କିଏ ଭାରତର ଧନୀ ରାପ୍ର ? ଜାଣନ୍ତୁ କାହାର ସମ୍ପତ୍ତି କେତେ....

ଅର୍ଗସ ବ୍ୟୁରୋ : ଭାରତୀୟ ରାପରମାନେ କେବଳ ଭାରତରେ ନୁହେଁ, ନିଜର ରାପ ପାଇଁ ବିଦେଶରେ ମଧ୍ୟ ବେଶ ପ୍ରସିଦ୍ଧ । ପ୍ଲେ ବ୍ୟାକ ସିଙ୍ଗର ଭାବେ ସେମାନେ ଯେତିକି ଶ୍ରୋତାଙ୍କ ପାଖରେ ନିଜର ପରିଚୟ ସୃଷ୍ଟି କରିଛନ୍ତି, ଲାଇଭ ପଫୋମାନ୍ସ ଦ୍ବାରା ତା ଠାରୁ ଅଧିକ ପ୍ରଶଂସା ସେମାନେ ସାଉଁଟିଛନ୍ତି । ସେମାନେ କେବଳ ଜଣେ ଜଣେ ସଫଳ ଗାୟକ ନୁହନ୍ତି, ନିଜର ଗୀତକୁ ନେଇ ଅନେକ ଆର୍ଥିକ ସଫଳତା ମଧ୍ୟ ସେ ପାଇଛନ୍ତି । ସେମାନଙ୍କ ମଧ୍ୟରେ କିଛିଜଣ ମନୋରଞ୍ଜନ କ୍ଷେତ୍ରରେ ଧନୀ ରାପର ଭାବେ ଜଣାଶୁଣା ।
ତେବେ ବଲିଉଡ ଜଗତରେ ସବୁଠୁ ଧନୀ ରାପର ଭାବେ ଶୀର୍ଷରେ ଅଛନ୍ତି ୟୋ ୟୋ ହନି ସିଂ । ଯାହାଙ୍କ ସମ୍ପତ୍ତି ମୂଲ୍ୟ ପାଖାପାଖି ୨୪୬ କୋଟି । ହନି ସିଂ ବଲିଉଡର ଖୁବ ପୁରୁଣା ତଥା ନାମୀ ରାପର ଭାବେ ଜଣାଶୁଣା । ସେହିପରି ଦ୍ବିତୀୟରେ ରହିଛନ୍ତି ବାଦଶାହ । ଯାହାଙ୍କର ସମ୍ପତ୍ତି ମୂଲ୍ୟ ୧୨୪ କୋଟି ଅଟେ । ରାପର ମାନଙ୍କ ନାଁ ଆସିଲେ ପ୍ରଥମେ ଆଖି ସାମ୍ନାକୁ ଆସନ୍ତି ବାଦଶାହ । ଇଣ୍ଡିଆନ ପପ୍ ମ୍ୟୁଜିକରେ ସବୁଠୁ ଆଗଧାଡିର ରାପର ହେଉଛନ୍ତି ବାଦଶାହ ।
ବାଦଶାହ ଏବଂ ହନି ସିଂଙ୍କ ଭଳି ଆହୁରି ଅନେକ ଜଣ ରାପର ଅଛନ୍ତି, ଯେଉଁମାନେ ମ୍ୟୁଜିକ ଇଣ୍ଡଷ୍ଟ୍ରୀରେ ନିଜର ଖୁବ ନାଁ କମାଇଛନ୍ତି । ସେମାନଙ୍କ ଭିତରୁ ଜଣେ ହେଉଛନ୍ତି ରଫ୍ତାର । ତାଙ୍କର ସମ୍ପତ୍ତିର ମୂଲ୍ୟ ପାଖାପାଖି ୮୦ କୋଟି ଅଟେ । ଗତ କିଛିବର୍ଷ ଭିତରେ ତାଙ୍କର ଅନେକ କିଛି ଟ୍ରାକ ବେଶ ସଫଳତା ସାଉଁଟିଛି । ସେହିପରି ଆଉଜଣେ ଜଣାଶୁଣା ରାପର ହେଉଛନ୍ତି ଏମିୱେ ବନ୍ତାଇ । ଯିଏ ଗତ କିଛିଦିନ ହେବ ମ୍ୟୁଜିକ ଇଣ୍ଡଷ୍ଟ୍ରୀର ସ୍ବାଲିନାଙ୍କୁ ବିବାହ କରିଛନ୍ତି । ତାଙ୍କର ସମୁଦାୟ ସମ୍ପତ୍ତି ହେଉଛି ୬୦ କୋଟି । ତାଙ୍କର ଏକ ଗୀତ "ଫିରସେ ମଚାଏଙ୍ଗେ" ଏବଂ "ସମଝ ମେ ଆୟା କ୍ୟା" ବେଶ ଲୋକପ୍ରିୟ ହୋଇଥିଲା ।
ସେହିପରି ଆଉ ଜଣେ ରାପର ହେଉଛନ୍ତି ଡିଭାଇନ । ଯାହାଙ୍କ ସମ୍ପତ୍ତିର ମୂଲ୍ୟ ୪୫ରୁ ୫୦ କୋଟି ଅଟେ । ସେହିପରି ଅନ୍ୟ ରାପରଙ୍କ ମଧ୍ୟରେ ଏମ.ସି ଷ୍ଟାନ, ରାଜା କୁମାରୀ, ଇକ୍କା ଅନେକ ସଫଳତା ସାଉଁଟିଛନ୍ତି ।
