Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ହୁମୈରା ଅସଗର ଅଲି କିଏ? ୨ ସପ୍ତାହ ପରେ ଆପାର୍ଟମେଣ୍ଟରୁ ମିଳିଲା ହୁମୈରାଙ୍କ ଗଳିତ ମୃତଦେହ

Ritu Das
Browse all articles by Ritu Das
·1 year ago·2 min read
ହୁମୈରା ଅସଗର ଅଲି କିଏ? ୨ ସପ୍ତାହ ପରେ ଆପାର୍ଟମେଣ୍ଟରୁ ମିଳିଲା ହୁମୈରାଙ୍କ ଗଳିତ ମୃତଦେହ

Key Points

ଆପାର୍ଟମେଣ୍ଟରୁ ମିଳିଲା ପାକିସ୍ତାନୀ ଅଭିନେତ୍ରୀ ହୁମୈରା ଅସଗର ଅଲିଙ୍କ ମୃତଦେହ

ଅଭିନେତ୍ରୀଙ୍କ ମୃତ୍ୟୁ ପ୍ରାୟ ୨ସପ୍ତାହ ପୂର୍ବରୁ ହୋଇଥିଲା

ହୁମୈରା ଅଲିଙ୍କ ମୃତଦେହ ଫେଜ୍-୬ସ୍ଥିତ ଇତ୍ତେହାଦ କମର୍ସିଆଲ୍‌ର ଏକ ଫ୍ଲାଟରୁ ମିଳିଥିଲା

ମନୋରଞ୍ଜନ ଜଗତରୁ ଆସିଲା ପୁଣି ଦୁଃଖଦ ଖବର। ଆପାର୍ଟମେଣ୍ଟରୁ ମିଳିଲା ପାକିସ୍ତାନୀ ଅଭିନେତ୍ରୀ ହୁମୈରା ଅସଗର ଅଲିଙ୍କ ମୃତଦେହ। ୩୨ବର୍ଷୀୟ ଅଭିନେତ୍ରୀଙ୍କ କିପରି ମୃତ୍ୟୁ ହେଲା ତାହାକୁ ନେଇ ତଦନ୍ତ ଆରମ୍ଭ ହୋଇଛି । ଅଭିନେତ୍ରୀ ଜଣକ କରାଚୀର ଡିଫେନ୍ସ ହାଉସିଂ ଅଥରିଟିର ଏକ ଆପାର୍ଟମେଣ୍ଟରେ ରହୁଥିଲେ। ଯେଉଁଠାରେ ତାଙ୍କ ମୃତଦେହ ମିଳିଛି । ଅନୁମାନ କରାଯାଉଛି ଯେ, ଅଭିନେତ୍ରୀଙ୍କ ମୃତ୍ୟୁ ପ୍ରାୟ ୨ସପ୍ତାହ ପୂର୍ବରୁ ହୋଇଥିଲା । ହେଲେ କେହି ଏହା ବିଷୟରେ ଜାଣି ନଥିଲେ। ହୁମୈରା ଅସଗର ଅଲି ପାକିସ୍ତାନୀ ମନୋରଞ୍ଜନ ଜଗତରେ ଏକ ଜଣାଶୁଣା ନାମ ଥିଲେ। ଅଭିନେତ୍ରୀ ସହ ସେ ଜଣେ ମଡେଲ ମଧ୍ୟ ଥିଲେ। ସମସ୍ତେ ହୁମୈରାଙ୍କ କାମକୁ ବହୁତ ପସନ୍ଦ କରୁଥିଲେ।


ସେ କମ୍ ବୟସରୁ ଦର୍ଶକଙ୍କ ହୃଦୟରେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିଥିଲେ । କୁହାଯାଉଛି ଯେ, ହୁମୈରା ଅଲିଙ୍କ ମୃତଦେହ ଫେଜ୍-୬ସ୍ଥିତ ଇତ୍ତେହାଦ କମର୍ସିଆଲ୍‌ର ଏକ ଫ୍ଲାଟରୁ ମିଳିଥିଲା । ଉଦ୍ଧାର ବେଳେ ତାଙ୍କ ମୃତଦେହ ପଚିଯାଇଥିବା କୁହାଯାଉଛି । ଦୁଇ ସପ୍ତାହ ପୂର୍ବରୁ ସେ ମୃତ୍ୟୁବରଣ କରିଥିଲେ ସୁଦ୍ଧା ନିକଟରେ ରହୁଥିବା ଲୋକମାନେ କିପରି ଏହା ବିଷୟରେ ଜାଣି ପାରି ନଥିଲେ ସେନେଇ ସନ୍ଦେହ ହେଉଛି। ଅଭିନେତ୍ରୀ ଜଣକ ଆପାର୍ଟମେଣ୍ଟରେ ଭଡ଼ାରେ ରହୁଥିଲେ । କିନ୍ତୁ ସେ ୨୦୨୪ ମସିହାରୁ ଘରମାଲିକଙ୍କୁ ଭଡ଼ା ଦେବା ବନ୍ଦ କରିଦେଇଥିଲେ, ଯାହା ପରେ କୋର୍ଟ ତାଙ୍କୁ ଘର ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ପୋଲିସ ଆପାର୍ଟମେଣ୍ଟ ଖାଲି କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା। ଯେତେବେଳେ ପୋଲିସ କବାଟ ବାଡେଇଥିଲା, କେହି ଉତ୍ତର ଦେଇନଥିଲେ। ଏହାପରେ ତାଲା ଭାଙ୍ଗି ପୋଲିସ୍‌ ଆପାର୍ଟମେଣ୍ଟ ଭିତରକୁ ପ୍ରବେଶ କରିଥିଲା। ସେତେବେଳେ ତାଙ୍କ ମୃତଦେହ ତଳେ ପଡ଼ିଥିବା ଦେଖିବାକୁ ମିଳିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
who-is-humaira-asghar-ali-humairas-decomposed-body-found-in-apartment-after-2-weeks | Argus News