍ତ ରଖିଥିଲେ। ସର୍ତ୍ତ ଥିଲା ଯେ ଇଣ୍ଡିଆନ ଆର୍ମୀଙ୍କ କବ୍‌ଜାରେ ଥିବା ଆତଙ୍କବାଦୀଙ୍କୁ ଛାଡିଲେ ସେମାନେ ମୋ ବାପାଙ୍କୁ ଛାଡିବେ ବୋଲି କୁହାଯାଇଥିଲା । ଏହି ସର୍ତ୍ତ ମାନିବାକୁ ମନା କରାଯାଇଥିଲା ।

ଯାହାଦ୍ବାରା ମୋ ବାପାଙ୍କୁ ମାରି ଦେଇଥିଲେ । ମୃତ୍ୟୁ ସମୟରେ ନିମ୍ରତଙ୍କ ବାପାଙ୍କ ବୟସ ୪୪ ବର୍ଷ ବୟସ ଥିଲା । ନିମ୍ରତ ଆହୁରି ମଧ୍ୟ କହିଛନ୍ତି ବାପାଙ୍କ ମୃତ୍ୟୁ ପରେ ଆମ ଜୀବନ ପୂରା ବଦଳିଯାଥିଲା । ଭାଙ୍ଗିପଡିଥିଲୁ ଆମେ,କେମିତି ବଞ୍ଚିବୁ ? କଣ କରିବୁ ? କିଛି ଜାଣିପାରୁନଥିଲୁ। କିନ୍ତୁ ଏହି ଦୁଃଖଦ ସମୟରେ ଭାରତୀୟ ସେନା ଆମ ପାଖେ ପାଖେ ଠିଆ ହୋଇଥିଲା । ସେମାନେ ସମସ୍ତେ ଆମ ପରିବାର ହୋଇଯାଥିଲା । ଆଜି ବି କିଛି ଅସୁବିଧା ହୁଏ କି କୌଣସି ଜିନିଷର ଆବଶ୍ୟକତା ପଡେ ତୁରନ୍ତ ସେମାନେ ଆମ ପାଖକୁ ଚାଲିଆସିଥାନ୍ତି ।

ନିମ୍ରତଙ୍କ ଜନ୍ମ ରାଜସ୍ଥାନର ପିଲାନୀ ରେ ଏକ ଶିଖ୍‌ ପରିବାରରେ ହୋଇଛି। ସ୍ବର୍ଗତ ମେଜର ଭୁପେନ୍ଦ୍ର ସିଂଙ୍କ ଝିଅ ହେଉଛନ୍ତି ନିମ୍ରତ । ଅପରେସନ ସିନ୍ଦୂରକୁ ଅଭିନେତ୍ରୀ ଖୁବ୍‌ ପ୍ରଶଂସା କରୁଛନ୍ତି । ଏହି ସମୟରେ ନିମ୍ରତଙ୍କ ଏହି ସାକ୍ଷାତକାର ଭିଡିଓ ଭାଇରାଲ ହେବାରେ ଲାଗିଛି। । ପହଲଗାମ ଆକ୍ରମଣର ବଦଲା ନେଇଛନ୍ତି ଭାରତ ସରକାର। ଅପରେସନ୍‌ ସିନ୍ଦୂର ମାଧ୍ୟମରେ ପାକିସ୍ତାନକୁ ଉଚିତ ଜାବବ ଦେଇଛନ୍ତି ଭାରତ ସରକାର।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
when-nimrat-kaur-recalled-terrorists-killing-her-father-was-kidnapped-terminated | Argus News