Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Samantha / ଅଧିକ ଧନୀ କିଏ ? ସାମନ୍ଥା ନା ରାଜ୍

Rashmita Mishra
Browse all articles by Rashmita Mishra
·7 months ago·2 min read
ଅଧିକ ଧନୀ କିଏ ? ସାମନ୍ଥା ନା ରାଜ୍

Key Points

ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ଦ୍ୱିତୀୟ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି ।
ଭାଇରାଲ ହେଉଛି ସାମନ୍ଥାଙ୍କ ବିବାହ ମୁଦି
ନୂଆ ଏବଂ କିଛି ନୂତନ ବାର୍ତ୍ତା ବହନ କରୁଛି ହିରା ମୁଦି

ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ଦ୍ୱିତୀୟ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି । ସେ ଦି ଫ୍ୟାମିଲି ମ୍ୟାନ ନିର୍ଦ୍ଦେଶକ ରାଜ ନିଦିମୋରୁଙ୍କୁ ବିବାହ କରିଛନ୍ତି ।

ସୂଚନାନୁସାରେ, ସୋମବାର କୋଏମ୍ବାଟୁରର ଇଶା ଯୋଗ କେନ୍ଦ୍ର ମଧ୍ୟରେ ଥିବା ଲିଙ୍ଗ ଭୈରବୀ ମନ୍ଦିରରେ ବିବାହ ହୋଇଥିବାର କୁହାଯାଉଛି । ଜାତୀୟ ଗଣମାଧ୍ୟମ ସୂଚନାନୁସାରେ, ଏହି ବିବାହରେ ପ୍ରାୟ ୩୦ ଜଣ ନିକଟତମ ବନ୍ଧୁ ଏବଂ ପରିବାର ସଦସ୍ୟ ଯୋଗ ଦେଇଥିଲେ। ସାମନ୍ଥା ଏହି ଅବସରରେ ଏକ ଲାଲ ଶାଢ଼ି ପିନ୍ଧିଥିବା ଦେଖିବାକୁ ମିଳିଛି । ଏହାସହ ସେ ଖୁବ ସୁନ୍ଦର ଏବଂ ଖୁସି ଥିବା ଜଣାପଡୁଛନ୍ତି। ଦମ୍ପତି ସେମାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେମାନଙ୍କର ସୁନ୍ଦର ଫଟୋ ସେୟାର କରିଛନ୍ତି ।

ସାମନ୍ଥାଙ୍କର ୨୦୨୧ ମସିହାରେ ନାଗା ଚୈତନ୍ୟଙ୍କ ସହ ଛାଡପତ୍ର ହୋଇଥିଲା । ସାମାନ୍ଥାଙ୍କ ରୁଥ୍ ପ୍ରଭୁ ଏବଂ ନାଗା ଚୈତନ୍ୟଙ୍କୁ 'ୟେ ମାୟା ଚେସାଭେ' ଚଳଚ୍ଚିତ୍ରରେ ଏକାଠି ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ରର ସେଟରେ ସେମାନେ ପରସ୍ପରକୁ ପସନ୍ଦ କରିବା ଆରମ୍ଭ କରିଥିଲେ ଏବଂ ଏକ ସମ୍ପର୍କରେ ଆବଦ୍ଧ ହୋଇଥିଲେ । ୭ ବର୍ଷ ଧରି ସମ୍ପର୍କରେ ରହିବା ପରେ, ସାମନ୍ଥା ୨୦୧୭ ମସିହାରେ ନାଗା ଚୈତନ୍ୟଙ୍କୁ ବିବାହ କରିଥିଲେ । ସେମାନଙ୍କ ବିବାହ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ରୀତିନୀତି ଅନୁସାରେ ହୋଇଥିଲା । କିଛି ବର୍ଷ ପରେ ସେମାନଙ୍କ ଛାଡପତ୍ରର ଖବର ଆସିବା ଆରମ୍ଭ ହେଲା ଏବଂ ଉଭୟ ଅକ୍ଟୋବର ୨୦୨୧ରେ ସେମାନଙ୍କର ଛାଡପତ୍ର ଘୋଷଣା କଲେ ।

ରାଜ ନିଦିମୋରୁ ହେଉଛନ୍ତି ଜଣେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା । ୟୁକେରେ ସଫ୍ଟୱେର୍ ଇଞ୍ଜିନିୟରିଂ ପାଠପଢ଼ା ପରେ, ସେ ଏବଂ ଡିକେ 2022 ଫିଲ୍ମ "ଶାଦି ଡଟ୍ କମ୍" ସହିତ ଡେବ୍ୟୁ କରିଥିଲେ। ସେବେଠାରୁ ସେମାନେ "99", "ଶୋର୍ ଇନ୍ ଦି ସିଟି", "ଗୋ ଗୋଆ ଗନ୍", "ହାପି ଏଣ୍ଡିଂ" ଏବଂ "ଏ ଜେଣ୍ଟଲମ୍ୟାନ୍" ଭଳି ଚଳଚ୍ଚିତ୍ର ଲେଖିଛନ୍ତି, ପ୍ରଯୋଜନା କରିଛନ୍ତି ଏବଂ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ୨୦୧୯ ମସିହାରୁ, ରାଜ୍ ଏବଂ ଡିକେ ଓଟିଟିରେ ପ୍ରବେଶ କରିଥିଲେ ଏବଂ ମନୋଜ ବାଜପେୟୀ ଅଭିନୀତ ଧାରାବାହିକ "ଦି ଫ୍ୟାମିଲି ମ୍ୟାନ୍" ନିର୍ଦ୍ଦେଶନା-ପ୍ରଯୋଜନା କରିଥିଲେ । ରାଜ ନିଦିମୋରୁ ୨୦୧୫ ମସିହାରେ ଶ୍ୟାମଳୀ ଦେଙ୍କୁ ବିବାହ କରିଥିଲେ । କିନ୍ତୁ, ୨୦୨୧ ମସିହାରେ ସେମାନଙ୍କର ଛାଡପତ୍ର ହୋଇଥିଲା । ତେବେ କେବେ ଭାବିଛନ୍ତି କି ଏହି ଦୁଇ ଜଣଙ୍କ ଭିତରୁ କାହାର ସମ୍ପତ୍ତି ଅଧିକ ?

ରାଜଙ୍କର ମୋଟ ସମ୍ପତ୍ତି ୮୦-୮୫ କୋଟି । ରାଜ ଏକ ତେଲୁଗୁ ପରିବାରରୁ ଆସିଛନ୍ତି । ସେ ତିରୁପତିରେ ଜନ୍ମଗ୍ରହଣ କରିଥିଲେ । ସେ SVU କଲେଜ ଅଫ ଇଞ୍ଜିନିୟରିଂରେ ପଢ଼ୁଥିବା ସମୟରେ ତାଙ୍କର ସୃଜନଶୀଳ ସାଥୀ କୃଷ୍ଣା ଡିକେଙ୍କୁ ଭେଟିଥିଲେ । ରାଜ କମ୍ପ୍ୟୁଟର ସାଇନ୍ସରେ ବି.ଟେକ ଡିଗ୍ରୀ ହାସଲ କରିଛନ୍ତି । ପରେ ସେ ଅଧିକ ଅଧ୍ୟୟନ ପାଇଁ ଆମେରିକା ଚାଲିଯାଇଥିଲେ ।

ସାମନ୍ଥା ଦକ୍ଷିଣ ଭାରତୀୟର ଜଣେ ଲୋକପ୍ରିୟ ଷ୍ଟାର । ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୧୦୧ କୋଟି ଟଙ୍କା । ସେ ଦକ୍ଷିଣ ଭାରତୀୟ ଶିଳ୍ପର ସର୍ବାଧିକ ଦରମା ପାଉଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ । ସେ ପ୍ରତି ଫିଲ୍ମ ପାଇଁ ୩-୫ କୋଟି ନିଅନ୍ତି । ସେ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ବାର୍ଷିକ ୮ କୋଟି ଟଙ୍କା ରୋଜଗାର କରନ୍ତି । ସାମନ୍ଥାଙ୍କର ୭.୮ କୋଟି ମୂଲ୍ୟର ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ଅଛି । ସେ ମୁମ୍ବାଇରେ ଏକ ସମୁଦ୍ର ପାଖରେ 3 BHK ଆପାର୍ଟମେଣ୍ଟରେ ମଧ୍ୟ କିଣିଛନ୍ତି ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Samantha | Who Is Richer: Samantha or Raj? | Celebrity Wealth Comparison | Argus News