Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ବ୍ୟବସାୟୀ ସଞ୍ଜୟ କପୁରଙ୍କୁ ମୁଖାଗ୍ନୀ ଦେଲେ...

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବ୍ୟବସାୟୀ ସଞ୍ଜୟ କପୁରଙ୍କୁ ମୁଖାଗ୍ନୀ ଦେଲେ...

Key Points

ବ୍ୟବସାୟୀ ସଞ୍ଜୟ କପୁରଙ୍କ ଦେହାନ୍ତ

କିଏ ଦେଲେ ସଞ୍ଜୟ କପୁରଙ୍କୁ ମୁଖାଗ୍ନୀ?

ସଞ୍ଜୟଙ୍କ ବିଦାୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି କରିସ୍ମା

କରିସ୍ମା କପୁରଙ୍କ ପୂର୍ବତନ ସ୍ବାମୀ ଏବଂ ବ୍ୟବସାୟୀ ସଞ୍ଜୟ କପୁରଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ମାତ୍ର ୫୩ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି। ଏଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଦୁଃଖ ଦେଇଛି। ଅଭିନେତ୍ରୀ କରିସ୍ମା କପୁର ମଧ୍ୟ ଶେଷ ଦର୍ଶନ ପାଇଁ ସେଠାରେ ପହଞ୍ଚିଥିଲେ। ସଞ୍ଜୟ କପୁର ତିନି ତିନିଟି ବିବାହ କରିଥିଲେ । ତାଙ୍କ ୩ଟି ସନ୍ତାନ ମଧ୍ୟ ଅଛନ୍ତି। ତେବେ ବଡ ପ୍ରଶ୍ନ ଉଠୁଛି କି ସଞ୍ଜୟ କପୁରଙ୍କୁ କିଏ ମୁଖାଗ୍ନି ଦେଲେ। ଜୁନ ୧୨ ତାରିଖରେ ଇଂଲଣ୍ଡରେ ପୋଲୋ ଖେଳୁଥିବା ସମୟରେ ବ୍ୟବସାୟୀ ସଞ୍ଜୟ କପୁରଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁର ସାତ ଦିନ ପରେ ଗୁରୁବାର ଦିଲ୍ଲୀରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

ଏହି ସମୟରେ ତାଙ୍କ ପୂର୍ବତନ ପତ୍ନୀ କରିସ୍ମା କପୁର ତାଙ୍କ ଦୁଇ ସନ୍ତାନ, ଝିଅ ସମାଇରା ଏବଂ ପୁଅ କିୟାନଙ୍କ ସହିତ ଉପସ୍ଥିତ ଥିଲେ।ସଞ୍ଜୟଙ୍କ ତୃତୀୟ ପତ୍ନୀ ପ୍ରିୟା ସଚଦେବ ମଧ୍ୟ ପରିବାର ସହିତ ଉପସ୍ଥିତ ଥିଲେ। କରିସ୍ମା କପୁରଙ୍କ ପୁଅ କିୟାନ କିମ୍ବା ତୃତୀୟ ପତ୍ନୀ ପ୍ରିୟା ସଚଦେବଙ୍କ ପ୍ରିୟ ପୁଅ ଆଜାରିଅସ ମଧ୍ୟରୁ କିଏ ସଞ୍ଜୟ କପୁରଙ୍କୁ ମୁଖାଗ୍ନୀ ଦେଇଥିଲେ ତାହା ଜାଣିବାକୁ ସଭିଙ୍କର ଆଗ୍ରହ ରହିଛି। ଏହାସହ ସଞ୍ଜୟଙ୍କ ଆଉ ଏକ ପତ୍ନୀଙ୍କର କୌଣସି ସନ୍ତାନ ନଥିଲେ। ସଞ୍ଜୟ କପୁରଙ୍କ ମୃତ୍ୟୁର ସାତ ଦିନ ପରେ ଦିଲ୍ଲୀର ଲୋଧି ରୋଡ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଏହି ସମୟରେ କରିସ୍ମା କପୁର ତାଙ୍କ ଦୁଇ ପିଲାଙ୍କ ସହିତ ଭାବପ୍ରବଣ ଦେଖାଯାଉଥିଲେ।

ପିତାଙ୍କ ଶେଷ ଯାତ୍ରା ସମୟରେ, ଅଭିନେତ୍ରୀଙ୍କ ପୁଅ କିୟାନ ଏବଂ ଝିଅ ସମାଇରା ତାଙ୍କ ମାଆଙ୍କୁ କୁଣ୍ଢେଇ ପକାଇ କାନ୍ଦି ପକାଇଥିଲେ। ଏହି ସମୟରେ ଅଭିନେତ୍ରୀଙ୍କ ଆଖିରୁ ମଧ୍ୟ ଲୁହ ଝରି ପଡିଥିଲା। କରୀନା ଏବଂ ଭିଣୋଇ ସୈଫ ଅଲ୍ଲୀ ଖାନ ମଧ୍ୟ ଉପସ୍ଥିତ ଥିଲେ। ଆପଣଙ୍କୁ କହି ରଖୁଛୁ ଯେ ବ୍ୟବସାୟୀଙ୍କ ଅନ୍ତିମ ସଂସ୍କାରର ସମସ୍ତ ରୀତିନୀତି ତାଙ୍କ ଏବଂ କରିସ୍ମା କପୁରଙ୍କ ୧୫ ବର୍ଷୀୟ ପୁଅ କିୟାନ କରିଥିଲେ। କିୟାନ ହିଁ ତାଙ୍କ ପିତାଙ୍କ ଅନ୍ତିମ ସଂସ୍କାର କରିଥିଲେ। ସଞ୍ଜୟ କପୁରଙ୍କ ତିନୋଟି ବିବାହ ହୋଇଥିଲା। ହେଲେ କରିସ୍ମାଙ୍କ ପୁଅ କିୟାନ ହିଁ ମୁଖାଗ୍ନି ଦେଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
who-gave-karishma-ex-husband-sunjay-kapoor-a-mukhagni | Argus News