Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କେଉଁଆଡେ ଗାଏବ ହୋଇଯାଇଛନ୍ତି ମହୋବତେଁ ଫେମ ପ୍ରୀତି

Entertainment

କେଉଁଆଡେ ଗାଏବ ହୋଇଯାଇଛନ୍ତି ମହୋବତେଁ ଫେମ ପ୍ରୀତି

Ritu Das
Browse all articles by Ritu Das
·2 years ago·1 min read
କେଉଁଆଡେ ଗାଏବ ହୋଇଯାଇଛନ୍ତି ମହୋବତେଁ ଫେମ ପ୍ରୀତି

ଅର୍ଗସ ବ୍ୟୁରୋ: ମହୋବତେଁ ଫିଲ୍ମ ଅଭିନେତ୍ରୀ ପ୍ରୀତି ଝାଙ୍ଗିଆନି ଆପଣଙ୍କ ନିଶ୍ଚିତ ମନେଥିବ। ପ୍ରୀତିଙ୍କ କ୍ୟୁଟ ସ୍ମାଇଲକୁ ଆଜି ବି ଝୁରୁଛନ୍ତି ଦର୍ଶକ। ନିକଟରେ ପ୍ରୀତି ନିଜ ସ୍ବାମୀ ପ୍ରବୀଣ ଡବାସଙ୍କ ସାଥୀରେ ପ୍ରଡ୍ୟୁସର ଆନନ୍ଦ ପଣ୍ଡିତଙ୍କ ଝିଅ ବିବାହରେ ଯୋଗ ଦେବାକୁ ଆସିଥିଲେ। ନୀଳ ଶାଢ଼ୀରେ ପ୍ରୀତି ଖୁବ ସୁନ୍ଦର ଦିଶୁଥିଲେ। ଦୀର୍ଘ ବର୍ଷ ହେଲା ପ୍ରୀତି ବଡ଼ ପରଦା ଠାରୁ ବହୁ ଦୂରରେ ଅଛନ୍ତି। ବଲିଉଡ ପାର୍ଟି ଏବଂ ସେଲିବ୍ରେଶନରେ ମୁଖ୍ୟତଃ ସାମିଲ ହେଉଛନ୍ତି। ନିକଟରେ ପ୍ରୀତି ଏକ ଇଣ୍ଟରଭ୍ୟୁରେ କହିଥିଲେ ଫ୍ୟାନ ମାନେ ମୋତେ ପ୍ରଶ୍ନ କରୁଛନ୍ତି ଯେ, ମୁଁ କଣ ଫିଲ୍ମ ଲାଇନରୁ ଦୂରକୁ ଚାଳଇଯାଇଛି କି? କିନ୍ତୁ ସେମିତି କିଛି ବି ନାହିଁ। 

ମୁଁ ୨୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛି। ଏହାଛଡ଼ା ବଙ୍ଗଳା, ତାମିଲ, ମାଲାୟାଲମ,ତେଲୁଗୁ, ପଞ୍ଜାବୀ ଭାଷା ସହ ରାଜସ୍ଥାନୀ ଭାଷାରେ ମଧ୍ୟ ଫିଲ୍ମ କରିଛି। ମୁଁ ଏବେ ବି ଫ୍ୟାନ୍ସମାନଙ୍କ ସହ ଟଚରେ ଅଛି। ମୋତେ କେବେ ବି ଲାଗିନି କି ମୁଁ ମୋ ଫ୍ୟାନଙ୍କଠାରୁ ଦୂରରେ ଅଛି। ମୁଁ ଏବେ ବି ଏଣ୍ଟରଟେନମେଣ୍ଟ ଫିଲ୍ଡ ସହ ସମ୍ପୃକ୍ତ ଅଛି। ଆଉ ଫିଲ୍ମ ଲାଇନରେ ମୋତେ ଆଗକୁ ଆହୁରି କାମ କରିବାର ଅଛି। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
where is | Argus News