ଫ୍ୟାନ୍ସଙ୍କୁ ଖୁସି ଖବର ଦେଲେ ବିଜୟ, କହିଲେ...

Key Points
ଖୁବ୍ ଶୀଘ୍ର ରଶ୍ମିକାଙ୍କ ହାତ ଧରିବେ ବିଜୟ
ପ୍ରେମ ସମ୍ପର୍କକୁ ନେଇ ଦେଇଥିଲେ ହିଣ୍ଟ
ଖୁସିରେ ଫ୍ୟାନ୍ସ
ଖୁବଶୀଘ୍ର ବାହା ହେବେ ଦୁଇ ସୁପରଷ୍ଟାର। ନିଜେ ଅଭିନେତା ଦେଲେ ସୂଚନା। ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର। ଆମେ କହୁଛୁ ସାଉଥ୍ ଷ୍ଟାର ବିଜୟ ଦେବାକୋଣ୍ଡା ଓ ରଶ୍ମିକା ମନ୍ଦାନା ଏବେ ଏହି କାରଣରୁ ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ମଧ୍ୟରେ କିଛି ଚାଲିଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି। ବେଶ୍ କିଛିଦିନ ଧରି ଦକ୍ଷିଣୀ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଲାଗି ରହିଛି ଯେ ବିଜୟ ଓ ରଶ୍ମିକା ପରସ୍ପରକୁ ଡେଟ୍ କରୁଛନ୍ତି । ଖୁବଶୀଘ୍ର ବିଜୟଙ୍କ ହାତ ଧରିବାକୁ ଯାଉଛନ୍ତି ରଶ୍ମିକା । ବେଳେବେଳେ ସୋସିଆଲ୍ ମିଡିଆରେ ବି ନିଜ ସଂପର୍କ ବିଷୟରେ ଆଭାସ ଦେଉଛନ୍ତି ଉଭୟ ବିଜୟ ଓ ରଶ୍ମିକା ।
ବିଜୟ କହିଛନ୍ତି ରଶ୍କିକାଙ୍କ ଉପରେ ଅଭିମାନ କରି ବେଶି ଦିନ ରହିବା ସମ୍ଭବ ନୁହେଁ । ଗତ ସପ୍ତାହରେ ଦୁହିଁଙ୍କ ସଂପର୍କ ନେଇ ରଶ୍ମିକା କହିଛନ୍ତି ବିଜୟ ତାଙ୍କର ସର୍ବସ୍ୱ। ଏକ ଅନୁଷ୍ଠାନ ଅବସରରେ ରଶ୍ମିକାଙ୍କୁ କିଛି ସାମ୍ବାଦିକ ପ୍ରଶ୍ନ କରିଥିଲେ ବିଜୟଙ୍କ ସହିତ ତାଙ୍କ ସଂପର୍କ କିପରି । ବିଜୟ ଦେବରାକୋଣ୍ଡା ରଶ୍ମିକାଙ୍କ ପାଇଁ କ’ଣ? ଏଭଳି ପ୍ରଶ୍ନରେ ରଶ୍ମିକା ଟିକେ ଅପ୍ରସ୍ତୁତ ହୋଇପଡ଼ିଥିଲେ । ତେବେ ଡେରି ନ କରି ଉତ୍ତର ଦେଇଥିଲେ ବିଜୟ ତାଙ୍କର ସର୍ବସ୍ୱ । ମୋର ସମସ୍ତ କିଛି ତାଙ୍କର । ଏକଥା କହିଲା ବେଳେ ରଶ୍ମିକା ଲାଜେଇ ଯାଇଥିଲେ ।
ମୁହଁରେ ହସକୁ ଚାପି ରଖିଥିଲେ ଲାଜକୁ ଢାଙ୍କିବାକୁ ଚେଷ୍ଟା କରୁଥିଲେ । ସିନେ ଜଗତରେ ଷ୍ଟାରଙ୍କ ଆଫେୟାର ଖବର ଖୁବ୍ ଭାଇରାଲ ହୁଏ। କହିବାକୁ ଗଲେ କିଛିଦିନ ତଳେ ଦୁହିଁଙ୍କର ବ୍ରେକଅପ୍ ହୋଇଛି ବୋଲି ଖବର ଆସିଥିଲା। ହେଲେ ସେମିତି କିଛି ହୋଇନାହିଁ ବୋଲି କହିଛନ୍ତି ଅଭିନେତ୍ରୀ ରଶ୍ମିକା ମନ୍ଦାନା । ବିଜୟ ଦେବରାକୋଣ୍ଡାଙ୍କ ସହ ତାଙ୍କ ସଂପର୍କ ସେମିତି ଅଛି ଯେମିତି ଆଗରୁ ଥିଲା ।